ETV Bharat / sports

IPL 2023: ଆଜି ଧାୱନ-ହାର୍ଦ୍ଦିକ ଫାଇଟ, ତୃତୀୟ ବିଜୟ ଲକ୍ଷ୍ୟରେ ଦୁଇ ଦଳ

ଇଣ୍ଡିଆନ ପ୍ରିମିୟର ଲିଗର 16ତମ ସଂସ୍କରଣରେ ଆଜି 18ତମ ମ୍ୟାଚ ଖେଳାଯିବ । ଏଥିରେ ଡିଫେଣ୍ଡିଂ ଚାମ୍ପିଅନ ଗୁଜୁରାଟ ଓ ପଞ୍ଜାବ କିଙ୍ଗସ ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

author img

By

Published : Apr 13, 2023, 10:37 AM IST

ଆଜି ଧାୱନ-ହାର୍ଦ୍ଦିକ ଫାଇଟ
punjab kings vs gujarat titans

ନୂଆଦିଲ୍ଲୀ: ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ ଜାରି ରହିଛି । ଆଜି ଚଳିତ ସଂସ୍କରଣର 18ତମ ମୁକାବିଲା ଅନୁଷ୍ଠିତ ହେବ । ଏଥିରେ ଡିଫେଣ୍ଡି ଚାମ୍ପିଅନ ଗୁଜୁରାଟ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ମ୍ୟାଚ ଖେଳାଯିବ । ଦୁଇଟି ଲେଖାଏଁ ବିଜୟ ହାସଲ କରିଥିବା ଦୁଇ ଦଳ ଆଜି ତୃତୀୟ ବିଜୟ ଲକ୍ଷ୍ୟରେ ରହିଛନ୍ତି । ଘରୋଇ ମାଟିରେ ପଞ୍ଜାବକୁ ହରାଇ ବିଜୟ ହାସଲ ଲକ୍ଷ୍ୟ ରଖିଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଗୁଜୁରାଟ ଟାଇଟନ୍ସ । ଘରୋଇ ମାଟିରେ ପଞ୍ଜାବର ପଲ୍ଲା ଭାରି ରହିବ । ପଞ୍ଜାବର ବିଜୟ ସମ୍ଭାବନା ଅଧିକ ରହିଛି ।

PBKS vs GT: ଦୁଇ ଦଳ 3ଟି ଲେଖାଏଁ ମ୍ୟାଚ ଖେଳି 2ଟିରେ ବିଜୟ ହାସଲ କରିଛନ୍ତି । ଗୁଜୁରାଟ 4 ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ପଞ୍ଜାବ ମଧ୍ୟ ସମାନ ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ରହିଛି । ଗତ ସିଜନରେ ଉଭୟ ଦଳ ମଧ୍ୟରେ ଦୁଇଟି ମ୍ୟାଚ ଖେଳାଯାଇଥିଲା । ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିଲେ ଦୁଇଦଳ । ଶିଖର ଧାୱନଙ୍କ ପଞ୍ଜାବ କିଙ୍ଗସ ପୂର୍ବ ମ୍ୟାଚରେ ସନରାଇଜର୍ସ ନିକଟରୁ 7 ୱିକେଟରେ ପରାସ୍ତ ହୋଇଥିଲା । ଉକ୍ତ ମ୍ୟାଚରେ ଧାୱନ ଅପରାଜିତ 99 ରନ କରିଥିଲେ । ଏହା ଛଡା ଦଳର ଅନ୍ୟ କୌଣସି ବ୍ୟାଟର ହାଇଦ୍ରାବାଦ ବୋଲରଙ୍କ ଆଗରେ ତିଷ୍ଠି ପାରି ନଥିଲେ । ଦୁଇ ଦିନ ବିଶ୍ରାମ ପରେ ଦଳ ଗୁଜୁରାଟ ବିପକ୍ଷରେ କଡା ରଣନୀତି ପ୍ରସ୍ତୁତ କରିଛି । ପୂର୍ବ ତ୍ରୁଟିକୁ ସୁଧାରି ଦଳ ଆଜି ମଇଦାନକୁ ଓହ୍ଲାଇବ । ଘରୋଇ ଗ୍ରାଉଣ୍ଡରେ ରାଜୁତି ଲକ୍ଷ୍ୟରେ ରହିଛି ପଞ୍ଜାବ । ଆଜି ଷ୍ଟାଟ ବ୍ୟାଟର ଲାଏମ ଲିଭିଙ୍ଗଷ୍ଟୋନ ଦଳରେ ସାମିଲ ହେବାର ସମ୍ଭାବନା ରହିଛି ।

