ଶାରଜାହ: ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲ ୨୦୨୧ ଟୁର୍ଣ୍ଣାମେଣ୍ଟର ପଏଣ୍ଟ ଟେବୁଲର ସମାନ ସ୍ଥିତିରେ ରହିଛନ୍ତି । ଉଭୟ ଟିମ ୧୨ଟି ଲେଖାଏଁ ମ୍ୟାଚ୍ ଖେଳି ୧୦ ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି । ଫଳରେ ଆଜି ଶାରଜାହରେ ଖେଳାଯିବାକୁ ଥିବା ମ୍ୟାଚ୍ରେ ରୋହିତ ଶର୍ମାଙ୍କ ଟିମ ଓ ସଞ୍ଜୁ ସାମସନଙ୍କ ଟିମ ମଧ୍ୟରେ ପ୍ଲେ-ଅପ୍ ଆଶା ଉଜ୍ଜୀବିତ ରଖିବାକୁ ଲଢେଇ ହେବ ।
-
With a win over #CSK in Match 50 of the #VIVOIPL, @DelhiCapitals registered their 1⃣0⃣th win of the season & moved to the top of the Points Table 🔽#DCvCSK pic.twitter.com/lgh6V2a5nc
— IndianPremierLeague (@IPL) October 4, 2021 " class="align-text-top noRightClick twitterSection" data="
">With a win over #CSK in Match 50 of the #VIVOIPL, @DelhiCapitals registered their 1⃣0⃣th win of the season & moved to the top of the Points Table 🔽#DCvCSK pic.twitter.com/lgh6V2a5nc
— IndianPremierLeague (@IPL) October 4, 2021With a win over #CSK in Match 50 of the #VIVOIPL, @DelhiCapitals registered their 1⃣0⃣th win of the season & moved to the top of the Points Table 🔽#DCvCSK pic.twitter.com/lgh6V2a5nc
— IndianPremierLeague (@IPL) October 4, 2021
ରୋହିତ ଶର୍ମାଙ୍କ ନେତୃତ୍ବରେ ମୁମ୍ବାଇ ଇଣ୍ଡିଆନ୍ସର ଆଇପିଏଲ ୨୦୨୧ର ଦ୍ବିତୀୟ ପର୍ଯ୍ୟାୟରେ ଅଭିଯାନ ନିରାଶଜନକ ରହିଛି । ଶେଷ ୫ଟି ମୁକାବିଲାରୁ ୪ଟିରେ ଟିମକୁ ପରାଜୟର ମୁହଁ ଦେଖିବାକୁ ପଡିଛି । ଏକମାତ୍ର ବିଜୟ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ମିଳିଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ବିଜୟ ହାସଲ କରିବାକୁ ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇନଥିଲା ଟିମ ।
ରାଜସ୍ଥାନର ସ୍ଥିତି ମଧ୍ୟ ଅନୁରୂପ ରହିଛି । ସଞ୍ଜୁ ସାସମନଙ୍କ ନେତୃତ୍ବରେ ଟିମ ରୟାଲ ଖେଳିଥିବା ଶେଷ ୫ଟି ମ୍ୟାଚ୍ରୁ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇ ପ୍ଲେ-ଅଫ୍ ରେସ୍ରେ ନିଜକୁ ରଖିପାରିଛି ।
ରାଜସ୍ଥାନ ପକ୍ଷରୁ ଯୁବ ଓପନର ଜଶସ୍ବୀ ଜୟଶ୍ବାଲ(୫୦) ଓ ଶିବମ ଦୁବେ( ଅପରାଜିତ) ଲଢୁଆ ଇଂନିସ ଖେଳି ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଟିମକୁ ବିଜୟୀ କରାଇଥିଲେ ।
ମୁମ୍ବାଇ ବୋଲର ଆଇପିଏଲର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ କୋଚ୍ ସେନ ବଣ୍ଡ୍ କହିଛନ୍ତି, ବୋଲିଂ ୟୁନିଟ୍ ଟିମକୁ ବିଜୟ ଦେବାକୁ ପ୍ରୟାସ କରିଥାନ୍ତି ।
ମୁମ୍ବାଇ ଓ ରାଜସ୍ଥାନ ମଧ୍ୟରେ ଏଯାବତ ଖେଳାଯାଇଥିବା ୨୪ ମ୍ୟାଚ୍ରେ ଦୁଇ ଟିମ ମଧ୍ୟରେ କଡା ମୁକାବିକା ଦେଖିବାକୁ ମିଳିଛି । ମୁମ୍ବାଇକୁ ୧୨ଟି ମ୍ୟାଚ୍ରେ ବିଜୟ ମିଳିଥିବାବେଳେ ରାଜସ୍ଥାନ ୧୧ଥର ସଫଳତା ହାସଲ କରିଛି । ଦୁଇ ଟିମ ମଧ୍ୟରେ ଖେଳାଯାଇଥିବା ଗୋଟିଏ ମୁକାବିଲା ଡ୍ର ରହିଛି ।
ଆଜି(ଅକ୍ଟୋବର ୫) ଖେଳାଯିବାକୁ ଥିବା ମ୍ୟାଚରେ ବିଜୟୀ ଟିମର ୧୨ ପଏଣ୍ଟ ହେବାସହ ଚତୁର୍ଥ ସ୍ଥାନ ପାଇଁ ଲଢେଇ କରିବ । ପୂର୍ବରୁ କୋଲକାତା ନାଇଟ ରାଇଡର୍ସ ଏହି ସ୍ଥାନରେ ରହିଛି । ଟୁର୍ଣ୍ଣାମେଣ୍ଟରେ ସୁରକ୍ଷିତ ଆଗକୁ ବଢିବାକୁ ରନରେଟ୍ ମଧ୍ୟ ସୁଧାରିବାକୁ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