ETV Bharat / sports

IPL 2023 RR vs LSG: 144ରେ ଅଟକିଲା ରାଜସ୍ଥାନ, 10 ରନରେ ଲକ୍ଷ୍ନୌ ବିଜୟୀ - ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ

ଆଇପିଏଲ 2023ର 26 ତମ ମ୍ୟାଚକୁ 10 ରନରେ ଜିତି ନେଇଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ଏହି ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି 154 ରନ ସଂଗ୍ରହ କରିଥିଲା ଲକ୍ଷ୍ନୌ । ତେବେ 155 ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ରାଜସ୍ଥାନ 144 ରନରେ ଅଟକି ଯାଇଥିଲା । ଅଧିକ ପଢ଼ନ୍ତୁ

IPL 2023 RR vs LSG
IPL 2023 RR vs LSG
author img

By

Published : Apr 20, 2023, 12:51 AM IST

ଜୟପୁର: ଘରୋଇ ଗ୍ରାଉଣ୍ଡରେ ଲକ୍ଷ୍ନୌ ଠାରୁ 10 ରନରେ ହାରିଲା ରାଜସ୍ଥାନ । ଆଜିର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ କେବଳ 154 ରନ କରିପାରିଥିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ତେବେ 155 ରନର ବିଜୟ ଲକ୍ଷ୍ୟ ଠାରୁ ମାତ୍ର 10 ରନ ପଛରେ ଅଟକି ଯାଇଥିଲା ରାଜସ୍ଥାନ ରୟାଲ୍ସ । ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ କେବଳ 144 ରନ ହିଁ କରିପାରିଛି ଦଳ ।

ଏହି ମ୍ୟାଚରେ ପ୍ରଥମେ ଟସ ଜିତି ଫିଲ୍ଡିଂ ନିଷ୍ପତି ନେଇଥିଲେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ । ପ୍ରଥମେ ବ୍ୟାଟିଂ କରିବାକୁ ଆସି ଦମଦାର ଆରମ୍ଭ କରିଥିଲା ଲକ୍ଷ୍ନୌ । ପ୍ରଥମ ୱିକେଟ ପାଇଁ ଅଧିନାୟକ କେଏଲ ରାହୁଲ ଓ କାୟଲ ମାୟର୍ସଙ୍କ ମଧ୍ୟରେ 82 ରନର ଭାଗିଦାରୀ ହୋଇଥିଲା । ତେବେ 32 ବଲରୁ 39 ରନ କରି ଜାଶନ ହୋଲ୍ଡରଙ୍କ ବଲରେ ଆଉଟ ହୋଇଥିଲେ ରାହୁଲ । ଏହାପରେ ତୁରନ୍ତ ଆୟୁଷ ବାଡୋନୀ ଓ ଦୀପକ ହୁଡ୍ଡା କେବଳ 1 ଓ 2 ରନ କରି ଆଉଟ ହୋଇଥିଲେ । ଅନ୍ୟପଟେ ପାଳି ସମ୍ଭାଳୁଥିବା ମାୟର୍ସ ମଧ୍ୟ 42 ବଲରୁ 51 ରନ କରି ଅଶ୍ବିନଙ୍କ ବଲରେ ପାଭିଲିୟନ ମୁହାଁ ହୋଇଥିଲେ । ଦଳ ପକ୍ଷରୁ ମାର୍କସ ଷ୍ଟୋଇନିସ ଓ ନିକୋଲାସ ପୁରନ ଯଥାକ୍ରମେ 21 ଓ 29 ରନ କରି ଆଉଟ ହୋଇଥିଲେ । କୃଣାଲ ପାଣ୍ଡ୍ୟା ଅପରାଜିତ 4 ରନ କରିଥିବା ବେଳେ ଯୁଧବୀର ସିଂହ ମାତ୍ର 1 ରନ କରି ରନ ଆଉଟ ହୋଇଥିଲେ । ଫଳରେ ଦଳ 20 ଓଭର ସୁଦ୍ଧା 7 ୱିକେଟ ବିନିମୟରେ କେବଳ 154 ରନ କରିଥିଲା ।

