ନୂଆଦିଲ୍ଲୀ: ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗର 16ତମ ସଂସ୍କରଣ ଜାରି ରହିଛି । ଆଜି ସୁପର ସନଡେ'ରେ ଦୁଇଟି ମୁକାବିଲା ଅନୁଷ୍ଠିତ ହେବ । 13ତମ ମୁକାବିଲା ଗୁଜୁରାଟ ଟାଇଟନ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବାକୁ ଥିବାବେଳେ 14ତମ ମୁକାବିଲାରେ ପଞ୍ଜାବ କିଙ୍ଗସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ । ଏ ପର୍ଯ୍ୟନ୍ତ ଅପରାଜେୟ ରହିଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଗୁଜୁରାଟ ଟାଇଟନ୍ସ । ଆଜି ଗୁଜୁରାଟକୁ ହରାଇ ବିଜୟଧାରାରେ ବ୍ରେକ ଦେବାକୁ ଲକ୍ଷ୍ୟ ରଖିଛି କେକେଆର । ସେହିପରି ଦ୍ବିତୀୟ ମୁକାବିଲାରେ ପଞ୍ଜାବକୁ ହାରାଇ ବିଜୟ ଖାତା ଖୋଲିବାକୁ ଲକ୍ଷ୍ୟ ରଖିଛି ହାଇଦ୍ରାବାଦ ।
GT VS KKR: ଡିଫେଣ୍ଡି ଚାମ୍ପିଅନ ଗୁଜୁରାଟ ଓ କୋଲକାତା ମଧ୍ୟରେ ଆଇପିଏଲର 13ତମ ମ୍ୟାଚ ଖେଳିଯିବ । ଟାଇଟନ୍ସ ଦଳର ଘରୋଇ ଗ୍ରାଉଣ୍ଡ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଉଭୟ ଦଳ ବିଜୟ ନେଇ ଜୋରଦାର ପ୍ରସ୍ତୁତି କରିଛନ୍ତି । ଚଳିତ ସଂସ୍କରଣରେ ଗୁଜୁରାଟ ଏ ପର୍ଯ୍ୟନ୍ତ ଅପରାଜେୟ ରହିଛି । 2ଟି ମ୍ୟାଚ ଜିତି ବିଜୟଧାରା ବଜାୟ ରହିଛି ଗୁଜୁରାଟ । ଆଜି କୋଲକାତାକୁ ହରାଇ ଲଗାତାର ତୃତୀୟ ବିଜୟ ଲକ୍ଷ୍ୟରେ ରହିଛି ଦଳ । ସେପଟେ କୋଲକାତା ବାଙ୍ଗାଲୋର ବିପକ୍ଷରେ 81ରନର ବିଶାଳ ବିଜୟ ହାସଲ ପରେ ଦୃଢ ମନୋବଳରେ ରହିଛି । ଗୁଜୁରାଟକୁ ତାର ଘରୋଇ ମାଟିରେ ହରାଇ ବିଜୟଧାରାରେ ବ୍ରେକ ଦେବାକୁ ଲକ୍ଷ୍ୟ ରଖିଛି । ଆଜି ଘରୋଇ ଦଳର ବିସ୍ଫୋରକ ବ୍ୟାଟର ଓ ନାଇଟ ରାଇଡର୍ସର ସ୍ପିନରଙ୍କ ମଧ୍ୟରେ କଡା ମୁକାବିଲା ହେବ । ଆରସିବି ବିପକ୍ଷରେ କେକେଆର ବୋଲର ବରୁଣ ଚକ୍ରବର୍ତ୍ତୀ 4ଟି ୱିକେଟ ଅକ୍ତିଆର କରିଥିଲେ । ଆଜିର ମୁକାବିଲାରେ ବରୁଣ ଗୁଜୁରାଟ ପାଇଁ ଚିନ୍ତାର କାରଣ ହୋଇପାରନ୍ତି ।
