ETV Bharat / sports

IPL 2023: ଡଟ୍‌ ବଲ ବୋଲିଂରେ ଆଗରେ ସାମି-ସିରାଜ

author img

By

Published : May 8, 2023, 9:43 PM IST

ଆଇପିଏଲ ୨୦୨୩ରେ ଏବେ ପର୍ଯ୍ୟନ୍ତ ଅନେକ ବୋଲର ୫୦ରୁ ଅଧିକ ଡଟ୍‌ ବଲ ବୋଲିଂ କରିଛନ୍ତି । ତେବେ ମହମ୍ମଦ ସାମି ଓ ମହମ୍ମଦ ସିରାଜ ୧୦୦ରୁ ମଧ୍ୟ ଅଧିକ ଡଟ୍‌ ବଲ ବୋଲିଂ କରି ବିପକ୍ଷ ବ୍ୟାଟରଙ୍କ ଉପରେ ଅଧିକ ଚାପ ସୃଷ୍ଟି କରିଛନ୍ତି । ଅଧିକ ପଢ଼ନ୍ତୁ

IPL 2023
IPL 2023

ହାଇଦ୍ରାବାଦ: ଜାରି ରହିଛି ଆଇପିଏଲ ୨୦୨୩ ମହାସମର । ପ୍ରତିଦିନ ଦେଖିବାକୁ ମିଳୁଛି ରୋମାଞ୍ଚକର ମ୍ୟାଚ । ତେବେ ବୋଲରଙ୍କ ଉପରେ ବ୍ୟାଟର ଭାରି ପଡ଼ିଥିବା ବେଳେ କିଛି ଏଭଳି ବୋଲର ମଧ୍ୟ ରହିଛନ୍ତି, ଯେଉଁମାନଙ୍କୁ ସାମ୍ନା କରିବା ସମୟରେ ବ୍ୟାଟର ମାନଙ୍କ ମନରେ ଏକ ପ୍ରକାର ଭୟ ସୃଷ୍ଟି ହେଉଛି । କିଛି ଏଭଳି ବୋଲର ରହିଛନ୍ତି, ଯେଉଁମାନେ ଆଇପିଏଲରେ ଏବେ ପର୍ଯ୍ୟନ୍ତ ବହୁତ ଡଟ୍‌ ବଲ ବୋଲିଂ କରିଛନ୍ତି । ତେବେ ଏଭଳି ବୋଲରଙ୍କ ତାଲିକା ଉପରେ ନଜର ପକାଇଲେ ସବୁଠାରୁ ଶୀର୍ଷରେ ରହିଛନ୍ତି ଗୁଜରାଟ ଟାଇଟନ୍ସର ଷ୍ଟାର ଅନୁଭବୀ ବୋଲର ମହମ୍ମଦ ସାମି । ଅନ୍ୟମାନଙ୍କ ମଧ୍ୟରେ କେବଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମହମ୍ମଦ ସିରାଜ ମଧ୍ୟ ୧୦୦ରୁ ଅଧିକ ଡଟ ବଲ ବୋଲିଂ କରିବାର ରେକର୍ଡ କରିସାରିଛନ୍ତି ।

ସୀମିତ ଓଭର କ୍ରିକେଟରେ, ବିଶେଷ କରି ଆଇପିଏଲ ତଥା ଟି୨୦ ମ୍ୟାଚ୍‌ରେ ମେଡେନ ଓଭର ଏବଂ ଡଟ୍‌ ବଲ ବୋଲିଂ କରୁଥିବା ବୋଲରଙ୍କୁ ବିଶେଷ ଗୁରୁତ୍ବ ଦିଆଯାଇଥାଏ । କାରଣ ଯେତେବେଳେ କୌଣସି ବୋଲର ନିଜ ଓଭରରେ ଅଧିକ ଡଟ ବଲ ବୋଲିଂ କରିଥାଏ, ଏହା ବିପକ୍ଷ ଦଳର ବ୍ୟାଟରଙ୍କ ଉପରେ ଚାପ ସୃଷ୍ଟି କରିଥାଏ । ସେଥିପାଇଁ ଗୋଟିଏ ମ୍ୟାଚରେ ଫିଲ୍ଡିଂ କରୁଥିବା ଦଳ ପାଇଁ ଡଟ ବଲ ବୋଲିଂ କରୁଥିବା ବୋଲର ସର୍ବଦା ଗୁରୁତ୍ତ୍ବପୂର୍ଣ୍ଣ ହୋଇଥାଏ । ତେବେ ଚଳିତ ଆଇପିଏଲ ୨୦୨୩ରେ ଅନେକ ବୋଲର ୫୦ରୁ ଅଧିକ ଡଟ ବଲ ବୋଲିଂ କରିଛନ୍ତି । ସେମାନଙ୍କ ମଧ୍ୟରୁ ଗୁଜରାଟ ଟାଇଟନ୍ସର ଷ୍ଟାର ଅନୁଭବୀ ବୋଲର ମହମ୍ମଦ ସାମି ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମହମ୍ମଦ ସିରାଜ ୧୦୦ରୁ ମଧ୍ୟ ଅଧିକ ଡଟ ବଲ ବୋଲିଂ କରି ବିପକ୍ଷ ଦଳର ବ୍ୟାଟରଙ୍କୁ ଅଧିକ ଚାପଗ୍ରସ୍ତ କରିଛନ୍ତି ।

IPL 2023
IPL 2023

ମହମ୍ମଦ ସାମି ଆଇପିଏଲ ୨୦୨୩ରେ ବର୍ତ୍ତମାନ ସୁଦ୍ଧା ୧୪୧ଟି ଡଟ ବଲ ବୋଲିଂ କରଛନ୍ତି । ଦ୍ବିତୀୟରେ ମହମ୍ମଦ ସିରାଜ ମଧ୍ୟ ୧୧୬ ଡଟ ବଲ ବୋଲିଂ କରିବାରେ ସଫଳ ରହିଛନ୍ତି । ଏହି ତାଲିକାରେ ରସିଦ ଖାନ, ରବିଚନ୍ଦ୍ରନ ଅଶ୍ବିନ, ରବି ବିଷ୍ଣୋଇ, ବରୁଣ ଚକ୍ରବର୍ତ୍ତୀ, ପୀୟୁଷ ଚାୱଲାଙ୍କ ଭଳି କିଛି ସ୍ପିନର ମଧ୍ୟ ସାମିଲ ରହିଛନ୍ତି । ତେବେ ଆଇପିଏଲ ୨୦୨୩ରେ ଆଜି ପର୍ଯ୍ୟନ୍ତ ସବୁଠାରୁ ଅଧିକ ଡଟ ବଲ ବୋଲିଂ କରିଥିବା ବୋଲରଙ୍କ ତାଲିକାରେ ଶୀର୍ଷ ୧୨ ଜଣଙ୍କ ମଧ୍ୟରେ ୩ ବିଦେଶୀ ଓ ୯ ଭାରତୀୟ ବୋଲର ସାମିଲ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.