ETV Bharat / sports

IPL 2023 Playoff: ଡଟ ବଲ ସ୍ଥାନରେ ଗଛ ଚିତ୍ର, ଜାଣନ୍ତୁ ଏହା ପଛର କାରଣ

author img

By

Published : May 25, 2023, 12:33 PM IST

ଚଳିତ ଆଇପିଏଲ ପ୍ଲେ ଅଫରେ ଡଟ ବଲ ସ୍ଥାନରେ ଗଛ ଚିତ୍ର ଦେଖିବାକୁ ମିଳିଥିଲା । କଣ ଏହା ପଛର କାରଣ ଜାଣିବା ପାଇଁ ପଢନ୍ତୁ ସମ୍ପର୍ଣ୍ଣ ଖବର ।

IPL 2023
tree images in place of dot ball

ନୂଆଦିଲ୍ଲୀ: ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ ଅନ୍ତିମ ଚରଣରେ ପହଞ୍ଚିଛି । ଦ୍ବିତୀୟ କ୍ବାଲିଫାୟର ମ୍ୟାଚ ପରେ ପ୍ଲେଅଫ ଶେଷ ହେବ । ଚେନ୍ନାଇ ସୁପର କିଙ୍ଗସ ଓ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ପ୍ରଥମ କ୍ବାଲିଫାୟର ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚ କିଛି ଅନନ୍ୟ ଦେଖିବାକୁ ମିଳିଥିଲା । ସ୍କୋର କାର୍ଡରେ ପ୍ରଦର୍ଶିତ ପ୍ରତି ଡଟ ବଲ ସ୍ଥାନରେ ଗୋଟିଏ ଲେଖାଏଁ ଗଛ ଚିତ୍ର ଦେଖିବାକୁ ମିଳିଥିଲା । କଣ ଏହାର କାରଣ ଜାଣିବାକୁ ଦର୍ଶକଙ୍କ ମନରେ କୌତୁହଳ ସୃଷ୍ଟି ହୋଇଥିଲା । ଏହା ପଛର କାରଣ ସ୍ପଷ୍ଟ ହୋଇଛି । ପ୍ରତି ଡଟ ବଲ ପିଛା 500ଟି ଗଛ ଲଗାଇବାକୁ ନିଷ୍ପତ୍ତି ନେଇଛି ଟାଟା ଗ୍ରୁପ । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ବିସିଆଇ ସମ୍ପାଦକ ଜୟ ଶାହ ।

  • We are proud to partner @TataCompanies in planting 500 saplings for each dot ball in the @IPL playoffs. Qualifier 1 #GTvsCSK got 42,000 saplings, thanks to 84 dot balls.

    Who says T20 is a batter’s game? Bowlers’ it’s all in your hands #TATAIPLGreenDots 🌳 🌳 🌳

    — Jay Shah (@JayShah) May 24, 2023 " class="align-text-top noRightClick twitterSection" data=" ">

ଟ୍ବିଟ କରି ଜୟ ଶାହ କହିଛନ୍ତି, ''ଟାଟା ଚମ୍ପିଆନ ସହ ଯୋଡି ହୋଇ ଆମେ ଗର୍ବିତ । ଆଇପିଏଲ ପ୍ଲେ ଅଫରେ ପ୍ରତି ଡଟ ବଲ ପିଛା ଟାଟା ଗ୍ରୁପ 500ଟି ଗଛ ଲଗାଇବ । ଚେନ୍ନାଇ ଓ ଗୁଜୁରାଟ ମଧ୍ୟରେ ଖେଳାଯାଇଥିବା କ୍ବାଲିଫାୟାର ମ୍ୟାଚରେ ପଡିଥିବା ଡଟ ବଲ ହିସାବରେ 42,000 ଗଛ ଲଗାଯିବ ।''

