ମୁମ୍ବାଇ: ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ। ଆଇପିଏଲ 14ତମ ସଂସ୍କରଣର ଏହି ଚତୁର୍ଥ ମ୍ୟାଚକୁ ନେଇ ଉଭୟ ପକ୍ଷର କ୍ରିକେଟର ପ୍ରସ୍ତୁତ ରହିଛନ୍ତି। ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସର କ୍ରିଶ ମୋରିସଙ୍କ ଉପରେ ରହିବ ସଭିଙ୍କ ନଜର। ଆଇପିଏଲ ମିନି ନିଲାମୀରେ ସବୁଠାରୁ ଅଧିକ ଟଙ୍କାରେ ନିଲାମ ହୋଇଥିଲେ କ୍ରିଶ ମୋରିସ। ଆହତ ସମସ୍ୟା ଯୋଗୁଁ ଜୋଫ୍ରା ଆର୍ଚର ଚଳିତ ସିଜିନରେ ରାଜସ୍ଥାନ ସହ ଯୋଗ ଦେଇ ପାରିନାହାନ୍ତି। ଏଭଳି ସ୍ଥିତିରେ କ୍ରିଶ ମୋରିସଙ୍କ ରାଜସ୍ଥାନ ବୋଲିଂ ଲାଇନ ଦାୟିତ୍ବ ନେବେ।
-
Let's get that 13th 𝗪. 👊#HallaBol | #RoyalsFamily | #IPL2021 | @StuddsHelmet pic.twitter.com/4vFRporIBi
— Rajasthan Royals (@rajasthanroyals) April 11, 2021 " class="align-text-top noRightClick twitterSection" data="
">Let's get that 13th 𝗪. 👊#HallaBol | #RoyalsFamily | #IPL2021 | @StuddsHelmet pic.twitter.com/4vFRporIBi
— Rajasthan Royals (@rajasthanroyals) April 11, 2021Let's get that 13th 𝗪. 👊#HallaBol | #RoyalsFamily | #IPL2021 | @StuddsHelmet pic.twitter.com/4vFRporIBi
— Rajasthan Royals (@rajasthanroyals) April 11, 2021
ପୂର୍ବ ସିଜିନରେ ରାଜସ୍ଥାନର ବୋଲିଂ ସମସ୍ୟା ରହିଥିଲା। ଜୋଫ୍ରା ଆର୍ଚର ଭଲ ବୋଲିଂ କରିଥିଲେ ସୁଦ୍ଧା ତାଙ୍କୁ ଅନ୍ୟ କୌଣସି ବୋଲର ତାଙ୍କୁ ସହାୟତା କରି ପାରିନଥିଲେ। ଚଳିତ ବର୍ଷ ମୁସ୍ତାଫିଜୁର ରେହମାନ ଓ କ୍ରିଶ ମୋରିସଙ୍କ ଉପରେ ଏହି ଗୁରୁ ଦାୟିତ୍ବ ରହିବ। ବ୍ୟାଟିଂ ଲାଇନ ସମ୍ଭାଳିବାକୁ ଦଳରେ ଆକ୍ରାମକ ବ୍ୟାଟ୍ସମ୍ୟାନ ଜୋଶ ବଟଲର ରହିଛନ୍ତି। ତା ସାଙ୍ଗକୁ ଅଲରାଉଣ୍ଡର ବେନ ଷ୍ଟୋକସ ମଧ୍ୟ ପ୍ରତିପକ୍ଷ ଦଳର ବୋଲିଂକୁ ଧ୍ବସ୍ତ କରିବାର କ୍ଷମତା ରଖିଛନ୍ତି। ଡେଭିଡ ମିଲର ମଧ୍ୟ ସ୍କୋର କରିବାରେ ଗୁରୁତ୍ବପୂର୍ଣ୍ଣ ଭୁମିକା ବହନ କରିବେ।
