ନୂଆଦିଲ୍ଲୀ: ଆଇପିଏଲରେ ଏକ ସଫଳ ଦଳର ରୂପରେ ଉଭା ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ ଦଳ। ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲର ସଫଳ ଦଳ ଭାବରେ ବିବେଚିତ ହେଉଥିଲା। ତେବେ ଲଗାତାର ଦୁଇଟି ସିଜିନରେ ଟାଇଟଲ ହାତେଇବା ପରେ ବର୍ତ୍ତମାନ ହାଟ୍ରିକ ଟାଇଟଲ ଜିତିବା ଲକ୍ଷ୍ୟରେ ରହିଛି ମୁମ୍ବାଇ ଇଣ୍ଡିଆନ୍ସ ଦଳ। ବର୍ତ୍ତମାନ ସୁଦ୍ଧା 5ଟି ଆଇପିଏଲ ଟ୍ରଫି ନିଜ ନାମରେ କରି ସାରିଛି ଏହି ଘାତକ ଦଳ।
-
Our boys raised the 🌡️ even further on a hot day 1️⃣ in Chennai 🔥🏏#OneFamily #MumbaiIndians #IPL2021 pic.twitter.com/BPpTbC0Jua
— Mumbai Indians (@mipaltan) April 3, 2021 " class="align-text-top noRightClick twitterSection" data="
">Our boys raised the 🌡️ even further on a hot day 1️⃣ in Chennai 🔥🏏#OneFamily #MumbaiIndians #IPL2021 pic.twitter.com/BPpTbC0Jua
— Mumbai Indians (@mipaltan) April 3, 2021Our boys raised the 🌡️ even further on a hot day 1️⃣ in Chennai 🔥🏏#OneFamily #MumbaiIndians #IPL2021 pic.twitter.com/BPpTbC0Jua
— Mumbai Indians (@mipaltan) April 3, 2021
2013 ସିଜିନ ପରଠୁ ଦଳ ଲଗାତାର ଭଲ ପ୍ରଦର୍ଶନ କରି ଆସୁଛି। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ଦଳର ପ୍ରତ୍ୟେକ ଭିବାଗ ସନ୍ତୁଳିତ ମନେ ହୁଏ। ବ୍ୟାଟିଂ ଲାଇନରେ ରୋହିତ ଶର୍ମାଙ୍କ ସହ କ୍ବିଣ୍ଟନ ଡିକକ୍, ସୂର୍ଯ୍ୟକୁମାର ଯାଦବ ଟପ ଅର୍ଡର ଦାୟିତ୍ବରେ ରହିଛନ୍ତି। ସେହିଭଳି ମିଡିଲ ଅର୍ଡରରେ ଇଶାନ କିଷନ, କୈରନ ପୋଲାର୍ଡ, ହାର୍ଦ୍ଧିକ ପାଣ୍ଡ୍ୟା ଓ ତାଙ୍କ ଭାଇ କୃଣାଲ ପାଣ୍ଡ୍ୟା ବ୍ୟାଟିଂ ଦାୟିତ୍ବରେ ରହିଛନ୍ତି। ଜିମି ନିଷମ, ଆଡାମ ମିଲନେ ଲୋୟର ଅର୍ଡର ଦାୟିତ୍ବରେ ରହିଛନ୍ତି।
-
𝗦𝗶𝗼𝗻 - 𝗕𝗮𝗻𝗱𝗿𝗮 - 𝗖𝗵𝗲𝗺𝗯𝘂𝗿 represent 🔥💙#OneFamily #MumbaiIndians #MI #IPL2021 @dhawal_kulkarni pic.twitter.com/rjQ2Dq5A4f
— Mumbai Indians (@mipaltan) April 3, 2021 " class="align-text-top noRightClick twitterSection" data="
">𝗦𝗶𝗼𝗻 - 𝗕𝗮𝗻𝗱𝗿𝗮 - 𝗖𝗵𝗲𝗺𝗯𝘂𝗿 represent 🔥💙#OneFamily #MumbaiIndians #MI #IPL2021 @dhawal_kulkarni pic.twitter.com/rjQ2Dq5A4f
— Mumbai Indians (@mipaltan) April 3, 2021𝗦𝗶𝗼𝗻 - 𝗕𝗮𝗻𝗱𝗿𝗮 - 𝗖𝗵𝗲𝗺𝗯𝘂𝗿 represent 🔥💙#OneFamily #MumbaiIndians #MI #IPL2021 @dhawal_kulkarni pic.twitter.com/rjQ2Dq5A4f
