ETV Bharat / sports

ଆଇପିଏଲ 14: ବିଜୟ ଧାରା ବଜାୟ ଲକ୍ଷ୍ୟରେ ରାଜସ୍ଥାନ-ଚେନ୍ନାଇ

ୱାଙ୍ଖଡ଼େ ଷ୍ଟାଡିୟମରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗସ । ଆଇପିଏଲ 2021ର ଏହି ଦ୍ବାଦଶ ମ୍ୟାଚରେ ଦୁଇ ଦଳ ବିଜୟ ଧାରାକୁ ବଜାୟ ରଖିବାକୁ ଚେଷ୍ଟା କରିବେ । ଅଧିକ ପଢ଼ନ୍ତୁ...

author img

By

Published : Apr 19, 2021, 3:27 PM IST

ଆଇପିଏଲ 14: ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ରାଜସ୍ଥାନ-ଚେନ୍ନାଇ

ମୁମ୍ବାଇ: ୱାଙ୍ଖଡ଼େ ଷ୍ଟାଡିୟମରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗସ । ଆଇପିଏଲ 2021ର ଏହି 12ତମ ମ୍ୟାଚରେ ଦୁଇ ଦଳ ବିଜୟ ଧାରାକୁ ବଜାୟ ରଖିବାକୁ ଚେଷ୍ଟା କରିବେ । କାରଣ ଦୁଇଦଳ ଗତ ମ୍ୟାଚରେ ନିଜ ପ୍ରତିପକ୍ଷ ଦଳକୁ ମାତ ଦେଇଛନ୍ତି । ଚେନ୍ନାଇ ଗତ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ପରାଜିତ କରିଥିବା ବେଳେ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜିତ କରିଥିଲା ।

ଚେନ୍ନାଇ ପକ୍ଷରୁ ଫାଷ୍ଟ ବୋଲର ରାହୁଲ ଚହର ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ସାମ କୁରେନ ମଧ୍ୟ ଜବରଦସ୍ତ ବୋଲିଂ କରି ୱିକେଟ ନେବାରେ ସଫଳ ହୋଇଛନ୍ତି । ଗତ ମ୍ୟାଚରେ ବୋଲିଂକୁ ନେଇ ଆଶ୍ବସ୍ତ ଥିଲେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ଦଳ ପାଇଁ ଚିନ୍ତାର କାରଣ ହୋଇଛି ବ୍ୟାଟିଂ । ସୁରେଶ ରାଇନାଙ୍କୁ ଛାଡ଼ିଦେଲେ କୌଣସି ବ୍ୟାଟସମ୍ୟାନ ଭଲ ପ୍ରଦର୍ଶନ କରି ପାରି ନାହାନ୍ତି । ଆଜିର ମ୍ୟାଚରେ ମହେନ୍ଦ୍ର ସିଂହ ଧୋନି, ଆମ୍ବାତୀ ରାୟୁଡ଼ୁ ଓ ଫାପ ଡୁ ପ୍ଲେସିସ ଭଲ ପ୍ରଦର୍ଶନ କରିବାକୁ ଚାହିଁବେ ।

ସେପଟେ ରାଜସ୍ଥାନ ରାୟଲ୍ସ ଦଳ ପାଇଁ ମଧ୍ୟ ବ୍ୟାଟିଂ ଚିନ୍ତାର କାରଣ ପାଲଟିଛି । ଗତ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ କ୍ରୀଶ ମୋରିସ ଓ ଡେଭିଡ ମିଲର ଲଢ଼ୁଆ ବ୍ୟାଟିଂ କରି ଦଳକୁ ବିଜୟୀ କରାଇଥିଲେ । ଏଥିପାଇଁ ଦଳ ଆଜିର ମ୍ୟାଚରେ ବ୍ୟାଟିଂ ସୁଧାରିବାକୁ ଚେଷ୍ଟା କରିବ । ସେପଟେ ବେନ ଷ୍ଟୋକ୍ସଙ୍କ ଅନୁପସ୍ଥିତିରେ ଦଳର ବୋଲିଂ ଦୁର୍ବଳ ହୋଇଛି । ମୁସ୍ତାଫିଜୁର ରେହମାନ, ଚେତନ ସାକାରିଆ ଓ ଜୟଦେବ ଉନଦକଟଙ୍କ ଉପରେ ୱିକେଟ ପାଇଁ ଆଶା ବାନ୍ଧିବ ଦଳ ।

ଚେନ୍ନାଇ ସୁପର କିଙ୍ଗ୍ସ ଦଳ

ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ସୁରେଶ ରାଇନା, ଅମ୍ବାତି ରାୟୁଡୁ, କେ.ଏମ ଆସିଫ, ଦୀପକ ଚହର, ଡ୍ବେନ ବ୍ରାଭୋ, ଫାଫ ଡୁ ପ୍ଲେସି, ଇମରାନ ତାହିର, ଏନ ଜଗଦିଶନ, କର୍ଣ୍ଣ ଶର୍ମା, ଲୁଙ୍ଗି ନିଗିଡି, ମିଚେଲ ସାଣ୍ଟନର୍, ରବିନ୍ଦ୍ର ଜାଡେଜା, ରୁତୁରାଜ ଗାୟକୱାଡ, ଶାର୍ଦ୍ଦୁଲ ଠାକୁର, ସାମ କୁରାନ, ଆର ସାଇ କିଶୋର, ମୋଇନ ଅଲି, କେ ଗୌତମ, ଚେତେଶ୍ବର ପୂଜାରା, ହରିଶଙ୍କର ରେଡ୍ଡୀ, ଭାଗନାଥ ବର୍ମା, ସି ହରି ନିଶାନ୍ତ ।

ରାଜସ୍ଥାନ ରୟାଲ୍ସ ଦଳ

ସଞ୍ଜୁ ସାମସନ(ଅଧିନାୟକ), ବେନ ଷ୍ଟୋକ୍ସ, ଜୋଶ ବଟଲର, ରିଆନ ପରାଗ, ଶ୍ରେୟସ ଗୋପାଳ, ରାହୁଲ ତେୱତିଆ, ମହିପାଲ ଲୋମରୋର, କାର୍ତ୍ତିକ ତ୍ୟାଗୀ, ଆଣ୍ଡ୍ରିୟୁ ଟାଇ, ଜୟଦେବ ଉନଦକଟ, ମୟଙ୍କ ମାର୍କଣ୍ଡେ, ଯଶସ୍ବୀ ଜୈସୱାଲ, ଅନୁଜ ରାୱତ, ଡେଭିଡ ମିଲର, ମନନ୍ ଭୋହରା , ରବିନ ଉଥ୍ଥାପା, ଶିଭମ୍ ଦୁବେ, କ୍ରିଶ୍ ମୋରିସ୍, ମୁସ୍ତାଫିଜୁର ରହମାନ, ଚେତନ ସକାରିଆ, କେସି କାରିଆପ୍ପା, ଲିଆମ୍ ଲିଭିଙ୍ଗଷ୍ଟୋନ୍, କୁଲଦୀପ ଯାଦବ ଓ ଆକାଶ ସିଂ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.