ETV Bharat / sports

IPL 2023: ଆଜି ଡବଲ ହେର୍ଡର ମ୍ୟାଚ, ଚେନ୍ନାଇକୁ ଭେଟିବ ମୁମ୍ବାଇ, DCକୁ ଭେଟିବ RR

author img

By

Published : Apr 8, 2023, 11:50 AM IST

ଆଇପିଏଲର ଚଳିତ ସିଜିନରେ ଆଜି ଖେଳାଯିବ 11 ଓ 12 ତମ ମ୍ୟାଚ । ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ । ଚେନ୍ନାଇକୁ ଭେଟିବ ମୁମ୍ବାଇ । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ଆଇପିଏଲ 16ତମ ସଂସ୍କରଣରେ ଆଜି ରହିଛି ଡବଲ ହେଡର ମ୍ୟାଚ । ରାଜସ୍ଥାନ ରୟାଲ୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ସହ ମୁହାଁମୁହିଁ ହେବ ଚେନ୍ନାଇ ସୁପ କିଙ୍ଗ୍ସ । ଅପରାହ୍ନ 3ଟା ସମୟରେ ବର୍ଷାପଡା ଷ୍ଟାଡିୟମରେ ରାଜସ୍ଥାନ ଓ ଦିଲ୍ଲୀ ମଧ୍ୟରେ ମୁକାବିଲା ହେବ । ଘରୋଇ ଗ୍ରାଉଣ୍ଡରେ ଦ୍ବିତୀୟ ଥର ପାଇଁ ଚଳିତ ସିଜିନରେ ରାଜସ୍ଥାନ ଏହି ମ୍ୟାଚ ଖେଳିବ । ପୂର୍ବ ମ୍ୟାଚରେ ରାଜସ୍ଥାନ ବିଜୟ ହାସଲ କରିଥିବା ବେଳେ ଆଜିର ମ୍ୟାଚରେ ବିଜୟ ଧାରା ଜାରି ରଖିବାକୁ ଚେଷ୍ଟା କରିବ ସଞ୍ଜୁ ସାମନଙ୍କ ବାହିନୀ ।

ଅନ୍ୟପଟେ ଦିଲ୍ଲୀ ବର୍ତ୍ତମାନ ସୁଦ୍ଧା ଗୋଟିଏ ବି ମ୍ୟାଚରେ ବିଜୟୀ ହୋଇନଥିବା ବେଳେ ଏହି ଧାରା ଭାଙ୍ଗିବାକୁ ଚେଷ୍ଟା କରିବ । ଚଳିତ ସିଜିନରେ ଲକ୍ଷ୍ନୌ ସହ ପ୍ରଥମ ମ୍ୟାଚ ଖେଳିଥିଲା ଦିଲ୍ଲୀ । କିନ୍ତୁ ଏଥିରେ ଦଳ ବିଜୟୀ ହେବାରେ ବଞ୍ଚିତ ହୋଇଥିଲା । ସେହିପରି ଦ୍ବିତୀୟ ମ୍ୟାଚରେ ଗୁଜୁରାଟକୁ ଭେଟିଥିବା ବେଳେ ଏଥିରେ ମଧ୍ୟ ପରାଜିତ ହୋଇଥିଲା । ତେବେ ଦୁଇଟି ମ୍ୟାଚରେ ପରାଜିତ ହୋଇ ପଏଣ୍ଟ ଟେବୁଲର 8ନମ୍ବର ସ୍ଥାନରେ ରହିଛି ଦିଲ୍ଲୀ । ଋଷଭ ପନ୍ତଙ୍କ ଅନୁପସ୍ଥିତି ଦଳ ଉପରେ ପ୍ରଭାବ ପକାଉଥିବା ମନେ ହେଉଛି । ଆଜିର ମ୍ୟାଚ ଦିଲ୍ଲୀ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି । ଡେଭିଡ ଓ୍ବାର୍ଣ୍ଣରଙ୍କ ନେତୃତ୍ବରେ ପଡିଆକୁ ଓହ୍ଳାଇବ ଡିସି ।

ଏହା ମଧ୍ୟ ପଢନ୍ତୁ-IPL 2023 : ହାଇଦ୍ରାବାଦକୁ 5 ଓ୍ବିକେଟରେ ହରାଇ ପଏଣ୍ଟ ଟେବୁଲର ଶୀର୍ଷରେ ଲକ୍ଷ୍ନୌ

ସେହିପରି ସନ୍ଧ୍ୟା ସମୟରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ । ଏହି ଦୁଇ ଦଳ ମଧ୍ୟରୁ ମୁମ୍ବାଇ ପୂର୍ବରୁ ଆଇପିଏଲର 5ଥର ଚାମ୍ପିଅନ ହୋଇଥିବା ବେଳେ ଚେନ୍ନାଇ 4ଥର ଟ୍ରଫି ହାତେଇଛି । କିନ୍ତୁ ଚଳିତ ସିଜିନରେ ମୁମ୍ବାଇ ପ୍ରଥମ ମ୍ୟାଚ ଖେଳି ପରିଜତ ହୋଇଥିଲା । ଚେନ୍ନାଇ ଚଳିତ ଆଇପିଏଲ ସିଜିନରେ 2ଟି ମ୍ୟାଚ ଖେଳି ଗୋଟିଏରେ ବିଜୟୀ ହୋଇଛି । ଓ୍ବାଙ୍ଖଡେ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଏହି ଦୁଇ ଦଳ ମଧ୍ୟରେ ହେବାକୁ ଥିବା ମ୍ୟାଚ ଉପରେ ଫ୍ୟାନ୍ସଙ୍କ ନଜର ରହିଛି ।

ଯଦି ଦେଖାଯାଏ ଧୋନୀଙ୍କ ବାହିନୀରେ ବ୍ୟାଟିଂ ବିଭାଗ ସୁଦୃଢ ରହିଛି । ଋତୁରାଜ ଗାଏକ୍ବାଡେ ଦୁଇଟି ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିବା ବେଳେ ଡେଭନ କନଓ୍ବେ ମଧ୍ୟ ଫର୍ମକୁ ଫେରିଛନ୍ତି । ସେହିପରି ମୁମ୍ବାଇ ଇଣ୍ଡିଆନ୍ସରେ ଅଧିନାୟକ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ଆଜି ଭଲ ଖେଳିବା ନେଇ ଆଶା କରାଯାଉଛି । ଆଜିର ମ୍ୟାଚରେ ବିଜୟ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ମୁମ୍ବାଇ ଟିମ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.