ETV Bharat / sports

IPL Mini Auction 2023: ସର୍ଟଲିଷ୍ଟରେ ୪୦୫ ଖେଳାଳି

author img

By

Published : Dec 16, 2022, 1:43 PM IST

ଆଇପିଏଲ ମିନି ନିଲାମୀ 2023ରେ ଦଳ ଦ୍ବାରା 36 ଅତିରିକ୍ତ ଖେଳାଳିଙ୍କୁ ଅନ୍ତିମ ସୂଚୀରେ ସ୍ଥାନ ମିଳିଛି । ଯାହାକୁ ମିଶାଇ 405 ଜଣ ଖେଳାଳି ସର୍ଟଲିଷ୍ଟରେ ରହିଛନ୍ତି । ଅଧିକ ପଢନ୍ତୁ

IPL Mini Auction 2023
IPL Mini Auction 2023

ନୂଆଦିଲ୍ଲୀ: ଚଳିତ ଆଇପିଏଲ ପାଇଁ ବିଗୁଲ ବାଜି ସାରିଛି । ଏଥର ଆଇପିଏଲ ମିନି ନିଲାମୀ ପାଇଁ ୪୦୫ ଖେଳାଳିଙ୍କ ନାମକୁ ସର୍ଟଲିଷ୍ଟ କରାଯାଇଛି । ଏହି ସମସ୍ତ ଖେଳାଳିଙ୍କୁ ନେଇ ୧୦ ଦଳର ନିଲାମୀ ପ୍ରକ୍ରିୟା ଚାଲିବ । ଡିସେମ୍ବର 23 ତାରିଖରେ କେରଳ କୋଚିରେ ନିଲାମୀ ପ୍ରକ୍ରିୟା ହେବ । ପ୍ରଥମେ 991 ଖେଳାଳିଙ୍କୁ ପ୍ରାରମ୍ଭିକ ସୂଚୀରେ 10ଟି ଦଳ ଦ୍ବାରା ମୋଟ 369 ଖେଳାଳିଙ୍କୁ ସର୍ଟଲିଷ୍ଟ କରାଯାଇଥିଲା । ଏହାପରେ 36 ଅତିରିକ୍ତ ଖେଳାଳିଙ୍କୁ ସାମିଲ କରାଯାଇ ଅନ୍ତିମ ସୂଚୀରେ 405 ଜଣ ଖେଳାଳିଙ୍କ ନିଲାମୀ ପ୍ରକ୍ରିୟା କରାଯିବ । ସନରାଇଜର୍ସ ପାଖରେ ନିଲାମୀ ପାଇଁ ସବୁଠୁ ଅଧିକ ଟଙ୍କା ରହିଛି । ଆଇପିଏଲର ଏହି ମିନି ଅକ୍ସନ ଡିସେମ୍ବର ୨୩ ତାରିଖ କୋଚିରେ ଆୟୋଜିତ ହେବ । ଭାରତୀୟ ସମୟାନୁସାରେ ଅପରାହ୍ନ ୨.୩୦ରେ ଆରମ୍ଭ ହେବ ।

