ETV Bharat / sports

IPL 2023: ଅରେଞ୍ଜ୍‌ କ୍ୟାପ୍‌ ଓ ପର୍ପଲ କ୍ୟାପ୍‌ ରେସ୍‌ରେ ସର୍ବାଗ୍ରେ ରହିଛନ୍ତି ଏହି ଦୁଇ ଖେଳାଳି

author img

By

Published : Apr 3, 2023, 3:17 PM IST

ଆଇପିଏଲ ୨୦୨୩ରେ ବର୍ତ୍ତମାନ ସୁଦ୍ଧା ପ୍ରତ୍ୟେକ ଟିମ୍‌ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳି ସାରିଛନ୍ତି । ସର୍ବାଧିକ ରନ୍‌ ସ୍କୋର୍‌ କରି ଅରେଞ୍ଜ କ୍ୟାପ ରେସ୍‌ରେ ଆଗରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍‌ସ୍‌ର ଓପନର ଋତୁରାଜ ଗାଏକୱାଡ । ସର୍ବାଧିକ ୱିକେଟ ଦଖଲ କରି ଲକ୍ଷ୍ନୌ ଜାଏଣ୍ଟ୍ସର ଷ୍ଟାର ବୋଲର ମାର୍କ ଉଡ ପର୍ପଲ କ୍ୟାପ ଦୌଡରେ ଆଗରେ ରହିଛନ୍ତି । ଅଧିକ ପଢନ୍ତୁ

Orange and Purple Cap Race
Orange and Purple Cap Race

ନୂଆଦିଲ୍ଲୀ: ଆଇପିଏଲ ୨୦୨୩ରେ ୧୬ତମ ସଂସ୍କରଣ ଆରମ୍ଭ ହୋଇଯାଇଛି । ପ୍ରତ୍ୟେକ ଟିମ୍‌ ଗୋଟିଏ ଲେଖାଏଁ ମ୍ୟାଚ ଖେଳି ସାରିଛନ୍ତି । ୫ଟି ଟିମ୍‌ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ବେଳେ ଆଉ ୫ଟି ଟିମ ପରାଜୟର ସମ୍ମୁଖୀନ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଖେଳାଯାଇଥିବା ମ୍ୟାଚରେ ସର୍ବାଧିକ ରନ୍‌ ସ୍କୋର୍‌ କରି ଅରେଞ୍ଜ କ୍ୟାପ ରେସ୍‌ରେ ଆଗରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍‌ସ୍‌ର ଓପନର ଋତୁରାଜ ଗାଏକୱାଡ । ସେହିଭଳି ସର୍ବାଧିକ ୱିକେଟ ଦଖଲ କରି ଲକ୍ଷ୍ନୌ ଜାଏଣ୍ଟ୍ସର ଷ୍ଟାର ବୋଲର ମାର୍କ ଉଡ ପର୍ପଲ କ୍ୟାପ ଦୌଡରେ ଆଗରେ ରହିଛନ୍ତି ।

ଅରେଞ୍ଜ କ୍ୟାପ ରେସ୍‌ରେ ପ୍ରଥମ ସ୍ଥାନରେ ଚେନ୍ନାଇ ସୁପର କିଙ୍ଗ୍ସର ବ୍ୟାଟର ଋତୁରାଜ ଗାଏକୱାଡ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସ ତିଲକ ବର୍ମା ରହିଛନ୍ତି । ତାଙ୍କ ପଛକୁ ତୃତୀୟ ସ୍ଥାନରେ ଆରସିବିର ଷ୍ଟାର ବ୍ୟାଟର ବିରାଟ କୋହଲି ରହିଛନ୍ତି ଯିଏକି ମୁମ୍ବାଇ ବିପକ୍ଷରେ ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ। ।

ସେହିପରି ପର୍ପଲ କ୍ୟାପ କଥା କହିବାକୁ ଗଲେ ଏଥିରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସର ବୋଲର ମାର୍କ ଊଡ୍‌ ପ୍ରଥମ ମ୍ୟାଚରେ ପ୍ରଥମ ୫ ଓ୍ବିକେଟ ହାସଲ କରି ପର୍ପଲ କ୍ୟାପ ଦୌଡ଼ରେ ଶୀର୍ଷରେ ରହିଛନ୍ତି । ତାଙ୍କ ପଛକୁ ରାଜସ୍ଥାନ ରୟାଲ୍ସର ସ୍ପିନର ୟୁଜବେନ୍ଦ୍ର ଚହଲ 4ଟି ୱିକେଟ ନେଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ତୃତୀୟ ସ୍ଥାନରେ ପଞ୍ଜାବ କିଙ୍ଗ୍‌ସର ଅର୍ଶଦୀପ ସିଂହ ରହିଛନ୍ତି । ପ୍ରଥମ ମ୍ୟାଚ୍‌ରେ ସେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ତିନୋଟି ୱିକେଟ ହାସଲ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-IPL 2023: ଆଜି ଧୋନୀ-ରାହୁଲ ଲଢେଇ, ଖାତା ଖୋଲିବା ଲକ୍ଷ୍ୟରେ CSK

ମାର୍ଚ୍ଚ ୩୧ ତାରିଖରୁ ହାଇପ୍ରୋଫାଇଲ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି । ମୋଟ ୧୦ଟି ଦଳ ଏଥର ଟାଇଟଲ ହାତେଇବାକୁ କଡ଼ା ମୁକାବିଲା କରୁଛନ୍ତି । ଗୁଜୁରାଟ, ଲକ୍ଷ୍ନୌ, ପଞ୍ଜାବ, ବାଙ୍ଗାଲୋର ଓ ରାଜସ୍ଥାନ ବିଜୟ ଖାତା ଖୋଲି ସାରିଛନ୍ତି । ଚଳିତ ସଂସ୍କରଣରେ ମୋଟ ୧୨ଟି ଭେନ୍ୟୁରେ ୫୨ଦିନ ଧରି ଚାଲିବ ଏହି ଧନାଢ୍ୟ ଲିଗ୍‌ । ଲିଗ୍‌ ପର୍ଯ୍ୟାୟରେ ୭୦ଟି ମ୍ୟାଚ ରହିଛି । ପ୍ଲେ ଅଫ୍‌ରେ ୪ଟି ମ୍ୟାଚ ଖେଳାଯିବ । ଏହା ପୂର୍ବରୁ ଲିଗ୍‌ ପର୍ଯ୍ୟାୟରେ 18 ଦିନ ଡବଲ ହେଡର ମ୍ୟାଚ ଦେଖିବାକୁ ପାଇବେ ଫ୍ୟାନ୍ସ । ମେ ୨୮ରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ଖେଳାଯିବ । ଆଜି(ସୋମବାର) ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.