ETV Bharat / sports

IPL 2023: ଆଜି ମାର୍କ୍ରମ-ୱାର୍ଣ୍ଣର ମୁକାବିଲା, ଦ୍ବିତୀୟ ବିଜୟ ଲକ୍ଷ୍ୟରେ ଦିଲ୍ଲୀ - ହାଇଦ୍ରାବାଦ ବନାମ ଦିଲ୍ଲୀ

ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ ଖେଳାଯିବ । ହାଇଦ୍ରାବାଦକୁ ହରାଇ ଦ୍ବିତୀୟ ବିଜୟ ଲକ୍ଷ୍ୟରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ । ଅଧିକ ପଢନ୍ତୁ

ଆଜି ମାରକ୍ରମ-ୱାର୍ଣ୍ଣା ମୁକାବିଲା
IPL 2023
author img

By

Published : Apr 24, 2023, 1:01 PM IST

ନୂଆଦିଲ୍ଲୀ: ଫଟାଫଟ ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲରେ ଆଜି 34ତମ ମ୍ୟାଚ ଖେଳାଯିବ । ଘରୋଇ ଗ୍ରାଉଣ୍ଡରେ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବେ । 2ଟି ବିଜୟ ହାସଲ କରି ପଏଣ୍ଟ ତାଲିକାର ଶେଷ 2ଟି ସ୍ଥାନରେ ଥିବା ସନରାଇର୍ଜସ ହାଇଦ୍ରାବାଦ ଆଜି ଘରୋଇ ମାଟିରେ ବିଜୟ ହାସଲ ଲକ୍ଷ୍ୟରେ ରହିଛି । ଦିଲ୍ଲୀକୁ ହରାଇ ଚଳିତ ସିଜନର ତୃତୀୟ ବିଜୟ ଲକ୍ଷ୍ୟରେ ରହିଛି ହାଇଦ୍ରାବାଦ । ସେହପରି ପ୍ରଥମ ବିଜୟ ସ୍ବାଦ ଚାଖିଥିବା ଦିଲ୍ଲୀ ହାଇଦ୍ରାବାଦକୁ ତାର ଘରୋଇ ମାଟିରେ ମାତ ଦେଇ ଦ୍ବିତୀୟ ବିଜୟ ଲକ୍ଷ୍ୟରେ ରହିଛି ।

ଏହା ବି ପଢନ୍ତୁ...IPL 2023: ପଏଣ୍ଟ ଟେବଲରେ ତଳକୁ ଖସିଲା ରାଜସ୍ଥାନ, 7 ରନରେ ଜିତିଲା RCB

SRH VS DC: ରେକର୍ଡ ଆଧାରରେ ଦିଲ୍ଲୀ ଉପରେ ହାଇଦ୍ରାବାଦ ପଲ୍ଲା ଭାରି ରହିଛି । ଘରୋଇ ଗ୍ରାଉଣ୍ଡରେ ଖେଳୁଥିବାରୁ ହାଇଦ୍ରାବାଦ ବିଜୟ ସମ୍ବାବନା ଅଧିକ ରହିଛି ।ଉଭୟ ଦଳ ପାଇଁ ବିଜୟ ଜରୁରୀ । ଲଗାତାର 5ଟି ମ୍ୟାଚ ହାରିବା ପରେ ଦିଲ୍ଲୀ କୋଲକାତା ବିପକ୍ଷରେ ପ୍ରଥମ ବିଜୟ ଖାତା ଖୋଲିଥିଲା । ଏହା ପରେ ଦଳର ମନୋବଳ ବଢିଛି । ତଥାପି ଦଳରେ ବ୍ୟାଟିଂ ସମସ୍ୟା ରହିଛି । ଓପନର ପୃଥ୍ବୀ ଶ' ଓ ମଧ୍ୟଭାଗ ବ୍ୟାଟରଙ୍କ ଫର୍ମକୁ ନେଇ ଚିନ୍ତା ରହିଛି । କୋଲକାତା ବିପକ୍ଷରେ ଈଷାନ୍ତ ଶର୍ମାଙ୍କ ଦମଦାର ବୋଲିଂ ଦେଖିବାକୁ ମିଳିଥିବା ବେଳେ ଆଜି ମଧ୍ୟ ସେ ବୋଲିଂରେ ସଫଳ ହେବେ ବୋଲି ଆଶା କରାଯାଉଛି । ପୂର୍ବ ତ୍ରୁଟିକୁ ସୁଧାରି ଦଳ ଆଜି ହାଇଦ୍ରାବାଦ ବିପକ୍ଷରେ ବିଜୟ ହାସଲ ସ୍ବପ୍ନ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ । ସନରାଇଜର୍ସ 6ଟି ମ୍ୟାଚ ଖେଳି 2ଟିରେ ବିଜୟ ହାସଲ କରିଛି । ଆଜି ଦିଲ୍ଲୀକୁ ହରାଇ ତୃତୀୟ ବିଜୟ ଲକ୍ଷ୍ୟରେ ରହିଛି । ପୂର୍ବ ମ୍ୟାଚରେ ଚେନ୍ନାଇ ବିପକ୍ଷରେ ଦଳ ପରାସ୍ତ ହୋଇଥିଲା । ବୋଲିଂ ଓ ବ୍ୟାଟିଂରେ ବିଫଳତା ପରାଜୟର କାରଣ ହୋଇଥିଲା । ଚେନ୍ନାଇ ବିପକ୍ଷ ତ୍ରୁଟିକୁ ସୁଧାରି ଆଜି ମଇଦାନକୁ ଓହ୍ଲାଇବ ଆଡେନ ମାରକ୍ରମଙ୍କ ନେତୃତ୍ବାଧୀନ ସନରାଇଜର୍ସ ହାଇଦ୍ରାବାଦ ।

ଏହା ବି ପଢନ୍ତୁ...IPL 2023: ଗେମ୍‌ ଚେଞ୍ଜର ଅର୍ଶଦୀପ, 24 ଲକ୍ଷ ଟଙ୍କାର ଷ୍ଟମ୍ପ୍‌ ଭାଙ୍ଗି ଦେଲେ

SRH ସମ୍ଭାବ୍ୟ ଏକାଦଶ: ହ୍ୟାରୀ ବ୍ରୁକ, ମୟଙ୍କ ଅଗ୍ରୱାଲ, ରାହୁଲ ତ୍ରିପାଠୀ, ଅଭିଷେକ ଶର୍ମା, ଆଡେନ ମାର୍କ୍ରମ, ହେନରିକ କ୍ଲାସେନ, ଅବଦୁଲ ସମଦ, ୱାଶିଂଟନ ସୁନ୍ଦର, ଭୁବନେଶ୍ବର କୁମାର, ମାର୍କୋ ଜାନସେନ, ମୟଙ୍କ ମାର୍କଣ୍ଡେ, ଟି ନଟରାଜନ ।

DC ସମ୍ଭାବ୍ୟ ଏକାଦଶ: ଡେଭିଡ ୱାର୍ଣ୍ଣର, ପୃଥ୍ବୀ ଶ', ମିଚେଲ ମାର୍ଶ, ୟଶ ଧୂଲ, ମନୀଷ ପାଣ୍ଡେ, ଲଳିତ ଯାଦବ, ଈଶାନ୍ତ ଶର୍ମା, ଅକ୍ଷର ପଟେଲ, ଅମନ ଖାନ, ଏନରିକ ନୋର୍କିଆ, କୁଲଦୀପ ଯାଦବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.