ETV Bharat / sports

TATA IPL 2023: ବୋଲରଙ୍କ ପ୍ରଦର୍ଶନରେ ଅସନ୍ତୁଷ୍ଟ ଧୋନି, କହିଲେ ଅନ୍ୟ ଅଧିନାୟକ ଅଧିନରେ ଖେଳିବାକୁ ରୁହ ପ୍ରସ୍ତୁତ

ଆଇପିଏଲ ୨୦୨୩ରେ ଏବେ ପର୍ଯ୍ୟନ୍ତ ଚେନ୍ନାଇ ଖେଳିଥିବା ଦୁଇଟି ଯାକ ମ୍ୟାଚ୍‌ରେ ଦଳୀୟ ବୋଲରଙ୍କ ପ୍ରଦର୍ଶନ ନୈରାଶ୍ୟ ଜନକ ରହିଛି । ଯାହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ଯଦି ବୋଲର ନିଜ ବୋଲିଂରେ ସୁଧାର ନଆଣନ୍ତି, ତେବେ ଅନ୍ୟ ଅଧିନାୟକଙ୍କ ଅଧିନରେ ଖେଳିବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ଚେତାବନୀ ଦେଇଛନ୍ତି ଧୋନି । ଅଧିକ ପଢ଼ନ୍ତୁ

author img

By

Published : Apr 4, 2023, 4:20 PM IST

ବୋଲରଙ୍କ ପ୍ରଦର୍ଶନରେ ଅସନ୍ତୁଷ୍ଟ ଧୋନି
ବୋଲରଙ୍କ ପ୍ରଦର୍ଶନରେ ଅସନ୍ତୁଷ୍ଟ ଧୋନି

ଚେନ୍ନାଇ: ଜାରି ରହିଛି ଆଇପିଏଲ ୨୦୨୩ର ମହାସମର । ତେବେ ଏବେ ପର୍ଯ୍ୟନ୍ତ ୬ଟି ମ୍ୟାଚ୍‌ ଖେଳ ସରିଥିବା ବେଳେ ଏଥିରେ ନିଜର ଦୁଇଟି ମ୍ୟାଚ୍‌ ଖେଳି ସାରିଛି ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗସ । ପ୍ରଥମେ ଗୁଜୁରାଟ ଟାଇଟନ୍ସ ବିପକ୍ଷ ଉଦ୍‌ଘାଟନୀ ମ୍ୟାଚ୍‌ରେ ପରାଜୟ ବରଣ କରିବା ପରେ ଗତକାଲି (ସୋମବାର) କେଏଲ ରାହୁଲଙ୍କ ଲକ୍ଷ୍ନୌ ସୁପର ଜାଏଣ୍ଟସଠାରୁ ଚଳିତ ସିଜିନର ପ୍ରଥମ ବିଜୟ ହାସଲ କରିଛି ସିଏସକେ । ତେବେ ଉଭୟ ମ୍ୟାଚ୍‌ରେ ସିଏସ୍‌କେ ବୋଲରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଛି । ଯାହାକୁ ନେଇ ଅଧିନାୟକ ଏମଏସ ଧୋନୀ ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି । ବୋଲରମାନଙ୍କୁ ତୁରନ୍ତ ଏଭଳି ଭୁଲ ସୁଧାରିବାକୁ ଚେତାବନୀ ଦେଇଛନ୍ତି ଅଧିନାୟକ ଧୋନି ।

