ETV Bharat / sports

ମାଲିଙ୍ଗାଙ୍କୁ ଧନ୍ୟବାଦ ଜଣାଇଲା ମୁମ୍ବାଇ ଇଣ୍ଡିଆନ୍ସ - ମୁମ୍ବାଇ ଇଣ୍ଡିଆନ୍ସ

ଶ୍ରୀଲଙ୍କା ଦ୍ରୁତବୋଲର ଲସିଥ ମାଲିଙ୍ଗା କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କରିବାପରେ ଇଣ୍ଡିଆନ ପ୍ରିମିୟର ଲିଗ(IPL) ଫ୍ରାଞ୍ଜାଇଜ ମୁମ୍ବାଇ ଇଣ୍ଡିଆନ୍ସ ମାଲିଙ୍ଗାଙ୍କୁ ଧନ୍ୟବାଦ ଜଣାଇଛି । ଅଧିକ ପଢନ୍ତୁ...

Mali achieved everything in T20s': Mumbai Indians thank Lasith Malinga
ମାଲିଙ୍ଗାଙ୍କୁ ଧନ୍ୟବାଦ ଜଣାଇଲା ମୁମ୍ବାଇ ଇଣ୍ଡିଆନ୍ସ
author img

By

Published : Sep 14, 2021, 8:29 PM IST

ମୁମ୍ବାଇ: ଶ୍ରୀଲଙ୍କା ଦ୍ରୁତବୋଲର ଲସିଥ ମାଲିଙ୍ଗା କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କରିବାପରେ ଇଣ୍ଡିଆନ ପ୍ରିମିୟର ଲିଗ(IPL) ଫ୍ରାଞ୍ଜାଇଜ ମୁମ୍ବାଇ ଇଣ୍ଡିଆନ୍ସ ମାଲିଙ୍ଗାଙ୍କୁ ଧନ୍ୟବାଦ ଜଣାଇଛି ।

ସମସ୍ତ ପ୍ରକାର କ୍ରିକେଟକୁ ମଙ୍ଗଳବାର ବିଦାୟ କହିବାକୁ ନିଷ୍ପତ୍ତି ନେଇଛନ୍ତି ମାଲିଙ୍ଗା । ସିଂହଳ ପେସର ଜାନୁଆରୀରେ ଫ୍ରାଞ୍ଚାଇଜ କ୍ରିକେଟକୁ ମଧ୍ୟ ବାଏବାଏ କରିଥିଲେ ।

IPL ୨୦୨୧ ପୂର୍ବରୁ ମାଲିଙ୍ଗା, ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାନେଜମେଣ୍ଟକୁ ଆଇପିଏଲ ଖେଳିବେ ନାହିଁ ବୋଲି ଜଣାଇଥିଲେ । "ବ୍ୟାଟ୍ସମ୍ୟାନଙ୍କୁ ନିଜ ଘାତକ ୟର୍କର ଆକ୍ରମଣରେ ଧରାଶାୟୀ କରିବା ଠାରୁ ଖେଳାଳିଙ୍କ କାନ୍ଧରେ ବସିବା ପର୍ଯ୍ୟନ୍ତ, ଟି୨୦ କ୍ରିକେଟରେ ମାଲି ସବୁକିଛି ହାସଲ କରିଛନ୍ତି । ଟି୨୦ କ୍ରିକେଟରୁ ଅବସର ଘୋଷଣା କରିଥିବାରୁ ଆମେ କେବଳ ୩ଟି ଶବ୍ଦ କହିବାକୁ ଚାହିଁବୁ - ଥାଙ୍କ୍‌ ୟୁ ମାଲିଙ୍ଗା,'' ମୁମ୍ବାଇ ଇଣ୍ଡିଆନ୍ସ ମାଲିଙ୍ଗାଙ୍କ ଉଦ୍ଦେଶ୍ୟରେ ଟ୍ବିଟରେ ଏହା ଉଲ୍ଲେଖ କରିଛି ।

IPL ଇତିହାସରେ ମାଲିଙ୍ଗା ସର୍ବାଧିକ ୱିକେଟହାସଲକାରୀ ବୋଲର ରହିଛନ୍ତି । ବିତ୍ତଶାଳୀ ଟି୨୦ ଲିଗ୍‌ରେ ମାଲିଙ୍ଗା ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଛନ୍ତି ୧୨୨ଟି ମ୍ୟାଚ୍‌ । ମୁମ୍ବାଇ ବୋଲିଂ ଆକ୍ରମଣର ପ୍ରମୁଖ ଅସ୍ତ୍ର ଥିଲେ ମାଲିଙ୍ଗା ।

ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ମାଲିଙ୍ଗାଙ୍କ ନାମରେ ୩ଟି ହ୍ୟାଟ-ଟ୍ରିକ୍‌ ରେକର୍ଡ ରହିଛି । ବର୍ଷ ୨୦୧୧ରେ ସେ କ୍ରିକେଟର ଲମ୍ବା ଫର୍ମାଟରୁ ଅବସର ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.