ରାଜସ୍ଥାନ ପକ୍ଷରୁ ରବିଚନ୍ଦ୍ରନ ଅଶ୍ବିନ 4 ଓଭର ବୋଲିଂ କରି 23 ରନ ବ୍ୟୟରେ ସର୍ବାଧିକ 2ଟି ୱିକେଟ ହାସଲ କରିଥିବା ବେଳେ ଟ୍ରେଣ୍ଟ ବୋଲ୍ଟ, ସନ୍ଦୀପ ଶର୍ମା ଓ ଜାଶନ ହୋଲ୍ଡର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଅନ୍ୟପଟେ 4 ଓଭରରୁ ସର୍ବାଧିକ 41 ରନ ବ୍ୟୟ କରି କୌଣସି ୱିକେଟ ପାଇନଥିଲେ ଚହଲ । ଫଳରେ ସେ ଆଜି ପର୍ପଲ କ୍ୟାପ ହରାଇଛନ୍ତି । ସେ ଚଳିତ ସଂସ୍କରଣରେ ଏବେ ପର୍ଯ୍ୟନ୍ତ 11 ୱିକେଟ ନେଇଛନ୍ତି । ମାର୍କ ଉଡ 11 ୱିକେଟ ହାସଲ କରିଥିଲେ ମଧ୍ୟ ବ୍ୟୟ କରିଥିବା ରନ ହାର ତୁଳନାରେ ସେ ଆଜିଠାରୁ ପର୍ପଲ କ୍ୟାପର ଅଧିକାରୀ ହୋଇଛନ୍ତି ।

ଏହାପରେ ରାଜସ୍ଥାନ ଆଗରେ କେବଳ 155 ରନର ଏକ ସହଜ ବିଜୟ ଲକ୍ଷ୍ୟ ରହିଥିଲା । ଦଳର ପ୍ରାରମ୍ଭିକ ଯୋଡ଼ି ୟଶସ୍ବୀ ଜୟସ୍ବାଲ ଓ ଜୋଶ ବଟଲର ମଧ୍ୟ ଭଲ ଆରମ୍ଭ କରିଥିଲେ । ଉଭୟ ଯଥାକ୍ରମେ 44 ଓ 40 ରନ କରି ପାଭିଲିୟନ ଫେରିଥିଲେ । ତେବେ ଅଧିନାୟକ ସଞ୍ଜୁ ସାମସନ ଆଜି କେବଳ 2 ରନ କରି ରନ ଆଉଟ ହୋଇଥିଲେ । ବିସ୍ଫୋରକ ବ୍ୟାଟର ହେଟମେୟାର ମଧ୍ୟ ଆଜି କୌଣସି କମାଲ କରିପାରିନଥିଲେ । ଦେବଦତ୍ତ ପାଡିକଲ (26) ଓ ରିୟାନ ପରାଗ (15) ପାଳିକୁ ଶେଷ ଯାଏଁ ନେଇଥିଲେ ମଧ୍ୟ ଦଳକୁ ବିଜୟ ଦେଇପାରିନଥିଲେ ।

ସେପଟେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ପକ୍ଷରୁ ଆଜି ଦମଦାର ବୋଲିଂ ଦେଖିବାକୁ ମିଳିଥିଲା । ଦଳର ଷ୍ଟାର ବୋଲର ଅଭେଶ ଖାନ 4 ଓଭରରୁ 25 ରନ ବ୍ୟୟରେ ସର୍ବାଧିକ 3ଟି ୱିକେଟ ହାସଲ କରିଥିବା ବେଳେ ମାର୍କସ ଷ୍ଟୋଇନିସ 28 ରନ ଖର୍ଚ୍ଚ କରି 2ଟି ୱିକେଟ ପାଇଥିଲେ । ତେବେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଷ୍ଟୋଇନିସ ଆଜି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.