ସେପଟେ ପଞ୍ଜାବ ଦଳ ମଧ୍ୟ ଗତ ସିଜିନରେ ଆକ୍ରାମକ ଖେଳ ଦେଖାଇଥିଲା। ଗତ ସିଜିନରେ ସର୍ବାଧିକ ରନ କରିଥିବା ଅଧିନାୟକ କେ ଏଲ ରାହୁଲ ଗତଥର ଅରେଞ୍ଜ କ୍ୟାପ ପାଇଥିଲେ। ତେବେ ଚଳିତ ବର୍ଷ ଇଂଲଣ୍ଡ ବିପକ୍ଷରେ ସେତେଟା ଭଲ ପ୍ରଦର୍ଶନ କରି ପାରିନଥିଲେ ରାହୁଲ। ଏହାଛଡ଼ା ମୟଙ୍କ ଅଗ୍ରୱାଲ ଦଳ ପାଇଁ ଭରଷାଯୋଗ୍ୟ ହୋଇ ପାରିବେ।
ବୋଲିଂ ବିଭାଗ ସମ୍ଭାଳିବାକୁ ଦଳ ପାଖରେ ଅଭିଜ୍ଞ ଫାଷ୍ଟ ବୋଲର ମହମ୍ମଦ ସାମି ରହିଛନ୍ତି। କ୍ରିଶ ଜୋର୍ଡନଙ୍କୁ ମଧ୍ୟ ଦଳ ୱିକେଟ ନେବା ପାଇଁ ବ୍ୟବହାର କରି ପାରିବ। ଦେଖିବାକୁ ବାକି ରହିଲା ମ୍ୟାଚରେ କିଏ ବାଜିମାତ କରୁଛି।
ରାଜସ୍ଥାନ ରୟାଲ୍ସ ଦଳ
ସଞ୍ଜୁ ସାମସନ(ଅଧିନାୟକ), ବେନ ଷ୍ଟୋକ୍ସ, ଜୋଶ ବଟଲର, ରିଆନ ପରାଗ, ଶ୍ରେୟସ ଗୋପାଳ, ରାହୁଲ ତେୱତିଆ, ମହିପାଲ ଲୋମରୋର, କାର୍ତ୍ତିକ ତ୍ୟାଗୀ, ଆଣ୍ଡ୍ରିୟୁ ଟାଇ, ଜୟଦେବ ଉନଦକଟ, ମୟଙ୍କ ମାର୍କଣ୍ଡେ, ଯଶସ୍ବୀ ଜୈସୱାଲ, ଅନୁଜ ରାୱତ, ଡେଭିଡ ମିଲର, ମନନ୍ ଭୋହରା , ରବିନ ଉଥ୍ଥାପା, ଶିଭମ୍ ଦୁବେ, କ୍ରିଶ୍ ମୋରିସ୍, ମୁସ୍ତାଫିଜୁର ରହମାନ, ଚେତନ ସକାରିଆ, କେସି କାରିଆପ୍ପା, ଲିଆମ୍ ଲିଭିଙ୍ଗଷ୍ଟୋନ୍, କୁଲଦୀପ ଯାଦବ ଓ ଆକାଶ ସିଂ।
ପଞ୍ଜାବ କିଙ୍ଗ୍ସ ଦଳ
କେ.ଏଲ୍ ରାହୁଲ (ଅଧିନାୟକ), ମୟଙ୍କ ଅଗ୍ରୱାଲ, କ୍ରିସ୍ ଗେଲ, ମନଦୀପ ସିଂ, ପ୍ରଭାସୀମରନ୍ ସିଂ, ନିକୋଲାସ୍ ପୁରାନ୍, ସରଫରାଜ ଖାନ୍, ଡିପେନ୍ଦ୍ର ହୁଡା, ମୁରୁଗାନ୍ ଅଶ୍ବିନ୍, ରବି ବିଷ୍ଣୁୋଇ, ହରପ୍ରୀତ ବରାଡ଼, ମହମ୍ମଦ ସାମି, ଅର୍ଶଦୀପ ସିଂହ, ଇଶାନ ପୋରେଲ, ଦର୍ଶନ ନାଲକାଣ୍ଡେ, କ୍ରିସ ଜୋର୍ଡାନ, ଡେଭିଡ ମଲାନ, ଜାଏ ରିଚାର୍ଡସନ, ଶାହାରୁଖ ଖାନ, ରିଲେ ମେରେଡିଥ, ମୋଇସେସ ହେନ୍ରିକ୍ସ, ଜଲଜ ସକ୍ସେନା, ଉତ୍କଳ ସିଂ, ଫୈବିୟନ ଆଲେନ ଓ ସୌରଭ କୁମାର।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