ETV Bharat / sports

IPL 2022: ହାଇଦ୍ରାବାଦକୁ ୧୭୬ ରନ୍‌ ବିଜୟ ଲକ୍ଷ୍ୟ ଦେଲା KKR - ଆଇପିଏଲ ଲାଟେଷ୍ଟ ଖବର

ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦକୁ ୧୭୬ ରନ୍‌ ବିଜୟ ଲକ୍ଷ୍ୟ ଦେଇଛି କୋଲକାତା ନାଇଟ ରାଇଡର୍ସ । ଅଧିକ ପଢ଼ନ୍ତୁ

IPL 2022: ହାଇଦ୍ରାବାଦକୁ ୧୭୬ ରନ୍‌ ବିଜୟ ଲକ୍ଷ୍ୟ ଦେଲା KKR

author img

By

Published : Apr 15, 2022, 9:45 PM IST

Updated : Apr 15, 2022, 10:14 PM IST

ମୁମ୍ବାଇ: ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଲଢ଼େଇ ଜାରି ରହିଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦକୁ ୧୭୬ ରନ୍‌ ବିଜୟ ଲକ୍ଷ୍ୟ ଦେଇଛି କୋଲକାତା ନାଇଟ ରାଇଡର୍ସ । ଇନିଂସ ଆରମ୍ଭରୁ କେକେଆର ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ।

ଦଳୀୟ ସ୍କୋର ୧୧ ହୋଇଥିବା ବେଳେ ପ୍ରଥମେ ଆରୋନ ଫିଞ୍ଚ ଆଉଟ ହୋଇଥିଲେ । ଏହାପରେ ଓପନର ଭେଙ୍କେଟେସ ଆୟର ମଧ୍ୟ ବୋଲ୍ଡ ହୋଇ ପାଭେଲିୟନ ଫେରିଥିଲେ । ଅଧିନାୟକ ଶ୍ରେୟସ ଆୟର କିଛି ସମୟ ସଂଘର୍ଶ କରିଥିଲେ ସୁଦ୍ଧା ସେ ମାତ୍ର ୨୮ ରନ୍‌ ହିଁ କରି ପାରିଥିଲେ । ୩୧ରନ୍‌ରେ ଦଳ ୩ ୱିକେଟ ହରାଇ ସାରିଥିଲା । ଏହାପରେ ନୀତିଶ ରାଣା ଆସି କିଛିଟା ବଡ଼ ସଟ୍‌ ଖେଳିବା ଆରମ୍ଭ କରିଥିଲେ ।

ସେଲଡନ ଜ୍ୟାକସନ ବଡ଼ ସଟ୍‌ ଖେଳିବା ଆଶାରେ ନିଜ ୱିକେଟ ହରାଇଥିଲେ । ତେବେ ଆନ୍ଦ୍ରେ ରସେଲ ଆସି ହାଇଦ୍ରାବାଦ ବୋଲରଙ୍କ ସବୁ ସମୀକରଣକୁ ବିଗାଡ଼ିବା ଆରମ୍ଭ କରିଥିଲେ । ନୀତିଶ ରାଣା ୩୬ ବଲ୍‌ରୁ ୫୪ ରନ୍‌ କରି ପାଭେଲିୟନ ଫେରିଥିଲେ । ସେପଟେ ରସେଲ ୨୫ ବଲ୍‌ରୁ ଦ୍ରୁତ ୪୯ କରି ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ଦଳ ୮ ୱିକେଟ ହରାଇ ୧୭୫ ରନ୍‌ କରିପାରିଛି ।

ହାଇଦ୍ରାବାଦ ପକ୍ଷରୁ ଭୁବନେଶ୍ବର କୁମାର ମାର୍କୋ ଜାନସେନ୍‌ ଓ ସୁଚିତ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଟି ନଟରାଜନ ୩ଟି ୱିକେଟ ନେଇଥିବା ବେଳେ ଯୁବ ଫାଷ୍ଟ ବୋଲର ଉମରାନ ମଲିକ ଦୁଇଟି ୱିକେଟ ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 15, 2022, 10:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.