ETV Bharat / sports

IPL 2022: ପଞ୍ଜାବର ପ୍ଲେ-ଅଫ୍‌ ଆଶା ଉଜ୍ଜୀବିତ, ଆଶଙ୍କାରେ ଆରସିବି

author img

By

Published : May 14, 2022, 7:27 AM IST

କାମ ଦେଲା ବେୟାରଷ୍ଟୋ ଓ ଲିଭିଙ୍ଗଷ୍ଟୋନଙ୍କ ଅର୍ଦ୍ଧଶତକ । ବାଙ୍ଗାଲୋର(RCB)କୁ ୫୪ ରନରେ ହରାଇଲା ପଞ୍ଜାବ କିଙ୍ଗ୍ସ । ଅଧିକ ପଢନ୍ତୁ

IPL 2022: ବାଙ୍ଗାଲୋରକୁ ୫୪ ରନରେ ହରାଇଲା ପଞ୍ଜାବ

ମୁମ୍ବାଇ: ଆଇପିଏଲ(IPL)ର 60ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB)କୁ ୫୪ ରନରେ ହରାଇଲା ପଞ୍ଜାବ କିଙ୍ଗ୍ସ(PBKS) । ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭର ମଧ୍ୟରେ 8 ୱିକେଟ ହରାଇ 209 ରନ୍ ସଂଗ୍ରହ କରିଥିଲା ପଞ୍ଜାବ । ଫଳରେ ବାଙ୍ଗାଲୋର ଆଗରେ 210 ରନର ଟାର୍ଗେଟ ରହିଥିଲା । ପରେ ବାଙ୍ଗାଲୋର ୨୦ଓଭର ମଧ୍ୟରେ ୯ ଓ୍ବିକେଟ ହରାଇ ମାତ୍ର 155 ରନ କରିବାକୁ ସକ୍ଷମ ହୋଇଥିଲା ।

ବେୟାରଷ୍ଟୋଙ୍କ 66 ରନ ଓ ଲିଭିଙ୍ଗଷ୍ଟୋନଙ୍କ 70 ରନ ଯୋଗୁଁ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ବିଜୟୀ ହୋଇଥିଲା ପଞ୍ଜାବ । ସେହିପରି ଶିଖର ଧାୱନ 15, ମୟଙ୍କ ଅଗ୍ରୱାଲ 16 ରନ କରି ପାଭିଲିୟନକୁ ଫେରିଥିଲେ । ଏହି ବିଜୟ ସହ ପଞ୍ଜାବ ଗୁରୁତ୍ବପୂର୍ଣ୍ଣ ଦୁଇ ପଏଣ୍ଟ ହାତେଇଛି । ଏଥିସହ ରନ ରେଟ୍‌ ବୃଦ୍ଧି କରି ୧୨ ପଏଣ୍ଟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ପହଞ୍ଚିଛି । ଫଳରେ ପଞ୍ଜାବର ପ୍ଲେ-ଅଫ୍‌ ଆଶା ଉଜ୍ଜୀବିତ ରହିଛି ।

ବାଙ୍ଗାଲୋର ପକ୍ଷରୁ ମାକ୍ସଓ୍ବେଲ 35, ରଜତ ପଟିଦାର 26 ଓ ବିରାଟ କୋହଲି 20 ରନ କରିଥିଲେ । ସେହିପରି କ୍ୟାପଟେନ ଫାପ୍‌ ଡୁପ୍ଲେସିସ 10, ଦିନେଶ କାର୍ତ୍ତିକ 11, ହର୍ଷଲ ପଟେଲ11, ମହିପାଲ ଲୋମର 6ରନ କରି ଦଳୀୟ ସ୍କୋରକୁ 155ରେ ପହଞ୍ଚାଇବାକୁ ସକ୍ଷମ ହୋଇଥିଲେ । ପଏଣ୍ଟ ଟେବୁଲରେ 14 ପଏଣ୍ଟ ସହ ଆରସିବି ଚତୁର୍ଥ ସ୍ଥାନରେ ରହିଥିଲେ ମଧ୍ୟ ଏଯାବତ ପ୍ଲେ-ଅଫ୍‌ ଟିକେଟ ଟିକେଟ ସୁନିଶ୍ଚିତ କରିପାରିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.