ETV Bharat / sports

ବାପା ICUରେ, ମୁଁ ବି ଖେଳିବା ଆଶା ଛାଡ଼ି ଦେଇଥିଲି: ମୋହସିନ୍‌ ଖାନ୍‌ - ମୋହସିନ୍‌ ଖାନ୍‌

ମଙ୍ଗଳବାର ମୁମ୍ବାଇ ବିପକ୍ଷ ମ୍ୟାଚରେ ଶେଷ ଓଭରରେ ଚମତ୍କାର ପ୍ରଦର୍ଶନ କରି ଦଳକୁ ଜିତାଇ ଦେଇଥିଲେ ମୋହସିନ୍‌ ଖାନ୍‌ । ତେବେ ମ୍ୟାଚ୍‌ ପରେ ସେ ନିଜର ଖରାପ ପରିସ୍ଥିତି ବିଷୟରେ କହିଥିଲେ । ତାଙ୍କ ବାପା ICUରେ ରହିଥିବା କହିଥିଲେ । ଅଧିକ ପଢ଼ନ୍ତୁ

ଖେଳିବା ଆଶା ଛାଡ଼ି ଦେଇଥିଲି କହିଲେ ମୋହସିନ୍‌ ଖାନ୍‌

author img

By

Published : May 18, 2023, 9:57 AM IST

ଲକ୍ଷ୍ନୌ: ମଙ୍ଗଳବାର ଏକ ରୋମାଞ୍ଚକ ମ୍ୟାଚ୍‌ରେ ମୁମ୍ବାଇକୁ ୫ ରନ୍‌ରେ ପରାସ୍ତ କରିଥିଲା ଲକ୍ଷ୍ନୌ । ପ୍ଲେ ଅଫ୍ ଦୌଡ଼ରେ ସାମିଲ ଥିବା ସମସ୍ତ ଦଳ ପାଇଁ ଏବେ ପ୍ରତି ମ୍ୟାଚ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ମୁମ୍ବାଇ ବିପକ୍ଷ ମ୍ୟାଚରେ ଶେଷ ଓଭରରେ ଚମତ୍କାର ପ୍ରଦର୍ଶନ କରି ଦଳକୁ ଜିତାଇ ଦେଇଥିଲେ ମୋହସିନ୍‌ ଖାନ୍‌ । ୧୭୮ ରନ୍‌ ଟାର୍ଗେଟ ନେଇ ଖେଳୁଥିବା ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ଦ୍ବାରରେ ପହଞ୍ଚି ଯାଇଥିଲେ ମଧ୍ୟ ଶେଷ ଓଭରରେ ୧୧ ରନକୁ ହାସଲ କରିପାରିନଥିଲେ ଦଳର ଦୁଇ ଷ୍ଟାର ବ୍ୟାଟର ଟିମ ଡେଭିଡ ଓ କାମେରନ ଗ୍ରୀନ । ତେବେ ଶେଷ ଓଭରରେ ଲକ୍ଷ୍ନୌ ପକ୍ଷରୁ ଆକର୍ଷଣୀୟ ବୋଲିଂ ପ୍ରଦର୍ଶନ କରିଥିବା ମୋହସିନ୍‌ ଖାନ ମ୍ୟାଚ ପରେ ତାଙ୍କର ବାପା ICUରେ ରହିଥିବା କହିଥିଲେ ।

ଏହି ମ୍ୟାଚ୍‌ରେ ଶେଷ ଦୁଇ ଓଭରରୁ ମୁମ୍ବାଇକୁ ୩୦ ରନ୍‌ ଆବଶ୍ୟକ ପଡ଼ିଥିଲା । ୧୯ତମ ଓଭରରେ ନବୀନ ଉଲ୍ ହକ୍‌ ବୋଲିଂ କରୁଥିବା ବେଳେ ଏହି ଓଭରରୁ ଟିମ୍ ଡେଭିଡ୍ ୧୯ ରନ୍ ଆଦାୟ କରିବା ପରେ ମୁମ୍ବାଇ ମ୍ୟାଚ୍‌ ଜିତିଯିବା ଏକ ପ୍ରକାର ନିଶ୍ଚିତ ହୋଇଥିଲା । ତେବେ ପ୍ରଥମ ଓଭରରେ ୧୩ ରନ୍‌ ବ୍ୟୟ କରି ଅଭିଯାନ ଆରମ୍ଭ କରିଥିବା ଲକ୍ଷ୍ନୌ ବୋଲର ମୋହସିନ୍ ଖାନ୍‌ ଶେଷ ଓଭରରେ କିନ୍ତୁ ଅସମ୍ଭବ ଲାଗୁଥିବା ୧୧ ରନ୍‌କୁ ଡିଫେଣ୍ଡ କରି ଦେଇଥିଲେ । ମ୍ୟାଚ ସରିବା ପରେ ମୋହସିନ ଖାନ ଭାବବିହ୍ଵଳ ହୋଇ ଯାଇଥିଲେ । ସେ କହିଥିଲେ, "ମୁମ୍ବାଇ ବିପକ୍ଷରେ ବିଜୟ ମୋ ବାପାଙ୍କୁ ସମର୍ପିତ । ମୋ ବାପା ଆଇସିୟୁରେ ରହିଥିବା ବେଳେ ମୁଁ ଖେଳୁଛି । ନିଶ୍ଚୟ ମୋ ବାପା ମୋତେ ଟିଭିରେ ଦେଖିଥିବେ । ମୁଁ କେବଳ ତାଙ୍କ ପାଇଁ ଖେଳିଛି । ମୋ ଖେଳ ଦେଖି ବାପା ନିଶ୍ଚୟ ଖୁସି ହୋଇଥିବେ ।

ବିଜୟ ପରେ ମୋହସିନ ଖାନ ତାଙ୍କର ରୋଗ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ସେ କହିଥିଲେ,"ଏମିତି ଏକ ସମୟ ଥିଲା, ଯେତେବେଳେ ମୁଁ ଭବିଷ୍ୟତରେ କ୍ରିକେଟ ଖେଳିବି ବୋଲି ଆଶା ଛାଡ଼ି ଦେଇଥିଲି । କାରଣ ମୁଁ ମୋ ହାତ ଉଠାଇ ମଧ୍ୟ ପାରୁନଥିଲି । ଯଦି ଉଠାଉଥିଲି, ତାହା ସିଧା ହେଉ ନଥିଲା । ଏଭଳି ଅବସ୍ଥାରେ ଯଦି ମୁଁ ‌ଡାକ୍ତରଙ୍କ ପାଖରେ ସଠିକ୍ ସମୟରେ ପହଞ୍ଚି ନଥାନ୍ତି, ତେବେ ମୋ ହାତ କାଟିବାକୁ ପଡ଼ିଥାନ୍ତା ବୋଲି ଡାକ୍ତର କହିଥିଲେ । ଏଥିପାଇଁ ଗତବର୍ଷ ମୋର କାନ୍ଧର ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା । ବାମ କାନ୍ଧରେ ରକ୍ତ ଜମାଟ ବାନ୍ଧିଥିଲା । ଏହି କାରଣରୁ ଆଇପିଏଲର ପ୍ରାରମ୍ଭିକ ମ୍ୟାଚ ମୁଁ ଖେଳି ପାରିନଥିଲି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.