ETV Bharat / sports

IPL 2023: ଆଜି ଡବଲ ହେଡର ମ୍ୟାଚ, KKRକୁ ଭେଟିବ PBKS, ଲକ୍ଷ୍ନୌ ଓ ଦିଲ୍ଲୀ ମଧ୍ୟରେ ମୁକାବିଲା

ଚଳିତ ଆଇପିଏଲରେ ଆଜି ରହିଛି ଡବଲ ହେଡର ମ୍ୟାଚ । କୋଲକାତାକୁ ଭେଟିବ ପଞ୍ଜାବ ଓ ଲକ୍ଷ୍ନୌକୁ ଭେଟିବ ଦିଲ୍ଲୀ । ଅଧିକ ପଢନ୍ତୁ

author img

By

Published : Apr 1, 2023, 11:29 AM IST

today two matches in ipl
today two matches in ipl

ହାଇଦ୍ରାବାଦ: ଆଇପିଏଲର 16ତମ ସଂସ୍କରଣର ଦ୍ବିତୀୟ ଦିନରେ ରହିଛି ଡବଲ ହେଡର ମ୍ୟାଚ । ଅପରାହ୍ନ ସମୟରେ କୋଲକାତା ନାଇଟ ରାଇଡର୍ସକୁ ଭେଟିବ ପଞ୍ଜାବ କିଙ୍ଗ୍ସ ଓ ସନ୍ଧ୍ୟା ସମୟରେ ଲକ୍ଷ୍ନୌ ଜିଆଣ୍ଟ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ। ପ୍ରଥମ ମ୍ୟାଚ ମୋହାଲିରେ ଖେଳାଯିବ । ଚଳିତ ସିଜିନରେ କୋଲକାତା ଟିମର ନେତୃତ୍ୟ ନେଇଛନ୍ତି ନୀତୀଶ ରାଣା । ଶ୍ରେୟସ ଆୟର ଆହତ ହେବା କାରଣରୁ ସେ ଦଳର ଅଧିନାୟକ ହୋଇଛନ୍ତି । ନୂଆ ଅଧିନାୟକଙ୍କୁ ନେଇ ଏହି ଦୁଇ ଟିମ ମଧ୍ୟରେ ମ୍ୟାଚ ଖେଳାଯିବ ।

ପୂର୍ବରୁ କେକେଆର 2ଥର ଆଇପିଏଲ ଟ୍ରଫି ହାତେଇଥିବା ବେଳେ ପଞ୍ଜାବ 15 ବର୍ଷ ମଧ୍ୟରେ ଗୋଟିଏ ଥର ବି ଟ୍ରଫି ହାତେଇ ପାରି ନାହିଁ । ତେଣୁ ଆଜିର ମ୍ୟାଚରେ ବିଜୟୀ ହୋଇ ଚଳିତ ସିଜିନରେ ବିଜୟ ଅଭିଯାନ ଜାରି ରଖିବା ଆଶାରେ ରହିଛି ପଞ୍ଜାବ । ଆଇପିଏଲ 15 ତମ ସଂସ୍କରଣରେ ଷଷ୍ଠ ସ୍ଥାନରେ ରହିଥିଲା ପଞ୍ଜାବ ଓ ସପ୍ତମ ସ୍ଥାନରେ ରହିଥିଲା କୋଲକାତା । ପୂର୍ବରୁ 2012 ଓ 2014 ସଂସ୍କରଣରେ ଟ୍ରଫି ହାତେଇଥିଲା କୋଲକାତା । ପୁଣି ପୂର୍ବ ସ୍ଥିତିକୁ ଫେରିବା ପାଇଁ ଦଳ ଆଜି ମଇଦାନରେ କସରତ କରିବ ।

ତେବେ ଉଭୟ ଦଳର କିଛି ଖେଳାଳି ଆଜି ଅନୁପସ୍ଥିତ ରହିବେ । ପଞ୍ଜାବ କିଙ୍ଗସର ବ୍ୟାଟର ଜନି ବେୟାରଷ୍ଟୋ ସମ୍ପୂର୍ଣ୍ଣ ମ୍ୟାଚରୁ ବାଦ ପଡିଥିବା ବେଳେ ଲାଏମ ଲିଭିଙ୍ଗଷୋଟନ ଓ କାଗିସୋ ରାବାଡା ଏହି ମ୍ୟାଚରେ ଉପସ୍ଥିତ ରହିବେ ନାହିଁ । ସେହିପରି କୋଲକାତା ଟିମରେ ସାକିବ ଅଲ ହାସନ ଓ ଲିଟନ ଦାସ ଅନୁପସ୍ଥିତ ରହିବେ । ଏମାନଙ୍କ ଅନୁପସ୍ଥିତ ଦଳ ଉପରେ ପ୍ରଭାବ ପକାଇପାରେ ।

ସେହିପରି ସନ୍ଧ୍ୟା ସମୟରେ ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀକୁ ଭେଟିବ ଲକ୍ଷ୍ନୌ । ପ୍ରଥମ କରି ଘରୋଇ ଗ୍ରାଉଣ୍ଡରେ ଏସଏସଜି ଖେଳିବାକୁ ଯାଉଥିବାରୁ ଖେଳାଳୀଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ରହିଛି । ଗତ ସିଜିନରେ ଲକ୍ଷ୍ନୌର ପ୍ରଦର୍ଶନ ବେଶ ଉଚ୍ଚକୋଟିର ଥିଲା । ଫଳରେ ଦଳ ପ୍ଲେ ଅଫରେ ପ୍ରବେଶ କରିଥିଲା । ତେଣୁ ଚଳିତ ଥର ମଧ୍ୟ ଆହୁରି ଉନ୍ନତ ଖେଳିବାକୁ ଦଳର ଖେଳାଳି ନିଜକୁ ପ୍ରସ୍ତୁତ କରିଛନ୍ତି । କେଏଲ ରାହୁଲଙ୍କ ନେତୃତ୍ବରେ ପଡିଆକୁ ଓହ୍ଳାଇବ ଲକ୍ଷ୍ନୌ ଟିମ । ଅନ୍ୟପଟେ ଆହତ କାରଣରୁ ଋଷଭ ପନ୍ତଙ୍କ ବଦଳରେ ଦିଲ୍ଲୀର ଅଧିନାୟକ ଭାର ତୁଲାଇବେ ଡେଭିଡ ଓ୍ବାର୍ଣ୍ଣର । ପୂର୍ବ 15ଟି ସିଜନରେ ଦଳ ଥରୁଟିଏ ମଧ୍ୟ ଟ୍ରଫି ହାତେଇ ପାରିନାହିଁ । ତେଣୁ ଚଳିତ ଥର ଭଲ ପ୍ରଦର୍ଶନ ନେଇ ଆଶା କରାଯାଉଛି । ରିଷଭ ପନ୍ତଙ୍କ ଅନୁପସ୍ଥିତ ଦଳ ଉପରେ ପ୍ରଭାବ ପକାଇପାରେ । ଏହା ସତ୍ତ୍ବେ ମଧ୍ୟ ଚଳିତ ସିଜନରେ କଡା ଟକ୍କର ପାଇଁ ପୁରା ପ୍ରସ୍ତୁତ ଦିଲ୍ଲୀ କ୍ୟାପିଟାଲ୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.