ETV Bharat / sports

IPL 2023: ଆଜି ଧୋନୀ-ଡୁପ୍ଲେସି ଫାଇଟ, ତୃତୀୟ ବିଜୟ ଲକ୍ଷ୍ୟରେ ଦୁଇଦଳ

ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସଂସ୍କରଣରେ ଆଜି 20ତମ ମୁକାବିଲା ଖେଳାଯିବ । ଏଥିରେ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର ପରସ୍ପରକୁ ଭେଟିବେ । ତୃତୀୟ ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବେ ଦୁଇଦଳ । ଅଧିକ ପଢନ୍ତୁ

author img

By

Published : Apr 17, 2023, 1:53 PM IST

IPL 2023
chennai super kings vs Royal Challengers Bangalore

ନୂଆଦିଲ୍ଲୀ: ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲରେ ଆଜି 20ତମ ମ୍ୟାଚ ଖେଳାଯିବ । ଏଥିରେ 4ଥର ଚମ୍ପିଅନ ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର । ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ବାଧୀନ ଚେନ୍ନାଇ ଓ ଫାଫ ଡୁପ୍ଲେସିଙ୍କ ବାଙ୍ଗାଲୋର ମଧ୍ୟରେ କଡା ମୁକାବିଲା ଅନୁଷ୍ଠିତ ହେବ । ବେଙ୍ଗାଲୁରୁ ଘରୋଇ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯିବ । ତୃତୀୟ ବିଜୟ ଲକ୍ଷ୍ୟରେ ରହିଛନ୍ତି ଦୁଇ ଦଳ ।

CSK VS RCB: ଚଳିତ ସଂସ୍କରଣରେ ଚେନ୍ନାଇ 4ଟି ମ୍ୟାଚ ଖେଳି 2ଟିରେ ବିଜୟୀ ହୋଇଛି ବାଙ୍ଗାଲୋର ମଧ୍ୟ 4ଟି ମ୍ୟାଚ ଖେଳି 2ଟିରେ ବିଜୟ ହାସଲ କରିଛି । ଦୁଇ ଦଳ 4 ପଏଣ୍ଟ ପାଇଁ ରେନ ରେଟ ଆଧାରରେ ଯଥାକ୍ରମେ ଷଷ୍ଠ ଓ ସପ୍ତମ ସ୍ଥାନରେ ରହିଛନ୍ତି । ଦୁଇ ଦଳ ଚଳିତ ସିଜନରେ ତୃତୀୟ ବିଜୟ ଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବେ । ଚେନ୍ନାଇ ଦଳରେ ଆହତ ସମସ୍ୟା ରହିଛି । ଦୀପକ ଚହର ବେନ ଷ୍ଟୋକ୍ସ ଆହତ ହୋଇ ବିଶ୍ରାମ ନେଉଛନ୍ତି । ଅଧିନାୟକ ଏମଏସଡି ମଧ୍ୟ ଆହତ ହୋଇଛନ୍ତି । ମାତ୍ର ସେ ଆଜିର ମ୍ୟାଚ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଆହତ ସମସ୍ୟା ଭିତରେ ବିଜୟ ସ୍ବପ୍ନ ନେଇ ମଇଦାନକୁ ଓହ୍ଲାଇବ ଚେନ୍ନାଇ ସୁପରକିଙ୍ଗସ ।

ସେପଟେ ଆରସିବିରେ ମଧ୍ୟ ଆହତ ସମସ୍ୟା ରହିଛି । ବାଙ୍ଗାଲୋରର ବିରାଟ କୋହଲି ଓ ଡୁପ୍ଲେସି ଭଲ ଫର୍ମରେ ରହିଛନ୍ତି । ମାତ୍ର ଦଳ 4ଟି ମ୍ୟାଚରୁ ମାତ୍ର 2ଟିରେ ବିଜୟୀ ହୋଇଛି । ଶେଷ ମ୍ୟାଚରେ ଦିଲ୍ଲୀ ବିପକ୍ଷରେ ବିରାଟ କୋହଲି ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ । ଦଳର ବ୍ୟାଟିଂ ବିଭାଗ ଶକ୍ତିଶାଳୀ ରହିଛି । ଆଜି କୋହଲି, ଡୁପ୍ଲେସି ଓ ମ୍ୟାକ୍ସୱେଲଙ୍କ ବ୍ୟାଟରୁ କିଛି ସଫଳ ଇନିଂସ ଆଶା କରୁଛନ୍ତି ଫ୍ୟାନ୍ସ ।

