ETV Bharat / sports

IPL 2023: ଆଜି ଶିଖର-ୱାର୍ଣ୍ଣର ମୁକାବିଲା, ପଞ୍ଜାବ ପାଇଁ ଶେଷ ସୁଯୋଗ - ଆଇପିଏଲ 2023

ଇଣ୍ଡିଆନ ପ୍ରିମିୟର ଲିଗରେ ଆଜି ପଞ୍ଜାବ କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ ଖେଳାଯିବ । ଚଳିତ ଆଇପିଏଲରେ ଏହା 64ତମ ଲିଗ୍‌ ମ୍ୟାଚ୍‌ । ଅଧିକ ପଢନ୍ତୁ

ଆଜି ଶିଖର-ୱାର୍ଣ୍ଣର ମୁକାବିଲା
punjab kings vs delhi capitals
author img

By

Published : May 17, 2023, 12:44 PM IST

ନୂଆଦିଲ୍ଲୀ: ଚଳିତ ଆଇପିଏଲ ସଂସ୍କରଣର ଲିଗ ପର୍ଯ୍ୟାୟ ଶେଷ ଭାଗରେ ପହଞ୍ଚିଛି । ଆଉ ମାତ୍ର କିଛିଟା ମ୍ୟାଚ ପରେ ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଯିବ । ଫଟାଫଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲରେ ଆଜି ପଞ୍ଜାବ କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ । ଏହା ଚଳିତ ଆଇପିଏଲର 64ତମ ଲିଗ ମ୍ୟାଚ । ପ୍ଲେ ଅଫ୍‌ ନିକଟତର ହେଉଛି । ତେଣୁ ଏହି ମ୍ୟାଚରେ ପଞ୍ଜାବ ପାଇଁ ସୁଯୋଗ ରହିଛି । ସେପଟେ ପ୍ଲେ ଅଫରୁ ବାଦ ପଡିଥିବା ଦିଲ୍ଲୀ କେବଳ ସମ୍ମାନ ପାଇଁ ଖେଳିବ । ଘରୋଇ ଗ୍ରାଉଣ୍ଡରେ ଖେଳିବ ପଞ୍ଜାବ ।

DCVSPBKS: ଶିଖର ଧାୱନଙ୍କ ନେତୃତ୍ବାଧୀନ ପଞ୍ଜାବ କିଙ୍ଗସ ଏଯାବତ 12ଟି ମ୍ୟାଚରୁ 6ଟିରେ ବିଜୟ ହାସଲ କରିଛି । ଗତ ମେ 13 ତାରିଖରେ ଦୁଇ ଦଳ ମଧ୍ୟରେ ଚଳିତ ସିଜନରେ ପ୍ରଥମ ମ୍ୟାଚ ଖେଳାଯାଇଥିଲା । ଏଥିରେ ପଞ୍ଜାବ ବିଜୟ ହାସଲ କରିଥିଲା । ପଞ୍ଜାବ କିଙ୍ଗ୍‌ସ୍‌ 31 ରନରେ ବିଜୟ ହାସଲ କରିଥିଲା । ପ୍ରଭସିମରନଙ୍କ ଶତକ ଓ ହରପ୍ରୀତଙ୍କ ଘାତକ ବୋଲିଂରେ ଘାଇଲା ହୋଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ପରାସ୍ତ ପରେ ପ୍ଲେ ଅଫ୍‌ରୁ ବାଦ୍‌ ପଡିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଆଜି ପଞ୍ଜାବକୁ ତାର ଘରୋଇ ଗ୍ରାଉଣ୍ଡରେ ହରାଇ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ଦିଲ୍ଲୀ ।

ଯଦିଓ ଏହି ମ୍ୟାଚ ଦିଲ୍ଲୀ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ମାତ୍ର ପଞ୍ଜାବକୁ ଅଟକାଇବାକୁ ଚେଷ୍ଟା କରିବ ୱାର୍ଣ୍ଣରଙ୍କ ନେତୃତ୍ବାଧୀନ ଦିଲ୍ଲୀ କ୍ୟାପିଟାଲ୍ସ । ଚଳିତ ସିଜନରେ ଏଯାବତ ଦିଲ୍ଲୀ କ୍ୟାପିଟାଲ୍ସ 12ଟି ମ୍ୟାଚ ଖେଳି ମାତ୍ର 4ଟିରେ ବିଜୟ ହାସଲ କରିଛି । ପଞ୍ଜାବ କିଙ୍ଗସକୁ ହରାଇବାକୁ ହେଲେ ପ୍ରଥମେ ଦିଲ୍ଲୀକୁ ତାର ବ୍ୟାଟିଂକ୍ରମ ସୁଧାରିବାକୁ ହେବ । ଆଇପିଏଲ ଅଭିଯାନ ଶେଷ କରିବା ପୂର୍ବରୁ ସମ୍ମାନ ବଞ୍ଚାଇବାରୁ କ୍ୟାପିଟାଲ୍ସ ଜୋରଦାର ପ୍ରୟାସ କରିବ । ପଞ୍ଜାବ ପାଇଁ ଏହି ମ୍ୟାଚ କର ବା ମର ସମାନ ହୋଇଛି । ଯଦି ଦଳ ବୃହତ ବିଜୟ ହାସଲ କରୁଛି ତେବେ ପ୍ଲେ ଅଫ ପାଇଁ ଆଶା ସଞ୍ଜାର ହୋଇପାରେ ।

ଏହା ବି ପଢନ୍ତୁ...ଏସିଆନ ଚମ୍ପିଆନସିପ ଏବଂ ଏସିଆନ ଗେମ୍ସ ୨୦୨୩ : ଭାରତୀୟ ଟ୍ରାକ ସାଇକଲିଂ ଦଳରେ ଓଡ଼ିଆ ଝିଅ ସ୍ୱସ୍ତି ସିଂ

ଏହା ବି ପଢନ୍ତୁ...IPL 2023: ଫଟୋରେ ଖବର, ମୁମ୍ବାଇଠୁ ମ୍ୟାଚ ଛଡାଇ ଆଣିଲା ଲକ୍ଷ୍ନୌ

PBKS ସମ୍ଭାବ୍ୟ ଏକାଦଶ: ଶିଖର ଧାୱନ(ଅଧିନାୟକ), ଭାନୁକା ରଜାପକ୍ଷ, ଲିଆମ ଲିଭିଂଷ୍ଟୋନ୍‌, ଜିତେଶ ଶର୍ମା, ଶାହରୁଖ ଖାନ, ହରପ୍ରୀତ ବ୍ରାର, ରିଶି ଧାୱନ, ସାମ କରନ/କାଗିସୋ ରାବାଡା, ରାହୁଲ ଚହର, ଅର୍ଶଦୀପ ସିଂହ ।

DC ସମ୍ଭାବ୍ୟ ଏକାଦଶ: ଡେଭିଡ ୱାର୍ଣ୍ଣର (ଅଧିନାୟକ), ଫିଲ ସଲ୍ଟ, ମିଚେଲ ମାର୍ଶ, ରିଲେ ଋସୋ, ଲଳିତ ଯାଦବ, ରିପଲ ପଟେଲ, ମନୀଷ ପାଣ୍ଡେ, ଅକ୍ଷର ପଟେଲ, ଲଳିତ ଯାଦବ, କୁଲଦୀପ ଯାଦବ, ଇଶାନ୍ତ ଶର୍ମା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.