ETV Bharat / sports

Definitely Yes: ଆଇପିଏଲର ଆଗାମୀ ସିଜନ ଖେଳିବେ ଧୋନି

author img

By

Published : May 21, 2022, 12:34 PM IST

Updated : May 21, 2022, 2:27 PM IST

ଆଇପିଏଲ ୨୦୨୩ ସିଜିନ ଖେଳିବେ ମହେନ୍ଦ୍ର ସିଂ ଧୋନି । ଆଇପିଏଲ ୨୦୨୨ର ଟୁର୍ଣ୍ଣାମେଣ୍ଟରେ ଚେନ୍ନାଇ ସୁପରକିଙ୍ଗ୍ସର ଶେଷ ଲିଗ୍‌ ମ୍ୟାଚ୍‌ରେ ଏହା ସ୍ପଷ୍ଟ କରିଛନ୍ତି ଧୋନି । ଅଧିକ ପଢନ୍ତୁ

IPL 2023 ସିଜନ ଖେଳିବେ ମାହି
IPL 2023 ସିଜନ ଖେଳିବେ ମାହି

ମୁମ୍ବାଇ: ଆଗାମୀ ଆଇପିଏଲ(IPL 2023) ସିଜିନରେ ହଳଦିଆ ଜର୍ସିରେ ଦେଖିବାକୁ ମିଳିବ ମାହିଙ୍କ ଜଲୱା । ଆଇପିଏଲ ୨୦୨୩ ସିଜିନ ଖେଳିବେ ମହେନ୍ଦ୍ର ସିଂହ ଧୋନି । ଏନେଇ ଶୁକ୍ରବାର ସନ୍ଧ୍ୟାରେ ରାଜସ୍ଥାନ ରୟାଲ୍ସ ବିପକ୍ଷ CSKର ଚଳିତ ସିଜିନିର ଶେଷ ଲିଗ୍‌ ମ୍ୟାଚ୍‌ରେ ସ୍ପଷ୍ଟ କରିଛନ୍ତି ଧୋନି । ପୂର୍ବରୁ ଧୋନି ଆଇପିଏଲରୁ ଅବସର ନେଇ ଚର୍ଚ୍ଚା ହେଉଥିଲା, ମାତ୍ର ଗତକାଲି ଧୋନିଙ୍କ ସ୍ପଷ୍ଟିକରଣ ପରେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି । ଯାହାକୁ ନେଇ ଧୋନିଙ୍କ ପ୍ରଶଂସକ ଉତ୍ସାହିତ ହୋଇପଡିଛନ୍ତି ।

ଗତକାଲି ଆଇପିଏଲ ମ୍ୟାଚରେ ରାଜସ୍ଥାନ ଓ ଚେନ୍ନାଇ ମଧ୍ୟରେ ମୁକାବିଲା ରହିଥିଲା । ଟସ୍‌ ଜିତିବା ପରେ ଧୋନିଙ୍କୁ ଆଇପିଏଲ ୨୦୨୩ ଖେଳିବେ ନା ନାହିଁ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରେ ଧୋନି କହିଥିଲେ, "ମୁଁ ନିଶ୍ଚିନ୍ତ ରୂପେ ଆଗାମୀ ବର୍ଷ ଆଇପିଏଲ ମ୍ୟାଚ୍‌ ଖେଳିବି । ଚେନ୍ନାଇରେ ନଖେଳି ଚେନ୍ନାଇବାସୀଙ୍କୁ ଧନ୍ୟବାଦ ନଜଣାଇ ବିଦାୟ ନେବା ଅନୁଚିତ ହେବ । ଏହା ଚେନ୍ନାଇ ପ୍ରଶଂସକଙ୍କ ପାଇଁ ଠିକ ହେବନାହିଁ । ୨୦୨୩ ମୋର ଶେ‌ଷ ବର୍ଷ ହେବ କି ନାହିଁ, ତାହା ମୁଁ ଜାଣିନି, କିନ୍ତୁ ଆସନ୍ତା ସିଜିନରେ ନିଶ୍ଚୟ ଖେଳିବି ।"

ତେବେ ଚଳିତ ସିଜିନରେ ଧୋନି ଚେନ୍ନାଇର ଅଧିନାୟକ ଭାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ପ୍ରଦାନ କରିଥିଲେ । ତେବେ ଜାଡେଜାଙ୍କ ଅଧିନାୟକତ୍ବରେ CSK ପ୍ରଦର୍ଶନ ନୈରାଶଜନକ ରହିଥିଲା । ଏହାପରେ ଜାଡେଜା ଧୋନିଙ୍କୁ ଅଧିନାୟକ ପାଇଁ ଅନୁରୋଧ କରିଥିଲେ । ଧୋନି ମଧ୍ୟ ଜାଡେଜାଙ୍କ ଅନୁରୋଧକ୍ରମେ ଅଧିନାୟକ ଦାୟିତ୍ବ ପୁନର୍ବାର ଗ୍ରହଣ କରିଥିଲେ ।

Last Updated : May 21, 2022, 2:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.