ଅହମ୍ମଦାବାଦ: ଚଳିତ ଆଇପିଏଲ ସଂସ୍କରଣରେ ଆଜି 35ତମ ମୁକାବିଲା ଖେଳାଯିବ । ଏଥିରେ ଡିଫେଣ୍ଡିଂ ଚମ୍ପିଆନ ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବେ । ଘରୋଇ ଗ୍ରାଉଣ୍ଡରେ ମୁମ୍ବାଇ ବିପକ୍ଷରେ ଖେଳିବ ଗୁଜୁରାଟ । ଚଳିତ ସଂସ୍କରଣରେ ପଞ୍ଜମ ବିଜୟ ହାସଲ କରି ପଏଣ୍ଟ ଟେବୁଲ ଉପରକୁ ଉଠିବାକୁ ଲକ୍ଷ୍ୟ ରଖଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଗୁଜୁରାଟ ଟାଇଟନ୍ସ । ସେହିପରି ଗୁଜୁରାଟକୁ ତାର ଘରୋଇ ମାଟିରେ ହରାଇ ଚତୁର୍ଥ ବିଜୟ ସ୍ବପ୍ନ ନେଇ ଖେଳିବ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ ।
ଏହା ବି ପଢନ୍ତୁ...IPL 2023: ହାଇଦ୍ରାବାଦରେ ହାରିଲା ହାଇଦ୍ରାବାଦ, ଦିଲ୍ଲୀର ଦ୍ବିତୀୟ ବିଜୟ
GT vs MI : ଡିଫେଣ୍ଡିଂ ଚାମ୍ପିଅନ ଗୁଜୁରାଟ ପ୍ରଥମରୁ ଭଲ ଫର୍ମରେ ରହିଥିଲା । 3ଟି ମ୍ୟାଚ ପରେ ଟିକେ ଧିମା ପଡିଗଲା ଗୁଜୁରାଟ । ମାତ୍ର ପୁଣି କମ୍ବ୍ୟାକ କରିଛି ଟାଇଟନ୍ସ । ଦଳରେ ବୋଲିଂ ଓ ବ୍ୟାଟିଂ ବିଭାଗ ସୃଦୁଢ ରହିଛି । ମୋଟ 6ଟି ମ୍ୟାଚ ଖେଳି 4ଟି ବିଜୟ ହାସଲ କରି 8ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି ଗୁଜୁରାଟ । ଶେଷ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ପରାସ୍ତ କରିଥିଲା । ଗୁଜୁରାଟ ଚିଳିତ ସିଜିନରେ ତାର ଘରୋଇ ଗ୍ରାଉଣ୍ଡରେ 3ଟି ମ୍ୟାଚ ଖେଳି ବିଜୟ ହାସଲ କରିଛି । ଆଜି ବି ମୁମ୍ବାଇକୁ ହରାଇବା ଦଳର ମୁଖ୍ୟ ଲକ୍ଷ୍ୟ ରହିଛି । ଦଳର ବୋଲିଂ ଓ ବ୍ୟାଟିଂ ବିଭାଗ ଶକ୍ତିଶାଳୀ ରହିଛି । ଆଇପିଏଲର ସଫଳ ଦଳ ରହି ଆସିଛି ମୁମ୍ବାଇ ଇଣ୍ଡିଆନ୍ସ । ପୂର୍ବ ସିଜନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ରହିଥିଲା । ଚଳିତ ସଂସ୍କରଣରେ ମଧ୍ୟ ପ୍ରଥମକୁ ଫ୍ୟାନ୍ସଙ୍କୁ ନିରାଶା କରିଥିଲା ଦଳ । ବିଜୟ ଟ୍ରାକକୁ ଫେରିଥିବା ମୁମ୍ବାଇ ଶେଷ ମୁକାବିଲାରେ ପଞ୍ଜାବ କିଙ୍ଗସଠୁ ପରାସ୍ତ ହୋଇଥିଲା । ଆଜି ଶକ୍ତିଶାଳୀ ଗୁଜୁରାଟକୁ ଭେଟିବାକୁ ହେଲେ ଦଳକୁ ସମସ୍ତ ତ୍ରୁଟି ସୁଧାରିବାକୁ ହେବ । ଦଳରେ ବ୍ୟାଟିଂ ବିଭାଗ ଭଲ ଥିଲେ ବୋଲିଂ ଚିନ୍ତା ରହିଛି । ପଞ୍ଜାବ ବିପକ୍ଷରେ କେବଳ ପିୟୂଷ ଚାୱାଲାଙ୍କୁ ଛାଡିଦେଲେ ଅନ୍ୟ ବୋଲର ବ୍ୟୟ ବହୁଳ ସାବ୍ୟସ୍ତ ହୋଇଥିଲେ । ପୂର୍ବ ମ୍ୟାଚରେ ସୂର୍ଯ୍ୟକୁମାରଙ୍କ ଚମକ ଦେଖିବାକୁ ମିଳିଥିଲା । ଆଜି ମଧ୍ୟ ତାଙ୍କ ବ୍ୟାଟରୁ ସଫଳ ଇନିଂସ ଆଶା କରାଯାଉଛି ।
ଏହା ବି ପଢନ୍ତୁ...IPL 2023 SRH vs DC: ହାଇଦ୍ରାବାଦର ବ୍ୟାଟିଂ ବିପର୍ଯ୍ୟୟ, 7 ରନରେ ଜିତିଲା ଦିଲ୍ଲୀ
GT ସମ୍ଭାବ୍ୟ ଏକାଦାଶ: ଶୁଭମନ ଗିଲ, ରିଦ୍ଧିମାନ ଶାହ, ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରାସିଦ ଖାନ, ବିଜୟ ଶଙ୍କର, ଡେଭିଡ ମିଲର, ରାହୁଲ ତେୱାତିଆ, ଅଲଜାରି ଯୋଶେଫ, ମହମ୍ମଦ ସାମି, ଆର ସାଇ କିଶୋର ।
MI ସମ୍ଭାବ୍ୟ ଏକାଦାଶ: ରୋହିତ ଶର୍ମା, ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, କ୍ୟାମେରନ ଗ୍ରୀନ, ଅର୍ଜୁନ ତେନ୍ଦୁଲକର, ଟିମ ଡେଭିଡ, ହ୍ରିତିକ ସୋକିନ, ପିୟୁଷ ଚାୱାଲା, ରିଲି ମେରେଡିଥ, ଡୁଆନ ଜାନସେନ/ଜାସନ ବେନଡ୍ରର୍ଫ ।