ETV Bharat / sports

IPL 2023: ୨୦୦ତମ ଆଇପିଏଲ ମ୍ୟାଚ୍‌ ଖେଳିବେ CSK ଅଧିନାୟକ ମାହି - MS Dhoni to lead CSK for 200th IPL match

ଆଜି ରାଜସ୍ଥାନ ବିପକ୍ଷରେ ଚେପକ ଷ୍ଟାଡିୟମରେ ମୈଦାନକୁ ଓହ୍ଲାଇବ ଚେନ୍ନାଇ ସୁପରକିଙ୍ଗସ । ତେବେ ଏହି ମ୍ୟାଚ୍‌ ଚେନ୍ନାଇର ସମସ୍ତ ଖେଳାଳି ତଥା ପ୍ରଶଂସକଙ୍କ ପାଇଁ ସ୍ବତନ୍ତ୍ର । କାରଣ ଏହା ଚେନ୍ନାଇର ଅଧିନାୟକ ଭାବେ ଏମଏସ ଧୋନିଙ୍କ ୨୦୦ ତମ ମ୍ୟାଚ । ଯାହାକୁ ଜିତି ଧୋନିଙ୍କୁ ଉପହାର ଦେବାକୁ ଆଶା ରଖିଥିବା କଥା କହିଛନ୍ତି ରବୀନ୍ଦ୍ର ଜାଡେଜା । ଅଧିକ ପଢ଼ନ୍ତୁ

CSK ଅଧିନାୟକ ଭାବେ ୨୦୦ତମ ଆଇପିଏଲ ମ୍ୟାଚ୍‌ ଖେଳିବେ ଧୋନି

author img

By

Published : Apr 12, 2023, 6:47 PM IST

ଚେନ୍ନାଇ: ଜାରି ରହିଛି ଆଇପିଏଲ ୨୦୨୩ର ରୋମାଞ୍ଚପୂର୍ଣ୍ଣ ଲଢ଼େଇ । ଆଜି ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ ଓ ରାଜସ୍ଥାନ ରୟାଲ୍ସ । ଉଭୟ ଦଳ ଚଳିତ ସଂସ୍କରଣରେ ୨ଟି ଲେଖାଏଁ ମ୍ୟାଚ୍‌ ଜିତିଥିବା ବେଳେ ତୃତୀୟ ବିଜୟ ଲକ୍ଷ୍ୟରେ ଆଜି ଚେନ୍ନାଇରେ ପରସ୍ପରକୁ ଭେଟିବେ । ତେବେ ଆଜିର ମ୍ୟାଚ୍‌ ଚେନ୍ନାଇ ସୁପରକିଙ୍ଗସ ତଥା ଦଳର ଅଧିନାୟକ ଏମଏସ ଧୋନିଙ୍କ ପାଇଁ ଏକ ସ୍ମରଣୀୟ ମ୍ୟାଚ୍‌ ହେବ । କାରଣ ଆଜି ଚେନ୍ନାଇର ଅଧିନାୟକ ଭାବେ ୨୦୦ ତମ ମ୍ୟାଚ ଖେଳିବାକୁ ଯାଉଛନ୍ତି ଏହି କିମ୍ବଦନ୍ତୀ କ୍ରିକେଟର ।

କିମ୍ବଦନ୍ତୀ ୱିକେଟରକ୍ଷକ ତଥା ବ୍ୟାଟର ଏମଏସ ଧୋନି ଆଜିର ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ରେ ସିଏସକେର ଅଧିନାୟକ ଭାବେ ୨୦୦ ତମ ମ୍ୟାଚ ଖେଳିବେ । ତେବେ ଧୋନିଙ୍କ ଏଭଳି ଏକ ସ୍ବତନ୍ତ୍ର ମାଇଲଖୁଣ୍ଟ ନେଇ ଦଳର ସମସ୍ତ ଖେଳାଳି ବେଶ ଉତ୍ସାହିତ ଅଛନ୍ତି । ଏନେଇ ଦଳର ପୂର୍ବତନ ଅଧିନାୟକ ତଥା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା କହିଛନ୍ତି, "ସେ ଭାରତୀୟ କ୍ରିକେଟର ଜଣେ କିମ୍ବଦନ୍ତୀ କ୍ରିକେଟର । ସେ ନିଜ କ୍ରିକେଟ ଜୀବନରେ ଅନେକ ମାଇଲଖୁଣ୍ଟ ଛୁଇଁଛନ୍ତି । ଆଜି ଏଭଳି ବିଶେଷ ମାଇଲଖୁଣ୍ଟ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଉଛି । ତାଙ୍କର ୨୦୦ ତମ ମ୍ୟାଚ୍‌ରେ ଚେପକ ଷ୍ଟାଡିୟମରେ ଆମେ ଜିତିବୁ ବୋଲି ଆଶା ରଖିଛି । ସମସ୍ତ ପ୍ରଶଂସକ ମଧ୍ୟ ବେଶ ଖୁସି ହେବେ । ତାଙ୍କର ଏହି ୨୦୦ ତମ ମ୍ୟାଚ୍‌ରେ ତାଙ୍କୁ ଆମେ ବିଜୟ ଉପହାର ଦେବୁ ବୋଲି ଆଶା କରିଛୁ ।"