ଅନ୍ୟପଟେ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଡିଫେଣ୍ଡି ଚାମ୍ପିଅନ ଗୁଜୁରାଟ ମଧ୍ୟ ଦମଦାର ରଣନୀତି ସହ ପଞ୍ଜାବ ବିପକ୍ଷରେ ଲଢେଇ କରିବ । କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମୁକାବିଲାରେ ଗୁଜୁରାଟ ପରାଜୟକୁ ଦଳର ଖେଳାଳି ଭୁଲି ନାହାନ୍ତି । କେକେଆରର ରିଙ୍କୁ ସିଂହ ଗୁଜୁରାଟ କବଜାରୁ ମ୍ୟାଚ ଛଡାଇ ନେଇଥିଲେ । ୟଶ ଦୟାଲଙ୍କ ଶେଷ ଓଭରେ ରିଙ୍କୁ ସିଂହ 5ଟି ଛକା ମାରି କେକେଆରକୁ ବିଜୟୀ କରାଇଥିଲେ । ଏହି ମ୍ୟାଚରେ ଗୁଜୁରାଟ କରିଥିବା ଭୁଲକୁ ସୁଧାରି ପଞ୍ଜାବ ବିପକ୍ଷରେ ଖେଳିବ । ଅସୁସ୍ଥତା କାରଣରୁ କୋଲକାତା ବିପକ୍ଷରେ ଖେଳି ନଥିଲେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଆଜି ସେ ଖେଳିବେ । ୟଶଙ୍କ ସ୍ଥାନରେ ସ୍ପିନର ସାଇ କିଶୋରଙ୍କୁ ସୁଯୋଗ ମିଳିପାରେ ।

ଏହା ବି ପଢନ୍ତୁ...IPL 2023 CSK vs RR: ଚେପକରେ ହାରିଲା ଚେନ୍ନାଇ, 4 ରନରେ ଜିତିଲା ରାଜସ୍ଥାନ

ଏହା ବି ପଢନ୍ତୁ...ତାମିଲନାଡୁ ବିଧାନସଭାରେ ଆଇପିଏଲ ଝଡ, CSK ଦଳକୁ ବ୍ୟାନ ଦାବି

GT ସମ୍ଭାବ୍ୟ ଏକାଦଶ: ଶୁଭମନ ଗିଲ, ରିଦ୍ଧିମାନ ଶାହ, ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରାସିଦ ଖାନ, ବିଜୟ ଶଙ୍କର, ଡେଭିଡ ମିଲର, ରାହୁଲ ତେୱାତିଆ, ଅଲଜାରି ଯୋଶେଫ, ମହମ୍ମଦ ସାମି, ଆର ସାଇ କିଶୋର ।

PBKS ସମ୍ଭାବ୍ୟ ଏକାଦଶ: ପ୍ରଭସିମରନ ସିଂହ, ଶିଖର ଧାୱନ, ଭାନୁକା ରାଜପକ୍ସା, ଜିତେଶ ଶର୍ମା, ଲାଏମ ଲିଭିଙ୍ଗ ଷ୍ଟୋନ, ସାମ କୁରାନ, ଶାହରୁଖ ଖାନ, ହରପ୍ରୀତ ବ୍ରାର. ନାଥାନ ଏଲିସ/କାଗିସୋ ରାବାଡା, ରାହୁଲ ଚହର, ଅର୍ଶଦୀପ ସିଂହ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.