ETV Bharat / sports

ଆଇପିଏଲ 14: ବିଜୟ ସନ୍ଧାନରେ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ

ଆଇପିଏଲ 2021ର 18ତମ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ । ଦୁଇ ଦଳ ପଏଣ୍ଟ ତାଲିକାର ଯଥାକ୍ରମେ ସପ୍ତମ ଓ ଅଷ୍ଟମ ସ୍ଥାନରେ ରହିଛନ୍ତି । ଅଧିକ ପଢ଼ନ୍ତୁ...

ଇପିଏଲ 14: ବିଜୟ ସନ୍ଧାନରେ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରାୟଲ୍ସ

author img

By

Published : Apr 24, 2021, 2:57 PM IST

ମୁମ୍ବାଇ: ଆଇପିଏଲ 2021ର 18ତମ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ । ଦୁଇ ଦଳ ପଏଣ୍ଟ ତାଲିକାର ଯଥାକ୍ରମେ ସପ୍ତମ ଓ ଅଷ୍ଟମ ସ୍ଥାନରେ ରହିଛନ୍ତି । ଦୁଇ ଦଳ ବର୍ତ୍ତମାନ ସୁଦ୍ଧା ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରି ପାରିନାହାନ୍ତି । ଉଭୟ ଟୁର୍ଣ୍ଣାମେଣ୍ଟରେ 4ଟି ଲେଖାଏଁ ମ୍ୟାଚ ଖେଳିଥିବା ବେଳେ ଗୋଟିଏ ମ୍ୟାଚରେ ବିଜୟ ଲାଭ କରିବାକୁ ସକ୍ଷମ ହୋଇ ପାରିଛନ୍ତି । ଆଜିର ମ୍ୟାଚକୁ ଉଭୟ ଦଳ ହାତେଇବାକୁ ଚେଷ୍ଟା କରିବେ ।

ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ କୋଲକାତା ନାଇଟ ରାଇଡର୍ସ ମାତ୍ର 31 ରନରେ ହିଁ 5ଟି ୱିକେଟ ହରାଇଥିଲା । ଆନ୍ଦ୍ରେ ରସେଲଙ୍କ ଧୁଆଁଧାର ଅର୍ଦ୍ଧଶତକ ଓ ପ୍ୟାଟ କମିନ୍ସଙ୍କ ଆକ୍ରାମକ ବ୍ୟାଟିଂ ସତ୍ତ୍ବେ ଦଳକୁ ପରାଜୟ ବରଣ କରିବାକୁ ପଡ଼ିଥିଲା । କେକେଆରକୁ ଟପ ଅର୍ଡର ବ୍ୟାଟିଂ ଉପରେ ଅଧିକ ଧ୍ୟାନ ଦେବାକୁ ହେବ । ଅଧିନାୟକ ଇଅନ ମୋର୍ଗାନ ମଧ୍ୟ ଆଶାନୁରୂପ ପ୍ରଦର୍ଶନ କରି ପାରି ନାହାନ୍ତି । ସେପଟେ ଦଳର ଫିଲ୍ଡିଂ ଉପରେ ଅଧିକ ଯତ୍ନବାନ ହେବା ଆବଶ୍ୟକ ରହିଛି ।

ରାଜସ୍ଥାନ ରୟାଲ୍ସ ଗତ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷରେ 177 ରନ କରିଥିଲେ ସୁଦ୍ଧା ପରାଜୟ ବରଣ କରିଥିଲା । ବିଶାଳ ସ୍କୋର କରିବା ପରେ ମଧ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ଅତି ସହଜରେ 10 ୱିକେଟରେ ଏହି ମ୍ୟାଚକୁ ହାତେଇ ନେଇଥିଲା । ଦଳ ପକ୍ଷରୁ କୌଣସି ଖେଳାଳି ନିୟମିତ ଭାବରେ ଭଲ ପ୍ରଦର୍ଶନ କରି ପାରି ନାହାନ୍ତି । ଦଳର ଦୁଇ ପ୍ରମୁଖ ଖେଳାଳି ଜୋଫ୍ରା ଆର୍ଚର ବେନ ଷ୍ଟୋକ୍ସଙ୍କ ଅନୁପସ୍ଥିତି ଦଳରେ ପରିଲକ୍ଷିତ ହେଉଛି । ଆଜିର ମ୍ୟାଚରେ ଦଳ କିଭଳି ପ୍ରଦର୍ଶନ କରିବା ତାହାରି ଉପରେ ରହିବ ସଭିଙ୍କ ନଜର ।

ରାଜସ୍ଥାନ ରୟାଲ୍ସ ଦଳ

ସଞ୍ଜୁ ସାମସନ(ଅଧିନାୟକ), ବେନ ଷ୍ଟୋକ୍ସ, ଜୋଶ ବଟଲର, ରିଆନ ପରାଗ, ଶ୍ରେୟସ ଗୋପାଳ, ରାହୁଲ ତେୱତିଆ, ମହିପାଲ ଲୋମରୋର, କାର୍ତ୍ତିକ ତ୍ୟାଗୀ, ଆଣ୍ଡ୍ରିୟୁ ଟାଇ, ଜୟଦେବ ଉନଦକଟ, ମୟଙ୍କ ମାର୍କଣ୍ଡେ, ଯଶସ୍ବୀ ଜୈସୱାଲ, ଅନୁଜ ରାୱତ, ଡେଭିଡ ମିଲର, ମନନ୍ ଭୋହରା , ରବିନ ଉଥ୍ଥାପା, ଶିଭମ୍ ଦୁବେ, କ୍ରିଶ୍ ମୋରିସ୍, ମୁସ୍ତାଫିଜୁର ରହମାନ, ଚେତନ ସକାରିଆ, କେସି କାରିଆପ୍ପା, କୁଲଦୀପ ଯାଦବ ଓ ଆକାଶ ସିଂ ।

କୋଲକାତା ନାଇଟ ରାଇଡର୍ସ ଦଳ

ଇଅନ ମୋର୍ଗାନା (ଅଧିନାୟକ), ଶୁଭମନ ଗିଲ, ନୀତିଶ ରାଣା, ଟିମ ସେଫର୍ଟ, ରାହୁଲ ତ୍ରୀପାଠି, ରିଙ୍କୁ ସିଂ, ଦିନେଶ କାର୍ତ୍ତିକ, ଆନ୍ଦ୍ରେ ରସେଲ, ସୁନିଲ ନାରିନ, ବରୁଣ ମାଭି, କୂଳଦୀପ ଯାଦବ, ପ୍ୟାଟ କମିନ୍ସ, ଲକି ଫର୍ଗୁସନ, କମଲେଶ ନାଗରକୋଟି, ବରୁଣ ଚକ୍ରବର୍ତ୍ତୀ, ସନ୍ଦୀପ ୱାରିଅର, ପ୍ରସିଦ୍ଧ କୃଷ୍ଣା, ସାକିବ ଅଲ-ହାସନ, ସେଲଡନ ଜ୍ୟାକସନ, ବୈଭବ ଅରୋଡା, କରୁଣ ନାୟାର, ହରଭଜନ ସିଂହ, ବେନ କଟିଙ୍ଗ, ଭେଙ୍କଟେସ ଆୟର ଓ ପବନ ନେଗୀ ।

ବ୍ୟୁରୋ ରିପୋର୍ଟ, ଇିଟଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.