— Mumbai Indians (@mipaltan) April 3, 2021
ଗତ ସିଜିନରେ ଇଶାନ କିଷନ, କ୍ବିଣ୍ଟନ ଡିକକ୍ ଓ ସୂର୍ଯ୍ୟକୁମାର ଯାଦବ ଯଥାକ୍ରମେ 516, 503 ଏବଂ 480 ରନ ସ୍କୋର କରି ବିପକ୍ଷ ଦଳକୁ ଘାଇଲା କରି ଦେଇଥିଲେ। କୈରନ ପୋଲାର୍ଡ ଓ ହାର୍ଦ୍ଧିକ ପାଣ୍ଡ୍ୟା ଦଳ ପାଇଁ ଫିନିଶର ସାବ୍ୟସ୍ତ ହୋଇଛନ୍ତି। ବହୁ ମ୍ୟାଚକୁ ବିପକ୍ଷ ଦଳ ହାତରୁ ଛଡ଼ାଇ ଆଣିଛନ୍ତି ଏହି ଦୁଇ ବ୍ୟାଟସମ୍ୟାନ।
ଖାଲି ବ୍ୟାଟିଂ କାହିଁକି, ବୋଲିଂ ବିଭାଗରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ କିଛି କମ ନୁହେଁ। ଜଶପ୍ରୀତ ବୁମରା ଓ ଟ୍ରେଣ୍ଟ ବୋଲ୍ଟଙ୍କ ଘାତକ ବୋଲିଂ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସଞ୍ଜିବନୀ ପାଲଟିଛି। ତାସାଙ୍ଗକୁ ହାର୍ଦ୍ଧିକ ପାଣ୍ଡ୍ୟା ଓ କୈରନ ପୋଲାର୍ଡଙ୍କ ବୋଲିଂ କୌଶଳ ମଧ୍ୟ ଦମଦାର ରହିଛି। ତେବେ ସ୍ପିନ ବିଭାଗ ମୁମ୍ବାଇ ପାଇଁ ମୁମ୍ବାଇ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା। କାରଣ ଗତ ସିଜିନରେ ରାହୁଲ ଚହର ଗୋଟିଏ ପଟେ 15 ୱିକେଟ ନେଇଥିବା ବେଳେ କୃଣାଳ ପାଣ୍ଡ୍ୟା ମାତ୍ର 6 ୱିକେଟ ପାଇଥିଲେ। ଆଇପିଏଲ 14 ପାଇଁ ଏହାକୁ ନେଇ ମୁମ୍ବାଇ କିଛି ରଣନୀତି ପ୍ରସ୍ତୁତ କରିଥିବ।
2013 ମସିହାରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳ କୌଣସି ଉଦଘାଟନୀ ମ୍ୟାଚ ଜିତି ପାରିନାହିଁ। ତେବେ ଟୁର୍ଣ୍ଣାମେଣ୍ଟ ମଧ୍ୟରୁ ପାଲଟା ଆକ୍ରମଣ କରି ଟାଇଟଲ ହାତେଇବା ନେଇ ମୁମ୍ବାଇର ରେକର୍ଡ ରହିଛି। ଚଳିତ ସିଜିନରେ କୌଣସ ଦଳକୁ ଘରୋଇ ପଡ଼ିଆରେ ଖେଳିବାକୁ ମିଳିନପାରେ। ଏଥିପାଇଁ ଯଥାଶୀଘ୍ର ପରିସ୍ଥିତି ସହ ଖାପ ଖୁଆଇବା ପାଇଁ ଅଭ୍ୟାସ ଆବଶ୍ୟକ ବୋଲି କହିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଦେଶକ ଜାହିର ଖାନ। ମୁଖ୍ୟକୋଚ ମାହେଲା ଜୟବର୍ଦ୍ଧନେଙ୍କ ପ୍ରଶିକ୍ଷଣରେ ଦଳ ମୁଖ୍ୟ ଲକ୍ଷ୍ୟ ରହିବ ହାଟ୍ରିକ ଟାଇଟଲ।
ମୁମ୍ବାଇ ଇଣ୍ଡିଆନ୍ସ ଦଳ
ରୋହିତ ଶର୍ମା (ଅଧିନାୟକ), ଆଡାମ ମିଲନେ, ଆଦିତ୍ୟ ତାରେ, ଅନମୋଲପ୍ରୀତ ସିଂ, ଅନୁକୁଲ ରୟ, ଅର୍ଜୁନ ତେନ୍ଦୁଲକର, କ୍ରିସ ଲିନ, ଧୱଲ କୁଲକର୍ଣ୍ଣୀ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶନ (ୱିକେଟ୍ ରକ୍ଷକ), ଜେମ୍ସ ନିଶମ, ଜଶପ୍ରୀତ ବୁମରା, ଜୟନ୍ତ ଯାଦବ, କୈରନ ପୋଲାର୍ଡ, କ୍ରୁନାଲ ପାଣ୍ଡ୍ୟା, ମାର୍କୋ ଜନସେନ୍, ମୋହସିନ ଖାନ, ନାଥାନ୍ କୁଲଟର-ନାଇଲ୍, ପୀୟୁଷ ଚାୱଲା, କ୍ବିଣ୍ଟନ ଡିକକ୍ (ୱିକେଟ୍ ରକ୍ଷକ), ରାହୁଲ ଚହର, ସୌରଭ ତିୱାରୀ, ସୂର୍ଯ୍ୟକୁମାର ଯାଦବ, ଟ୍ରେଣ୍ଟ ବୋଲ୍ଟ ଓ ଯୁଧବୀର ସିଂ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