ସର୍ଟଲିଷ୍ଟ ହୋଇଥିବା 405 ଖେଳାଳିଙ୍କ ମଧ୍ୟରୁ 273 ଜଣ ଭାରତୀୟ ଖେଳାଳି ଏବଂ 12 ଜଣ ବିଦେଶୀ ଖେଳାଳି ରହିଛନ୍ତି । ଯେଉଁଥିରେ 4 ସହଯୋଗୀ ଦେଶର ଖେଳାଳି ରହିଛନ୍ତି । ଏହି ଚାରି ଖେଳାଳିଙ୍କ ବ୍ୟତୀତ ୧୧୯ କେପ୍ଡ ଏବଂ ୨୮୨ ଅନକେପ୍ଡ ଖେଳାଳିଙ୍କ ପାଇଁ ଅକ୍ସନ ହେବ । ୧୦ଟି ଫ୍ରାଞ୍ଚାଇଜ୍ ଟିମ୍ ମଧ୍ୟରୁ ପ୍ରାୟ ୮୭ ସ୍ଥାନ ଖାଲିଥିବା ବେଳେ ସେଥିରୁ ୩୦ ଜଣ ବିଦେଶୀ ଖେଳାଳି ରହିପାରିବେ । ୧୯ ଜଣ ଖେଳାଳି ଦୁଇ କୋଟି ଟଙ୍କା ତାଙ୍କର ବେସ୍ ପ୍ରାଇସ୍ ରଖିଛନ୍ତି । ୧୧ ଜଣ ଖେଳାଳି ୧.୫ କୋଟି ଟଙ୍କା ଏବଂ ୨୦ ଜଣ ଖେଳାଳି ଏକ କୋଟି ଟଙ୍କା ସେମାନଙ୍କ ବେସ୍ ପ୍ରାଇସ୍ ରଖିଛନ୍ତି ।

ଇଂଲଣ୍ଡ ଟେଷ୍ଟ ଅଧିନାୟକ ବେନ ଷ୍ଟୋକ, ଅଲରାଉଣ୍ଡର ସେମ କରନ, ଅଷ୍ଟ୍ରେଲିଆ ଅଲରାଉଣ୍ଡର କେମରନ ଗ୍ରୀନ ଏବଂ ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନଙ୍କ ଭଳି କ୍ରିକେଟରଙ୍କ ବେସ୍ ପ୍ରାଇସ 2 କୋଟି ରହିଛି । ଷ୍ଚୋକ୍ସ, କରନ, ଗ୍ରୀନ ଏବଂ ୱିଲିୟମସନଙ୍କ ବ୍ୟତୀତ ନିକୋଲସ ପୁରନ, ରିଲେ ରୋସବ ଏବଂ ବେନ ଡେର ଡୁସନଙ୍କ ନାମ ରହିଛି । ଯାହାଙ୍କୁ ଅଧିକ ବେସ୍ ପ୍ରାଇସରେ ସାମିଲ କରାଯାଇଛି ।

ତେବେ ନଜର ପକାନ୍ତୁ କେଉଁ ଫ୍ରାଞ୍ଚାଇଜ୍ ପର୍ସରେ ଏବେ କେତେ ଟଙ୍କା ରହିଛି

୧. ଗୁଜୁରାଟ ଟାଇଟନ୍ସ - ୧୯.୨୫ କୋଟି ଟଙ୍କା

୨. ରାଜସ୍ତାନ ରୟାଲ୍ସ - ୧୩. ୨ କୋଟି ଟଙ୍କା

୩. ଲକ୍ଷ୍ନୌ ସୁପର ଜିଆନ୍ଟସ - ୨୩.୩୫ କୋଟି ଟଙ୍କା

୪. ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର - ୮.୭୫ କୋଟି ଟଙ୍କା

୫. ଦିଲ୍ଲୀ କ୍ୟାପିଟାଲ୍ସ - ୧୯.୪୫ କୋଟି ଟଙ୍କା

୬. ପଞ୍ଜାବ କିଙ୍ଗ୍ସ - ୩୨.୨ କୋଟି ଟଙ୍କା୭. କୋଲକାତା ନାଇଟ ରାଇଡର୍ସ- ୭.୦୫ କୋଟି ଟଙ୍କା

୮. ସନରାଇଜର୍ସ ହାଇଦ୍ରାବାଦ - ୪୨. ୨୫ କୋଟି ଟଙ୍କା

୯. ଚେନ୍ନାଇ ସୁପର କିଙ୍ଗ୍ସ - ୨୦. ୪୫ କୋଟି ଟଙ୍କା

୧୦. ମୁମ୍ବାଇ ଇଣ୍ଡିଆନ୍ସ - ୨୦. ୫୫ କୋଟି ଟଙ୍କା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.