ETV Bharat / sports

ଅଷ୍ଟ୍ରେଲିଆ ଭଳି ରହିଛି ଆରିସିବିରେ ମୋର ଭୂମିକା: ମାକ୍ସୱେଲ - ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

'ଅଷ୍ଟ୍ରେଲିଆ ପାଇଁ ମୋର ଭୂମିକା ଯାହା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ମଧ୍ୟ ତାହା।' ଏଭଳି ମନ୍ତବ୍ୟ ଦେଇଛନ୍ତି ଆରସିବିର ଆକ୍ରାମକ ବ୍ୟାଟସମ୍ୟାନ ଗ୍ଲେନ ମାକ୍ସୱେଲ। ଅଧିକ ପଢ଼ନ୍ତୁ...

ଅଷ୍ଟ୍ରେଲିଆ ଭଳି ରହିଛି ଆରିସିବିରେ ମୋର ଭୁମିକା: ମାକ୍ସୱେଲ

author img

By

Published : Apr 15, 2021, 8:10 PM IST

ଚେନ୍ନାଇ: 'ଅଷ୍ଟ୍ରେଲିଆ ପାଇଁ ମୋର ଭୂମିକା, ଯାହା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ମଧ୍ୟ ତାହା।' ଏଭଳି ମନ୍ତବ୍ୟ ଦେଇଛନ୍ତି ଆରସିବିର ଆକ୍ରାମକ ବ୍ୟାଟସମ୍ୟାନ ଗ୍ଲେନ ମାକ୍ସୱେଲ। ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର 6 ରନରେ ବିଜୟୀ ହୋଇଥିଲା । ଏହି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଗ୍ନେନ ମାକ୍ସୱେଲ। ଏହି ମ୍ୟାଚରେ ବାଙ୍ଗାଲୋର ମୋଟ 149 ରନ କରିଥିବାବେଳେ ମାକ୍ସୱେଲ ଏକାକୀ 59 ରନ କରିଥିଲେ।

ମ୍ୟାଚ ପରେ ଏକ ସାକ୍ଷାତକାରରେ ମାକ୍ସୱେଲ କହିଛନ୍ତି ଯେ, "ଏଥର ଆଇପିଏଲରେ ମୋତେ ଭଲ ଆରମ୍ଭ ମିଳିଛି। ନୂଆ ଫ୍ରାଞ୍ଚାଇଜିରେ ମୋ ଭୂମିକା ସ୍ପଷ୍ଟ ରହିଛି । ମୋ ପଛରେ ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ ରହିଛନ୍ତି। ଅଷ୍ଟ୍ରେଲିଆ ଦଳ ପାଇଁ ମୋ ଭୂମିକା ଯାହା ଏଠାରେ ମଧ୍ୟ ମୁଁ ସେହି ଭୂମିକା ବହନ କରୁଛି।"

ହାଇଦ୍ରାବାଦ ବିପକ୍ଷରେ ମାକ୍ସୱେଲ 41 ବଲରୁ 59 ରନ କରିଥିଲେ । ଗତ ଆଇପିଏଲ ସିଜିନରେ ସେ 13ଟି ମ୍ୟାଚରେ ମାତ୍ର 108 ରନ କରିଥିଲେ । ଫଳରେ ପଞ୍ଜାବ କିଙ୍ଗ୍ସ ଦଳ ତାଙ୍କୁ ରିଲିଜ କରିଥିଲା। ମିନି ଆଇପିଏଲ ନିଲାମିରେ ତାଙ୍କୁ ଦଳରେ ସାମିଲ କରିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର।

ମାକ୍ସୱେଲଙ୍କ ମତରେ, ବିରାଟ କୋହଲି ଦାୟିତ୍ବ ଦେବାରେ ମହାରଥୀ । ଆଇପିଏଲ କ୍ୟାରିଅରରେ ମାକ୍ସୱେଲ ଚତୁର୍ଥ ଫ୍ରାଞ୍ଚାଇଜି ସହ ଯୋଗ ଦେଇଛନ୍ତି। ଏଥିପାଇଁ ଭଲ ପ୍ରଦର୍ଶନ କରିବା ପାଇଁ ତାଙ୍କ ଉପରେ ଚାପ ଅଧିକ ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.