ଶାରଜାହ: ଆଇପିଏଲର ୪୬ତମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ୱିକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ । ଶ୍ରେୟର ଆୟର ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ବଳରେ ମୁମ୍ବାଇକୁ ୪ ୱିକେଟରେ ହରାଇବାକୁ ସଫଳ ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଶାରଜାହ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ୧୩୦ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରିଥିଲା ଦିଲ୍ଲୀ ।
-
That Winning Feeling! 👌 👌@DelhiCapitals held their nerve to beat #MI by 4⃣ wickets & registered their 9th win of the #VIVOIPL. 👏 👏 #MIvDC
— IndianPremierLeague (@IPL) October 2, 2021 " class="align-text-top noRightClick twitterSection" data="
Scorecard 👉 https://t.co/Kqs548PStW pic.twitter.com/XCM9OUDxwD
">That Winning Feeling! 👌 👌@DelhiCapitals held their nerve to beat #MI by 4⃣ wickets & registered their 9th win of the #VIVOIPL. 👏 👏 #MIvDC
— IndianPremierLeague (@IPL) October 2, 2021
Scorecard 👉 https://t.co/Kqs548PStW pic.twitter.com/XCM9OUDxwDThat Winning Feeling! 👌 👌@DelhiCapitals held their nerve to beat #MI by 4⃣ wickets & registered their 9th win of the #VIVOIPL. 👏 👏 #MIvDC
— IndianPremierLeague (@IPL) October 2, 2021
Scorecard 👉 https://t.co/Kqs548PStW pic.twitter.com/XCM9OUDxwD
ତେବେ ପାୱର-ପ୍ଲେ ରେ ୪ ୱିକେଟ ହରାଇ ସଙ୍କଟରେ ପଡିଥିଲା । ୧୦ ଓଭର ଖେଳ ଶେଷ ସୁଦ୍ଧା ଦିଲ୍ଲୀ ୪ ୱିକେଟ ହରାଇ ୬୪ ରନ୍ ସଂଗ୍ରହ କରିଥିଲା ଓ ବିଜୟ ପାଇଁ ଅଧିକ ୬୫ ରନ୍ ଆବଶ୍ୟକ କରୁଥିଲା । ମାତ୍ର ମୁମ୍ବାଇ ଇଣ୍ଡିଆନ୍ସ ବୋଲର ଘାତକ ବୋଲିଂ ସହ ମ୍ୟାଚ୍ ନିଜ ନିୟନ୍ତ୍ରଣକୁ ନେଇଥିଲେ ।
ଶେଷ ଦୁଇ ଓଭରରେ ବିଜୟ ପାଇଁ ଦିଲ୍ଲୀ ୧୧ ରନ୍ ଆବଶ୍ୟକ କରୁଥିବାବେଳେ ଶ୍ରେୟସ ଓ ଅଶ୍ବିନ ବିଜୟ ନିଶ୍ଚିନ୍ତ କରିଥିଲେ । ବ୍ୟାଟ୍ସମ୍ୟାନ ନିରାଶ କରିବା ପରେ ମୁମ୍ବାଇର ବୋଲର ପରାଜୟ ଏଡାଇବାକୁ ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।
ସଂକ୍ଷିପ୍ତ ସ୍କୋର: ମୁମ୍ବାଇ ଇଣ୍ଡିଆନ୍ସ ୧୨୯/୮(ସୂର୍ଯ୍ୟକୁମାର ଯାଦବ ୩୩, କ୍ବିଣ୍ଟନ ଡିକକ୍ ୧୯; ଅକ୍ଷର ପଟେଲ ୩-୨୧, ଅଭେଶ ଖାନ ୩-୧୫) ବନାମ ଦିଲ୍ଲୀ କ୍ୟାପିଟାଲ୍ସ ୧୩୨/୬(ଋଷଭ ପନ୍ତ ୨୬, ଶ୍ରେୟସ ଆୟର ୩୩; କ୍ରୁଣାଳ ପାଣ୍ଡ୍ୟା ୧-୧୮)
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