ବୋଲରଙ୍କ ପ୍ରଦର୍ଶନରେ ଅସନ୍ତୁଷ୍ଟ ଧୋନି
ବୋଲରଙ୍କ ପ୍ରଦର୍ଶନରେ ଅସନ୍ତୁଷ୍ଟ ଧୋନି

ସୋମବାର ଆଇପିଏଲ ୨୦୨୩ର ଷଷ୍ଠ ମ୍ୟାଚ୍‌ ଚେନ୍ନାଇ ସୁପରକିଙ୍ଗସ ଓ ଲକ୍ଷ୍ନୌ ସୁପରଜା ଏଣ୍ଟସ ମଧ୍ୟରେ ଖେଳାଯାଇଥିଲା । ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୨୧୭ ରନର ବିଶାଳ ସ୍କୋର କରିଥିଲା ସିଏସ୍‌କେ । ୨୧୮ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଲକ୍ଷ୍ନୌ । ତେବେ ଏହି ମ୍ୟାଚ୍‌ରେ ସିଏସକେର ଦ୍ରୁତ ବୋଲର ମାନେ ୧୩ଟି ୱାଇଡ୍‌ ଓ ୩ଟି ନୋ ବଲ ବୋଲିଂ କରିଥିଲେ । ଏହି ମ୍ୟାଚ୍‌ରେ ଅଧିନାୟକ ଧୋନି, ରବିନ୍ଦ୍ର ଜାଡେଜା ଓ ବେନ ଷ୍ଟୋକ୍ସଙ୍କର ଗୋଟିଏ ଲେଖାଏଁ ଓଭର ସହିତ ସମୁଦାୟ ୭ ଜଣ ବୋଲରଙ୍କୁ ବ୍ୟବହାର କରିଥିଲେ । ଏହା ସତ୍ତ୍ବେ ଲକ୍ଷ୍ନୌ ୨୦୫ ରନରେ ପହଞ୍ଚି ଯାଇଥିଲା । ତେବେ ମ୍ୟାଚ୍‌ ପରେ ଏନେଇ ନିରାଶା ବ୍ୟକ୍ତ କରିଛନ୍ତି ଧୋନି । ଉଭୟ ମ୍ୟାଚ୍‌ରେ ଆମ ଦଳର ବୋଲର ଅତ୍ୟଧିକ ଅତିରିକ୍ତ ବଲ ପକାଉଛନ୍ତି ବୋଲି ଧୋନି କହିଛନ୍ତି । ପ୍ରକାଶ ଥାଉକି, ଆଇପିଏଲ ୨୦୨୩ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ସିଏସକେ ବୋଲର ସମୁଦାୟ ୧୨ ଅତିରିକ୍ତ ରନ ଦେଇଥିଲେ । ଏଥିରେ ୬ ଲେଗ ବାଇ, ୨ ନୋବଲ ଓ ୪ ୱାଇଡ୍‌ ରନ ସାମିଲ ରହିଥିଲା । ସେହିଭଳି ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍‌ରେ ୨ ଲେଗ ବାଇ, ୩ ନୋବଲ ଓ ୧୩ ୱାଇଡ ସହିତ ସମୁଦାୟ ୧୮ ଅତିରିକ୍ତ ରନ ଦେଇଥିଲେ ସିଏସକେ ବୋଲର ।

ଦୀପକ ଚହରଙ୍କ ଖରାପ ପ୍ରଦର୍ଶନ: ଚେନ୍ନାଇର ଷ୍ଟାର ବୋଲର ଦୀପକ ଚହର ଲକ୍ଷ୍ନୌ ବିପକ୍ଷରେ ୫ ୱାଇଡ ବଲ ବୋଲିଂ କରିଥିଲେ । କେବଳ ୧୭ ନମ୍ବର ଓଭରରେ ସେ ଲଗାତାର ୩ଟି ୱାଇଡ ବଲ ରନ ବିପକ୍ଷ ଦଳକୁ ଦେଇଥିଲେ । ଦୀପକଙ୍କ ସହିତ ଚେନ୍ନାଇର ଅନ୍ୟ ଦୁଇ ଦୃତ ବୋଲର ତୁଷାର ଦେଶପାଣ୍ଡେ ଓ ରାଜବର୍ଦ୍ଧନ ହେଙ୍ଗର୍ଗେକର ମଧ୍ୟ ଅତ୍ୟଧିକ ୱାଇଡ ବଲ ବୋଲିଂ କରୁଥିବା ଦେଖିବାକୁ ମିଳୁଛି । ତୁଷାର ଦେଶପାଣ୍ଡେ ଉଭୟ ମ୍ୟାଚ୍‌ରେ ୫ ୱାଇଡ ବଲ ଓ ୪ ନୋ ବଲ ବୋଲିଂ କରିଛନ୍ତି । ସେହିଭଳି ରାଜବର୍ଦ୍ଧନ ହେଙ୍ଗର୍ଗେକର ଉଭୟ ମ୍ୟାଚ୍‌ରେ ୬ ୱାଇଡ ଓ ଗୋଟିଏ ନୋ ବଲ ବୋଲିଂ କରିଛନ୍ତି । ଯାହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ଧୋନି ।

ଏମିତି ଚେତାବନୀ ଦେଲେ ଧୋନି: ଦଳୀୟ ବୋଲରଙ୍କ ବାରମ୍ବାର ଖରାପ ପ୍ରଦର୍ଶନ ନେଇ ଅଧିନାୟକ ଧୋନି ନିଜର କ୍ରୋଧ ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ଦଳର ଦୃତ ବୋଲରଙ୍କୁ ନିଜ ବୋଲିଂରେ ସୁଧାର ଆଣିବାକୁ ପଡ଼ିବ । ପରିସ୍ଥିତି ଅନୁସାରେ ଦେଖିଚାହିଁ ବୋଲିଂ କରିବାକୁ ପଡ଼ିବ । ଆମକୁ ବୋଲିଂ କରିବା ସମୟରେ ନୋ ବଲ ଓ ୱାଇଡର ସଂଖ୍ୟା କମ କରିବା ପାଇଁ ହେବ । ଆମେ ଅତ୍ୟଧିକ ମାତ୍ରାରେ ଅତିରିକ୍ତ ବଲ ବୋଲିଂ କରୁଛୁ ।" ଏହା ସହିତ ଯଦି ବୋଲର ମାନେ ନିଜ ବୋଲିଂରେ ସୁଧାର ନଆଣନ୍ତି, ତେବେ ଅନ୍ୟ ଅଧିନାୟକଙ୍କ ଅଧିନରେ ଖେଳିବା ପାଇଁ ପ୍ରସ୍ତୁତ ରହିବେ ବୋଲି ଚେତାବନୀ ଦେଇଛନ୍ତି ଧୋନି । ଏହା ତାଙ୍କର ଦ୍ବିତୀୟ ଚେତାବନୀ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ଧୋନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.