ETV Bharat / sports

IPL 2021; RCB ଅଭିଯାନ ଶେଷ, ଦ୍ବିତୀୟ କ୍ବାଲିଫାୟରରେ ଦିଲ୍ଲୀ-କୋଲକାତା ମୁହାଁମୁହିଁ

author img

By

Published : Oct 12, 2021, 8:09 AM IST

ଚଳିତ ଆପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଭିଯାନ ଶେଷ ହୋଇଛି । ଟ୍ରଫି ଜିତିବା ପାଇଁ ଦେଖିଥିବା ସ୍ବପ୍ନ ଚୁରମାର ହୋଇଛି । ଆଇପିଏଲ ଏଲିମିନେଟର ମ୍ୟାଚରେ ଆଉଟ ହୋଇଛି ଆରସିବି । ଅନୁଷ୍ଠିତ ଏଲିମିନେଟର ମ୍ୟାଚରେ କୋଲକାତାଠାରୁ ୪ ୱିକେଟରେ ପରାସ୍ତ ହୋଇ ଟ୍ରଫି ଦୌଡରୁ ବାଦ ପଡିଛି ବାଙ୍ଗାଲୋର । ଅଧିକ ପଢନ୍ତୁ...

RCB ଅଭିଯାନ ଶେଷ, ଦ୍ବିତୀୟ କ୍ବାଲିଫାୟରରେ ଦିଲ୍ଲୀ-କୋଲକାତା ମୁୁକାବିଲା

ଦୁବାଇ: ନିରାଶ ବିରାଟବାହିନୀ । ଶେଷ ସୁଯୋଗ ହାତଛଡା ହୋଇଛି । ଚଳିତ ଆପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଭିଯାନ ଶେଷ ହୋଇଛି । ଟ୍ରଫି ଜିତିବା ପାଇଁ ଦେଖିଥିବା ସ୍ବପ୍ନ ଚୁରମାର ହୋଇଛି । ଆଇପିଏଲ ଏଲିମିନେଟର ମ୍ୟାଚରେ ଆଉଟ ହୋଇଛି ଆରସିବି । ଅନୁଷ୍ଠିତ ଏଲିମିନେଟର ମ୍ୟାଚରେ କୋଲକାତାଠାରୁ ୪ୱିକେଟରେ ପରାସ୍ତ ହୋଇ ଟ୍ରଫି ଦୌଡରୁ ବାଦ ପଡିଛି ବାଙ୍ଗାଲୋର ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ RCB କ୍ୟାପଟେନ ବିରାଟ କୋହଲି । ଫଳରେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୩୮ ରନ୍‌ ସଂଗ୍ରହ କରିଥିଲା ବାଙ୍ଗାଲୋର । RCB ପକ୍ଷରୁ କ୍ୟାପଟେନ ବିରାଟ କୋହଲି ୩୩ ବଲ୍‌ରୁ ୫ ଚୌକା ସହାୟତାରେ ସର୍ବାଧିକ ୩୯ ରନ୍‌ର ଇଂନିସ ଖେଳିଥିଲେ । ଦେବଦତ୍ତ ପାଦିକ୍କଲ ୨୧ ଓ ଗ୍ଳେନ ମାକ୍ସୱେଲ ୧୫ ରନ୍‌ କରିଥିଲେ । ଷ୍ଟାର ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସ ମାତ୍ର ୧୧ ରନ୍‌ କରିଥିଲେ । ଭେଟେରାନ ସ୍ପିନର ସୁନିଲ ନାରାଏନଙ୍କ ଘାତକ ବୋଲିଂ ସାମ୍ନା କରିପାରିନଥିଲା ବାଙ୍ଗାଲୋର । ନାରାଏନ ୪ ଓଭର ବୋଲିଂ କରି ୨୧ ରନ୍‌ ବ୍ୟୟରେ ୪ଟି ୱିକେଟ ଅକ୍ତିଆର କରିଥିଲେ । କ୍ବାଲିଫାୟାର ୨ ମୁକାବିଲା ଖେଳିବାକୁ KKR ସାମ୍ନାରେ ୧୩୯ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା ।

ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା କୋଲକାତା । ଛୋଟ ଟାର୍ଗେଟ ପରେ ବି ଆରସିବି ପାଇଁ ସବୁ ଶକ୍ତି ଲଗାଇ ଦେଇଥିଲା କେକେଆର । ୧୮ତମ ବୋଲିଂ କରି ମହମ୍ମଦ ସିରାଜ ମ୍ୟାଚକୁ ଏପଟସେପଟ କରିଦେଇଥିଲେ । ସେ ନାରାଏନଙ୍କୁ ୨୬ ରନ ଓ ଦିନେଶ କାର୍ତ୍ତିକଙ୍କୁ ୧୦ରନରେ ଆଉଟ କରିଥିଲେ । ୧୯ ତମ ଓଭରରେ ଜର୍ଜ ଗାର୍ଟନ ୫ ରନ ଦେଇଥିଲେ । ୨୦ତମ ଓଭରରେ ପ୍ରଥମ ବଲରେ ସାକିବ ଚୌକା ମାରିଥିଲେ । ପରବର୍ତ୍ତୀ ୩ଟି ବଲରେ ୩ ରନ ସଂଗ୍ରହ କରି ସାକିବ ଓ ମୋର୍ଗାନ ୫ରନ କରି ଦଳକୁ ବିଜୟୀ କରାଇଥିଲେ । ଦ୍ବିତୀୟ କ୍ବାଲିଫାୟରରେ ଦିଲ୍ଲୀ ଓ କୋଲକାତା ଭିତରେ ମୁକାବିଲା ହେବ ।

ଅଲରାଉଣ୍ଡର ପ୍ରଦର୍ଶନ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସୁନିଲ ନାରାଏନ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ଆଗାମି ସିଜନକୁ କୋହଲିଙ୍କୁ ବାଙ୍ଗଲୋର କ୍ୟାପଟେନ ଦେଖିବାକୁ ମିଳିବା ନାହିଁ । ଅଧିନାୟକ ଭାବେ ସେ ୧୪୦ଟି ମ୍ୟାଚ ଖେଳିଛନ୍ତି । କୋହଲିଙ୍କ ନେତୃତ୍ବରେ ୨୦୧୪ ଫାଇନାଲ ଖେଳିଥିଲା ଆରସିବି । ଆଇପିଏଲ ଅଧିନାୟକ ଭାବେ କୋହଳି ସର୍ବାଧିକ ୪୮୮୧ରନ ସଂଗ୍ରହ କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.