ଦୁଇ ଦଳ ମଧ୍ୟରେ ପୂର୍ବ ରେକର୍ଡକୁ ଦେଖିଲେ ଚେନ୍ନାଇ ସୁପର କିଙ୍ଗସ ପଲ୍ଲା ଭାରି ରହିଛି । ଆଇପିଏଲରେ ଏବେ ଯାଏ ଦୁଇ ଦଳ ମଧ୍ୟରେ 31ଟି ମ୍ୟାଚ ଖେଳାଯାଇଛି । ସେଥିରୁ 20ଟି ଚେନ୍ନାଇ ଜିତିଥିବା ବେଳେ 10ଟି ମ୍ୟାଚ ବାଙ୍ଗାଲୋର ଜିତିଛି । ଗୋଟିଏ ମ୍ୟାଚ ଡ୍ର ହୋଇଛି । ଶେଷ 5ଟି ମ୍ୟାଚରେ ଚେନ୍ନାଇ 4ଟି ମ୍ୟାଚ ଜିତିଛି ତେଣୁ ଆକଳନ ଆଧାରରେ ଚେନ୍ନାଇ ପଲ୍ଲା ଭାରି ରହିଛି । ପୂର୍ବ ସଂସ୍କରଣରେ ପୁଣେରେ ଖେଳାଯିବା ମ୍ୟାଚରେ ଆରସିବି ଚେନ୍ନାଇକୁ 13ରନରେ ପରାସ୍ତ କରିଥିଲା ।

ଏହା ବି ପଢନ୍ତୁ...IPL 2023: ପୁଅ ପାଇଁ ଭାବପୂର୍ଣ୍ଣ ପୋଷ୍ଟ, IPL ଖେଳିଥିବା ପ୍ରଥମ ପିତା-ପୁତ୍ର ଯୋଡ଼ି ସଚିନ-ଅର୍ଜୁନ

ଏହା ବି ପଢନ୍ତୁ...IPL 2023: କ୍ରମାଗତ ପରାଜୟ ପରେ ଦିଲ୍ଲୀ ଉପରେ ଖପ୍ପା ସେହୱାଗ, ପ୍ରଦର୍ଶନ ପାଇଁ କୋଚ୍‌ଙ୍କୁ କଲେ ଦାୟୀ

CSK ସାମ୍ଭାବ୍ୟ ଏକାଦଶ: ଋତୁରାଜ ଗାଏକ୍ବାର୍ଡ, ଡେଭିଡ କନୱେ, ଅଜିଙ୍କ୍ୟ ରାହାଣେ, ମୋଇନ ଅଲ୍ଲୀ, ଅମ୍ବିତୀ ରାୟୁଡୁ/ଆକାଶ ସିଂହ, ଶିବମ ଦୁବେ, ଏମଏସ ଧୋନୀ, ରବିନ୍ଦ୍ର ଜାଡେଜା, ମତିଶ ପଥିରାନା, ମହେଶ ଠିତଶାନା, ତୁଷାର ଦେଶପାଣ୍ଡେ ।

RCB ସାମ୍ଭାବ୍ୟ ଏକାଦଶ: ଫାଫ ଡୁପ୍ଲେସି, ବିରାଟ କୋହଲି, ମହିପାଲ ଲୋମରାର, ଗ୍ଲେନ ମ୍ୟାକ୍ସୱେଲ, ଶାହବାଜ ଅହମ୍ମଦ, ଦିନେଶ କାର୍ତ୍ତିକ, ୱାନିଣ୍ଡୁ ହସରଙ୍ଗା, ହର୍ଷଲ ପଟେଲ, ବେନ ପାର୍ନିଲ, ମହମ୍ମଦ ସିରାଜ, ବେଶାଖ ବିଜୟକୁମାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.