ଆଇପିଏଲ ପ୍ଲେ ଅଫ ପାୱାର ପ୍ଲେ ସମୟରେ କୌଣସି ବଲରେ ରନ ବାହାରି ନଥିଲା । ସ୍କୋର କାର୍ଡରେ ଗଛ ଚିତ୍ର ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ଦର୍ଶକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଥିଲା । ସୋସିଆଲ ମିଡିଆରେ ମଧ୍ୟ ଏହି ଗଛ ଚିତ୍ରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ପରେ ଏହାର କାରଣ ଜଣାପଡିଥିଲା । ପ୍ରତ୍ୟେକ ଡଟ ବଲ ବାବଦରେ 500ଟି ଗଛ ଲଗାଯିବାକୁ ନିଷ୍ପତ୍ତି ହୋଇଛି ।

ଟାଟା ଗ୍ରୁପ ଓ ବିସିଆଇ ମଧ୍ୟରେ ସବୁଜ ଭାରତ ଗଠନ ନେଇ ଚୁକ୍ତି ହୋଇଛି । ପ୍ରତି ଡଟ ବଲ ପିଛା 500ଟି ଗଛ ଲଗାଯିବାକୁ ନିଷ୍ପତ୍ତି ନିଆଯାଇଛି । ସୁପର କିଙ୍ଗସ ବ୍ୟାଟିଂ ବେଳେ ମୋଟ 17ଟି ଡଟ ବଲ ପଡିଥିଲା ମାନେ (17x500) 8,500ଟି ଗଛ ଲଗାଯିବ । ସିଏସକେ ଓ ଗୁଜୁରାଟ ପ୍ରଥମ କ୍ବାଲିଫାୟର ମ୍ୟାଚରେ ମୋଟ 84ଟି ଡଟ ବଲ ପଡିଥିଲା । ପ୍ରତି ଡଟ ବଲ ବାବଦରେ 500ଟି ଗଛ ହେଲେ 84ଟି ଡଟ ବଲ 42. 000 ଗଛ ଲଗାଯିବ ।

ଏହା ବି ପଢନ୍ତୁ...Junior Asia Cup: ବିଜୟରୁ ଭାରତର ଅଭିଯାନ, 18-0ରେ ଚିତ୍ ଚାଇନିଜ ତାଇପେ

ଏହା ବି ପଢନ୍ତୁ...IPL 2023: କ୍ବାଲିଫାୟରରେ ମୁମ୍ବାଇ, ଲକ୍ଷ୍ନୌର ଅଭିଯାନ ଶେଷ

ପ୍ରକାଶଥାଉ କି, ଆଇଫିଏଲ ପ୍ଲେ ଅଫରେ ଚେନ୍ନାଇ ସୁପର କିଙ୍ଗସ ଓ ଗୁଜୁରାଟ ଟାଇଟାନ୍ସ ମଧ୍ୟ ପ୍ରଥମ କ୍ବାଲିଫାୟର ଖେଳାଯାଇଥିଲା । ଏଥିରେ ଚେନ୍ନାଇ ଗୁଜୁରାଟକୁ 15 ରନରେ ପରାସ୍ତ କରି ସିଧା ଫାଇନାଲ ଟିକେଟ ହାତେଇଥିଲା । ସେହିପରି ଏଲିମିନେଟର ମ୍ୟାଚରେ ଲକ୍ଷ୍ନୌକୁ 81ରନରେ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ ଦ୍ବିତୀୟ କ୍ବାଲିଫାୟର ପାଇଁ ଯୋଗ୍ୟତା ଅର୍ଜନ କରିଛି । ଆସନ୍ତାକାଲି (ଶୁକ୍ରବାର) ଗୁଜୁରାଟ ବିପକ୍ଷରେ ଦ୍ବିତୀୟ କ୍ବାଲିଫାୟର ଖେଳିବ ମୁମ୍ବାଇ । ବିଜୟୀ ଟିମ ଚେନ୍ନାଇ ସହ ଫାଇନାଲ ଖେଳିବ । ମେ 28 ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇପିଏଲ ଫାଇନାଲ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.