ETV Bharat / sports

IPL 2023: ଆଜି ଡବଲହେଡର ମ୍ୟାଚ, KKR-GT, DC-SRH ମଧ୍ୟରେ ମୁକାବିଲା

author img

By

Published : Apr 29, 2023, 1:55 PM IST

ଆଜି ଆଇପିଏଲରେ ରହିଛି ଡବଲହେଡର ମ୍ୟାଚ । ପ୍ରଥମ ମ୍ୟାଚ କେକେଆର ଓ ଜିଟି ମଧ୍ୟରେ ଖେଳାଯିବ । ଅଧିକ ପଢନ୍ତୁ

ipl live score
ipl live score

ହାଇଦ୍ରାବାଦ: ଚଳିତ ଆଇପିଏଲ ସିଜିନରେ ଆଜି ରହିଛି ଡବଲହେଡର ମ୍ୟାଚ । 39 ଓ 40 ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ଭେଟିବ ଗୁଜୁରାଟ ଟାଇଟନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ । ପ୍ରଥମ ମ୍ୟାଚ କେକେଆର ଓ ଜିଟି ମଧ୍ୟରେ ଖେଳାଯିବ । ମ୍ୟାଚକୁ ନେଇ ଉଭୟ ଦଳ ନିଜକୁ ପ୍ରସ୍ତୁତ କରିଛନ୍ତି । ପୂର୍ବ ମ୍ୟାଚରେ ମୁମ୍ବାଇକୁ 55 ରନରେ ପରାସ୍ତ କରି ବିଜୟୀ ହୋଇଥିଲା ଗୁଜୁରାଟ । ତେଣୁ ଆଜିର ମ୍ୟାଚରେ ବିଜୟ ଧାରାକୁ ବଜାୟ ରଖିବା ପାଇଁ ଦଳ ଲକ୍ଷ୍ୟ ରଖିଛି । ସେହିପରି କୋଲକାତା ପୂର୍ବ ମ୍ୟାଚରେ ବାଙ୍ଗାଲୋରକୁ ହରାଇ ବିଜୟୀ ହୋଇଥିବାରୁ ବିଜୟ ଧାରା ବଜାୟ ରଖିବାକୁ ଚେଷ୍ଟା କରିବ । କୋଲକାତାରେ ଇଡେନ ଗାର୍ଡେନରେ ଏହି ମ୍ୟାଚ ଖେଳାଯିବ ।

ପୂର୍ବରୁ ଗତ 9 ତାରିଖରେ କୋଲକାତା ଓ ଗୁଜୁରାଟ ମୁହାଁମୁହିଁ ହୋଇଥିଲେ । ରିଙ୍କୁ ସିଂ ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ବେଳେ 3 ଓ୍ବିକେଟରେ ବିଜୟୀ ହୋଇଥିଲା କେକେଆର । ତେଣୁ ଆଜିର ମ୍ୟାଚରେ ମଧ୍ୟ ଦଳ ଗୁଜୁରାଟକୁ ପରାଜିତ କରିବ ବୋଲି ଆଶା ରଖିଛି। ବର୍ତ୍ତମାନ ସୁଦ୍ଧା ଗୁଜୁରାଟ ମୋଟ 7ଟି ମ୍ୟାଚ ଖେଳି 5ଟିରେ ବିଜୟୀ ହୋଇଥିବା ବେଳେ 2ଟିରେ ପରାଜିତ ହୋଇଛି । ମୋଟ 10 ପଏଣ୍ଟ ସହ ପଏଣ୍ଟ ଟେବୁଲର ତୃତୟୀ ସ୍ଥାନରେ ରହିଛି ଜିଟି । ତେଣୁ ଟେବୁଲର ଶୀର୍ଷରେ ପହଞ୍ଚିବାକୁ ହେଲେ ଆଜି ଗୁଜୁରାଟକୁ ଭଲ ପ୍ରଦର୍ଶନ କରିବା ଆବଶ୍ୟକ ରହିଛି । ଅନ୍ୟପଟେ କୋଲକାତା ବର୍ତ୍ତମାନ 8ଟି ମ୍ୟାଚ ଖେଳି 4ଟିରେ ବିଜୟୀ ହୋଇଛି । ମୋଟ 6 ପଏଣ୍ଟ ସହ ଦଳ ଏବେ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି । ତେଣୁ ପଏଣ୍ଟ ଟେବୁଲର ଉପରକୁ ଉଠିବାକୁ ହେଲେ ଆଜି କୋଲକାତାକୁ ଜୋରଦାର କସରତ କରିବାକୁ ପଡିବ ।

ସନ୍ଧ୍ୟା ସମୟରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ । ଦ୍ବିତୀୟ ଥର ପାଇଁ ଏହି ଦୁଇ ଦଳ ମଧ୍ୟରେ ମୁକାବିଲା ହେବାକୁ ଯାଉଛି । ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ ହୋଇଥିଲା । ଘରୋଇ ଗ୍ରାଉଣ୍ଡରେ ଏସଆରଏଚକୁ ଭେଟିବ ଡିସି । ଚଳିତ ସିଜିନରେ ବର୍ତ୍ତମାନ ସୁଦ୍ଧା ଏହି ଦୁଇ ଦଳର ପ୍ରଦର୍ଶନ ଫ୍ୟାନ୍ସଙ୍କୁ ନିରାଶ କରିଛି । କାହିଁକିନା ଉଭୟ ଦଳ 7ଟି ଲେଖାଏଁ ମ୍ୟାଚ ଖେଳି ମାତ୍ର 2 ଲେଖାଏଁ ମ୍ୟାଚରେ ବିଜୟୀ ହୋଇ ପଏଣ୍ଟ ଟେବୁଲ ଶେଷରେ ରହିଛନ୍ତି । ହାଇଦ୍ରାବାଦ ନବମ ସ୍ଥାନରେ ରହିଥିବା ବେଳେ ଦିଲ୍ଲୀ ଦଶମ ସ୍ଥାନରେ ରହିଛି । ତେଣୁ ପଏଣ୍ଟ ଟେବୁଲରେ ଉପରକୁ ଉଠିବାକୁ ହେଲେ ଆଜି ଦୁଇ ଦଳର ବୋଲର ଓ ବ୍ୟାଟର ଭଲ ପ୍ରଦର୍ଶନ କରିବା ଆବଶ୍ୟକ ରହିଛି । ଆଜିର ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.