PBKS VS SHR: ଆଇପିଏଲ 14ତମ ମ୍ୟାଚରେ ପଞ୍ଜାବ ଓ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ । ସନରାଇଜର୍ସର ଘରୋଇ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯିବ । ଚଳିତ ସଂସ୍କରଣରେ ହାଇଦ୍ରାବାଦ ଏଯାଏଁ ବିଜୟ ଖାତା ଖୋଲିନାହିଁ । ଲଗାତାର ଦୁଇଟି ମ୍ୟାଚରେ ପରାସ୍ତ ହୋଇଛି ଦଳ । ପୂର୍ବରୁ ଘରୋଇ ଗ୍ରାଉଣ୍ଡରେ ରାଜସ୍ଥାନଠୁ 72ରନରେ ପରାସ୍ତ ହୋଇଥିଲା । ଆଜି ଘରୋଇ ଗ୍ରାଉଣ୍ଡରେ ପଞ୍ଜାବକୁ ହରାଇ ବିଜୟ ଖାତା ଖୋଲିବା ଲକ୍ଷ୍ୟରେ ରହିଛି ସନରାଇଜର୍ସ ହାଇଦ୍ରାବାଦ । ସନରାଇଜର୍ସର ବୋଲିଂ ବିଭାଗ ସୃଦୁଢ ରହିଛି ମାତ୍ର ବ୍ୟାଟିଂ ବିଭାଗକୁ ନେଇ ସମସ୍ୟା ରହିଛି ।
ଆଜିର ମ୍ୟାଚ ଜିତିବାକୁ ହେଲେ ଏକ ସନ୍ତୁଳିତ ଏକାଦଶକୁ ନେଇ ମଇଦାନକୁ ଓହ୍ଲାଇବାକୁ ହେବ । ସେପଟେ ଦୁଇଟି ମ୍ୟାଚରେ ବିଜୟୀ ହୋଇଥିବା ପଞ୍ଜାବ ଦୃଢ ମନୋବଳରେ ରହିଛି । ଆଜି ହାଇଦ୍ରାବାଦକୁ ହରାଇ ତୃତୀୟ ବିଜୟ ଲକ୍ଷ୍ୟରେ ରହିଛି ପଞ୍ଜାବ କିଙ୍ଗସ । ପୂର୍ବ ମ୍ୟାଚରେ ଶିଖର ଧାୱନ ଓ ପ୍ରଭସମରନଙ୍କ ଜବରଦସ୍ତ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଆଜି ଉଭୟଙ୍କ ପ୍ରଦର୍ଶନ ଉପରେ ନଜର ରହିବ ।
ଏହା ବି ପଢନ୍ତୁ...IPL 2023: ଚେନ୍ନାଇ ଚମକ, 7 ୱିକେଟରେ ମୁମ୍ବାଇକୁ ହରାଇଲା ସୁପରକିଙ୍ଗସ
ଏହା ବି ପଢନ୍ତୁ...IPL 2023 RR vs DC: ଦିଲ୍ଲୀର ବଦଳୁନି ଭାଗ୍ୟ, ୫୭ ରନରେ ରାଜସ୍ଥାନର ଦ୍ବିତୀୟ ବିଜୟ
GT ସାମ୍ଭାବ୍ୟ ଏକାଦଶ: ରିଦ୍ଧିମାନ ଶାହ, ଶୁଭମନ ଗିଲ, ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ଡ୍ୟା, ବିଜୟ ଶଙ୍କର, ଡେଭିଡ ମିଲର, ରାହୁଲ ତେୱାତିଆ, ରସିଦ ଖାନ, ଅଲଜାରୀ ଜୋଶେଫ, ୟଶ ଦୟାଲ, ମହମ୍ମଦ ସାମି ।
KKR ସାମ୍ଭାବ୍ୟ ଏକାଦଶ: ରହମନୁଲ୍ଲା ଗୁରବାଜ, ଭେଙ୍କଟେଶ ଆୟର, ନାରାୟଣ ଜଗଦୀଶନ/ଜାସନ ରୟ, ନିତିଶ ରାଣା, ଆନ୍ଦ୍ରେ ରସେଲ, ରିଙ୍କୁ ସିଂ, ସାର୍ଦୁଳ ଠାକୁର, ସୁନୀଲ ନାରାଏନ, ଟିମ ସାଉଦି/ ଲୋକି ଫର୍ଗୁସନ, ଉମେଶ ଯାଦବ, ବରୁଣ ଚକ୍ରବର୍ତ୍ତୀ ।
PBKS ସାମ୍ଭାବ୍ୟ ଏକାଦଶ: ଶିଖର ଧାୱନ, ପ୍ରଭସିମରନ ସିଂହ, ଭାନୁକା ରାଜପକ୍କା, ଜିତେଶ ଶର୍ମା, ସିକନ୍ଦର ରାଜା, ଶାହରୁଖ ଖାନ, ସାମ କୁରାନ, ହରପ୍ରୀତ ବ୍ରାର, ନାଥନ ଏଲିସ, ରାହୁଲ ଚହର, ଅର୍ଶଦୀପ ସିଂହ, ଋଷି ଧାୱନ ।
SHR ସାମ୍ଭାବ୍ୟ ଏକାଦଶ: ଅନମୋଲପ୍ରୀତ ସିଂହ, ମୟଙ୍କ ଅଗ୍ରୱାଲ, ରାହୁଲ ତ୍ରିପାଠୀ, ଆଡେନ ମାରକ୍ରମ, ହ୍ୟାରୀ ବ୍ରୁକ ୱାଶିଂଟନ ସୁନ୍ଦର, ଅବଦୁଲ ସମଦ, ଆଦିଲ ରସିଦ, ଉମ୍ରାନ ମଲିକ, ଭୁବେନଶ୍ବର କୁମାର, ଟି ନଟରାଜନ ।