ETV Bharat / sports

IPL Mini Auction 2023: ଜାଣନ୍ତୁ କିଏ ସବୁଠୁ ଯୁବ ଓ କିଏ ବରିଷ୍ଠ ଖେଳାଳି - youngest player in ipl Auction

ଆଇପିଏଲ ନିଲାମୀ 2023କୁ ଆଉ ମାତ୍ର କିଛି ଦିନ ବାକି ରହିଛି । କେରଳର କୋଚିରେ ଡିସେମ୍ବର 23ରେ ମିନି ନିଲାମୀ ଅନୁଷ୍ଠିତ ହେବ । ଏହି ମିନି ନିଲାମୀ ପାଇଁ ଖେଳାଳିଙ୍କ ସୂଚୀ ଜାରି ହୋଇଛି । ଏଥର 405 ଜଣ ଖେଳାଳି ନିଲାମ ହେବ । ଅଧିକ ପଢନ୍ତୁ

IPL Mini Auction 2023
IPL Mini Auction 2023
author img

By

Published : Dec 16, 2022, 12:45 PM IST

ନୂଆଦିଲ୍ଲୀ: ଆସନ୍ତା 23 ଡିସେମ୍ବରରେ ଇଣ୍ଡିଆନ ପ୍ରିମିୟର ଲିଗ (IPL) ମିନି ନିଲାମୀ ଅନୁଷ୍ଠିତ ହେବ ( IPL mini auction 2023 )। ଆଉ ମାତ୍ର କିିଛି ଦିନ ବାକି ରହିଛି । ଏହି ନିଲାମୀରେ 405 ଖେଳାଳି ନିଲାମ ହେବେ । ନିଲାମୀ ପାଇଁ ସମସ୍ତ ଟିମ୍ ନିଜ ନିଜ ରଣନୀତି ଉପରେ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ଏହି ଅକ୍ସନରେ ଯୁବ ଖେଳାଳି ସାମିଲ ହେବେ ଯାହା ଉପରେ ଦଳ ଗୁଡିକର ନଜର ରହିଛି । ତେବେ ଜାଣନ୍ତୁ ଚଳିତ ଆଇପିଏଲରେ ଯୁବ ଓ ବରିଷ୍ଠ ଖେଳାଳି କିଏ ।

ଚଳିତ ନିଲାମୀରେ ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଚୋକ ଏବଂ ଅଷ୍ଟ୍ରେଲିଆ କେମରନ ଗ୍ରୀନଙ୍କ ଉପରେ ରହିଲେ ବି 15 ବର୍ଷୀୟ ଅଲ୍ଲାହ ମହମ୍ମଦ ଗଜନଫର ଉପରେ ସମସ୍ତଙ୍କ ନଜର ରହିବ । ନିଲାମୀରେ ସବୁଠୁ ଯୁବ ଖେଳାଳି ହେଉଛନ୍ତି ଅଲ୍ଲାହ ମହମ୍ମଦ ଗଜନଫର । ଆଫଗାନିସ୍ତାନର ଏହି ଖେଳାଳିଙ୍କ ଜନ୍ମ ଆଇପିଏଲର ମାତ୍ର 2ମାସ ପରେ ପୂର୍ବରୁ ହୋଇଛି । 2007 ମସିହା ଜୁଲାଇ 15ରେ ଗଜନଫରଙ୍କ ଜନ୍ମ । 2007 ସେପ୍ଟେମ୍ବର 13ରେ ଆଇପିଏଲର ପ୍ରଥମ ସଂସ୍କରଣ ଆରମ୍ଭ ହୋଇଥିଲା ସେତେବେଳେ ଏହି ଖେଳାଳି 2 ମାସର ହୋଇଥିଲେ ।

ଅଲ୍ଲାହ ମହମ୍ମଦ ଗଜନଫର ଅଫ୍ ସ୍ପିନର । ତାଙ୍କ ଉଚ୍ଚତା 6 ଫୁଟ 2 ଇଞ୍ଚ । ନିଲାମୀରେ ତାଙ୍କ ବେସ ପ୍ରାଇସ 20 ଲକ୍ଷ ଟଙ୍କା ରହିଛି । ଶପାଗିଜା ଟି-20 କ୍ରିକେଟ ଲିଗରେ 15 ରନ ଦେଇ 4 ୱିକେଟ ନେଇଥିଲେ ସେବେ ପ୍ରଥମ ଥର ପାଇଁ ସେ ଚର୍ଚ୍ଚାକୁ ଆସିଥିଲେ । ଚଳିତ ବର୍ଷ ଅଗଷ୍ଟରେ ହିନ୍ଦୁକୁଶ ବିପକ୍ଷରେ ଏହି କମାଲ କରିଥିଲେ ଅଲ୍ଲାହ ମହମ୍ମଦ ଗଜନଫର । ଆଇପିଏଲରେ ସବୁଠୁ କମ ବୟସ ଖେଳାଳି ଭାବରେ ବର୍ମସଙ୍କ ନାମରେ ରହିଛି । ଯିଏ 2019ରେ ରାୟଲ ଚାଲେଞ୍ଜର ବାଙ୍ଗାଲୋର ପାଇଁ ଖେଳିଥିଲେ । ସେ ମାତ୍ର 16 ବର୍ଷ ବୟସରେ ଖେଳିଥିଲେ ।

ଏହା ବି ପଢନ୍ତୁ...Ind vs Ban first Test Day 3: କୁଲଦୀପଙ୍କ କମାଲ, 150ରେ ବାଂଲାଦେଶ ଅଲଆଉଟ

ସେହିପରି ଆଇପିଏଲ ଏହି ମିନି ନିଲାମୀରେ ସବୁଠୁ ବରିଷ୍ଠ ଖେଳାଳି ହେଉଛନ୍ତି ଅମିତ ମିଶ୍ରା । ଅଭିଜ୍ଞ ସ୍ପିନର ଅମିତ ମିଶ୍ରା ଆଇପିଏଲ 2022 ପର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ରିଲିଜ କରାଯାଇଥିଲା । ଆଇପିଏଲ 2022 ମେଗା ନିଲମୀରେ ଦଳ ତାଙ୍କ ପ୍ରତି ମନ ବଳାଇ ନଥିଲା ଫଳରେ ସେ ବିକ୍ରି ହୋଇ ନଥିଲେ । 40 ବର୍ଷୀୟ ଅମିତ ମିଶ୍ରା ଜଣେ ଅଭିଜ୍ଞ ସ୍ପିନର । ଆଇପିଏଲରେ ସବୁଠୁ ଅଧିକ ୱିକେଟ ନେଇଥିବା ଖେଳାଳିଙ୍କ ମଧ୍ୟରେ ସେ ଚତୁର୍ଥରେ ରହିଛନ୍ତି । ଏହାଛଡା ସେ ତିନି ଥର ହ୍ୟାଟ୍ରିକ ନେଇଛନ୍ତି । ଆଇପିଏଲରେ ଅମିତ ମିଶ୍ରା ଏକମାତ୍ର ଅନୁଭବୀ ଖେଳାଳି । ଆଇପିଏଲ କ୍ୟାରିଅରରେ ଏବେ ସୁଦ୍ଧା ସେ 154 ମ୍ୟାଚ ଖେଳିଛନ୍ତି । 166ଟି ୱିକେଟ ତାଙ୍କ ନାମରେ ରହିଛି । ତାଙ୍କ ଇକୋନୋମି ରେଟ୍ 7. 35 ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.