ETV Bharat / sports

IPLରୁ RCB ବାହାର, ମାକ୍ସୱେଲ-ଡାନିଏଲଙ୍କୁ ଅନଲାଇନରେ ଦୁର୍ବ୍ୟବହାର

author img

By

Published : Oct 12, 2021, 4:40 PM IST

ଇଣ୍ଡିଆନ ପ୍ରିମିୟର ଲିଗ(IPL)ର ଟାଇଟଲ ଦୌଡରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ବାଦ ପଡିବାପରେ ଗ୍ଳେନ ମାକ୍ସୱେଲ ଓ ତାଙ୍କର ଅଷ୍ଟ୍ରେଲୀୟ ଟିମର ସାଥୀ ଖେଳାଳି ଡାନିଏଲ ତଥା ତାଙ୍କର ଗର୍ଭବତୀ ସାଥୀ ଜର୍ଜିଆ ଡୁନ୍‌ଙ୍କୁ ଅନଲାଇନ ଦୁର୍ବ୍ୟବହାରର ଶିକାର ହେବାକୁ ପଡିଛି । ଅଧିକ ପଢନ୍ତୁ...

Maxwell, Christian and his pregnant partner face online abuse after RCB's exit
IPLରୁ ଆରସିବି ବାହାର ପରେ ମାକ୍ସୱେଲ ଓ କ୍ରୀଷ୍ଟିଆନଙ୍କୁ ଅନଲାଇନ ଦୁର୍ବ୍ୟବହାର

ଶାରଜାହ: ଇଣ୍ଡିଆନ ପ୍ରିମିୟର ଲିଗ(IPL)ର ଟାଇଟଲ ଦୌଡରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ବାଦ ପଡିବାପରେ ଗ୍ଳେନ ମାକ୍ସୱେଲ ଓ ତାଙ୍କର ଅଷ୍ଟ୍ରେଲୀୟ ଟିମର ସାଥୀ ଖେଳାଳି ଡାନିଏଲ କ୍ରୀଷ୍ଟିଆନ ତଥା ତାଙ୍କର ଗର୍ଭବତୀ ସାଥୀ ଜର୍ଜିଆ ଡୁନ୍‌ଙ୍କୁ ଅନଲାଇନ ଦୁର୍ବ୍ୟବହାରର ଶିକାର ହେବାକୁ ପଡିଛି ।

ଏପରି ବ୍ୟବହାରରେ କ୍ଷୁବ୍ଧ ହୋଇ ମାକ୍ସୱେଲ ଅନଲାଇନ ଟ୍ରୋଲର୍ସଙ୍କୁ କଚଡା ଓ ଅତି ଘୃଣିତ ଦର୍ଶାଇଛନ୍ତି । ଅନ୍ୟପଟେ କ୍ରୀଷ୍ଟିଆନ ତାଙ୍କ ସାଥୀଙ୍କୁ ଏଥରେ ସାମିଲ ନ କରିବାକୁ ଅନୁରୋଧ କରିଛନ୍ତି ।

pic.twitter.com/bOwSnswXp5

— Glenn Maxwell (@Gmaxi_32) October 11, 2021 ">

ମାକ୍ସୱେଲ ନିଜର ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି, "ଆରସିବି ପାଇଁ ବହୁତ ଭଲ ସଂସ୍କରଣ ରହିଲା । ଦୁର୍ଭାଗ୍ୟବଶତଃ ଯାହା ବିଷୟରେ ଭାବିଥିଲୁ ସେ ସ୍ଥାନରେ ପହଞ୍ଚି ପାରିଲୁନାହିଁ । ଏହି ସଂସ୍କରଣରେ ଆମର ଉପଲବ୍ଧି କମ ନୁହେଁ । ସୋସିଆଲ ମିଡିଆରେ ଯେଉଁ ଅଳିଆ ଆସୁଛି, ତାହା ବହୁତ ଘୃଣାରେ ଭରା ହୋଇଛି ।"

ଏଥିସହିତ ସେ ଆହୁରି କହିଛନ୍ତି, "ଆମେ ମଧ୍ୟ ମଣିଷ, ସବୁଦିନ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରୟାସ କରୁ । ସେଥିପାଇଁ କାହାରିକୁ ଗାଳି ଦେବା ବଦଳରେ ଏକ ସଭ୍ୟ ମଣିଷ ହେବାକୁ ଚେଷ୍ଟା କରନ୍ତୁ ।"

RCB ଟିମ ସୋମବାର ଏମିଲିନେଟର ମୁକାବିଲାରେ କୋଲକାତା ନାଇଟ ରାଇଡର୍ସ(KKR) ଠାରୁ ୪ ୱିକେଟରେ ହାରିବା ସହ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଛି । ଷ୍ଟାର ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଏହି ସଂସ୍କରଣରେ RCBକୁ ଭଲପାଇବା ସହ ସମର୍ଥନ କରିଥିବା ଅସଲି ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.