ଆଇପିଏଲ ଇତିହାସରେ ଏମଏସ ଧୋନି ସବୁଠାରୁ ସ୍ଥିର ଅଧିନାୟକ ଭାବେ ପରିଚୟ ସୃଷ୍ଟି କରିଛନ୍ତି । ସେ ନିଜ ଦଳ ସିଏସକେକୁ ୪ଟି ଆଇପିଏଲ ଟ୍ରଫି ଜିତାଇଛନ୍ତି । ୨୦୧୦, ୨୦୧୧, ୨୦୧୮ ଓ ୨୦୨୧ ମସିହା ଆଇପିଏଲରେ ସେ ଚେନ୍ନାଇ ସୁରକିଙ୍ଗସକୁ ଟାଇଟଲ ଜିତାଇଛନ୍ତି । ଯଦିଓ ମୁମ୍ବାଇ ଇଣ୍ଡିଆନ୍ସ ୫ଟି ଆଇପିଏଲ ଟ୍ରଫି ହାତେଇଛି, ଧୋନି ବାହିନୀ ମଧ୍ୟ ପ୍ରତିବର୍ଷ ସ୍ଥିର ପ୍ରଦର୍ଶନ ଦେଇଆସିଛି । ଆଇପିଏଲ ଇତିହାସରେ ଚେନ୍ନାଇ ଖେଳିଥିବା ୧୩ ସଂସ୍କରଣ ମଧ୍ୟରୁ ଧୋନି ୧୧ ଥର ନିଜ ଦଳକୁ ଶୀର୍ଷ ୪ ଦଳରେ ସାମିଲ କରିଛନ୍ତି । ଏହାରି ମଧ୍ୟରୁ ୪ ଥର ଦଳ ଟାଇଟଲ ହାତେଇଥିବା ବେଳେ ୫ ଥର ରନର୍ସ ଅପ ଭାବେ ଅଭିଯାନ ଶେଷ କରିଛି ।

ଧୋନି ଆଇପିଏଲରେ ସମୁଦାୟ ୨୧୩ ମ୍ୟାଚ୍‌ରେ ଅଧିନାୟକତ୍ବ କରିଛନ୍ତି । ସେହି ମଧ୍ୟରୁ ୧୨୫ଟି ମ୍ୟାଚ୍‌ ଜିତିଥିବା ବେଳେ ୮୭ଟି ମୁକାବିଲାରେ ପରାଜୟର ସ୍ବାଦ ଚାଖିଛନ୍ତି ଧୋନି । ଅନ୍ୟପଟେ ତାଙ୍କ ଅଧିନାୟକତ୍ବରେ କେବଳ ଗୋଟିଏ ମୁକାବିଲାରେ କୌଣସି ଫଳାଫଳ ମିଳିନଥିଲା । ତେବେ ତାଙ୍କର ବିଜୟ ପ୍ରତିଶତ ରହିଛି ୫୮.୯୬ ପ୍ରତିଶତ । ଯାହା ତାଙ୍କୁ ଆଇପିଏଲରେ ସଫଳ ଅଧିନାୟକଙ୍କ ମଧ୍ୟରେ ସ୍ଥାନ ଦେଇଛି । ତେବେ ସେ ଆଇପିଏଲରେ ଏବେ ପର୍ଯ୍ୟନ୍ତ କମାଣ ସମ୍ଭାଳିଥିବା ୨୧୩ ମ୍ୟାଚ୍‌ରୁ ୧୯୯ ମ୍ୟାଚରେ ଚେନ୍ନାଇର ଅଧିନାୟକ ରହିଛନ୍ତି । ସେଥିରୁ ସେ ଚେନ୍ନାଇକୁ ୧୨୦ଟି ମୁକାବିଲା ଜିତାଇଥିବା ବେଳେ ୭୮ଟିରେ ପରାଜୟ ବରଣ କରିଛନ୍ତି । ତେବେ ଚେନ୍ନାଇର ଅଧିନାୟକ ଭାବେ ତାଙ୍କର ବିଜୟ ପ୍ରତିଶତ ରହିଛି ୬୦.୩୦ ପ୍ରତିଶତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.