ETV Bharat / sports

IPL 2023 RR vs CSK: 170ରେ ଅଟକିଲା ଚେନ୍ନାଇ, 32 ରନରେ ବିଜୟ ହାତେଇଲା ରାଜସ୍ଥାନ

author img

By

Published : Apr 27, 2023, 11:42 PM IST

ଆଇପିଏଲ 2023ରେ ଆଜି ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପରକିଙ୍ଗସ ଓ ରାଜସ୍ଥାନ ରୟାଲ୍ସ । ତେବେ ଘରୋଇ ଗ୍ରାଉଣ୍ଡରେ ଚେନ୍ନାଇକୁ 32 ରନରେ ହରାଇ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ରାଜସ୍ଥାନ । ଅଧିକ ପଢ଼ନ୍ତୁ

IPL 2023 RR vs CSK
IPL 2023 RR vs CSK

ଜୟପୁର: ଆଜିର ମ୍ୟାଚରେ ଚେନ୍ନାଇକୁ 32 ରନରେ ହରାଇ ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି ରାଜସ୍ଥାନ ରୟାଲ୍ସ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ 5 ୱିକେଟ ବ୍ୟୟରେ 202 ରନର ବିଶାଳ ସ୍କୋର କରିଥିଲା ରାଜସ୍ଥାନ । ତେବେ 203 ରନର ବିଜୟଲକ୍ଷ୍ୟକୁ ପିଛା କରି 170 ରନରେ ଅଟକି ଯାଇଥିଲା ଚେନ୍ନାଇ ସୁପରକିଙ୍ଗସ ।

ଘରୋଇ ଗ୍ରାଉଣ୍ଡରେ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ । ପ୍ରଥମ ୱିକେଟ ପାଇଁ ଦଳୀୟ ଖାତାରେ 86 ରନ ଯୋଡ଼ିଥିଲେ ଉଭୟ ପ୍ରାରମ୍ଭିକ ବ୍ୟାଟର ଯଶସ୍ବୀ ଜୟସ୍ବାଲ ଓ ଜୋଶ ବଟଲର । ଗୋଟିଏ ପଟେ ଜୟସ୍ବାଲ ଚୌକା ଓ ଛକା ବର୍ଷା କରୁଥିବା ବେଳେ ଅନ୍ୟପଟେ ପାଳି ସମ୍ଭାଳୁଥିବା ବଟଲର 27 ରନ କରି ପ୍ରଥମେ ଆଉଟ ହୋଇଯାଇଥିଲେ । ଅଧିନାୟକ ସାମସନ 17 ରନ ହିଁ କରିବାକୁ ସକ୍ଷମ ହୋଇଥିଲେ । ତେବେ ଦଳୀୟ ସ୍କୋର 132 ହୋଇଥିବା ବେଳେ ଜୟସ୍ବାଲଙ୍କ ଧୂଆଁଧାର ପାଳି ଶେଷ ହୋଇଥିଲା । ସେ 43 ବଲରୁ 77 ରନ କରିଥିଲେ । ଧୃବ ଜୁରେଲ ଓ ପାଡିକଲ ଉଭୟ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଧୃବ 15 ବଲରୁ 34 ରନ କରିଥିବା ବେଳେ ପାଡିକଲ 13 ବଲରୁ ଅପରାଜିତ 27 ରନ କରି ଦଳୀୟ ସ୍କୋରକୁ 202ରେ ପହଞ୍ଚାଇଥିଲେ ।

ଚେନ୍ନାଇ ପକ୍ଷରୁ ତୁଷାର ଦେଶପାଣ୍ଡେ 4 ଓଭରରୁ 42 ରନ ବ୍ୟୟରେ 2ଟି ବହୁମୂଲ୍ୟ ୱିକେଟ ଅକ୍ତିଆର କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମହୀଶ ତୀକ୍ଷାଣା ଓ ରବିନ୍ଦ୍ର ଜାଡେଜା 4 ଓଭର ଲେଖାଏଁ ବୋଲିଂ କରି ଯଥାକ୍ରମେ 24 ଓ 32 ରନ ବ୍ୟୟରେ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ । ଅନ୍ୟ କୌଣସି ବୋଲରଙ୍କୁ ଆଜି ସଫଳତା ମିଳିନଥିବା ବେଳେ ଆକାଶ ସିଂହ ମାତ୍ର 2 ଓଭରରୁ 32 ରନ ଖର୍ଚ୍ଚ କରି ଦଳ ପାଇଁ ଅଧିକ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।

ଏହାପରେ 203 ରନର ବଡ଼ ବିଜୟଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଚେନ୍ନାଇ ଦଳୀୟ ସ୍କୋର 42 ରନରେ ପ୍ରଥମ ୱିକେଟ ହରାଇଥିଲା । ଡେଭନ କନୱେ କେବଳ 8 ରନ କରି ଆଉଟ ହୋଇଥିଲେ । ଅନ୍ୟପଟେ 29 ବଲରୁ 47 ରନ ସଂଗ୍ରହ କରି ପାଭିଲିୟନ ଫେରିଥିଲେ ଋତୁରାଜ ଗାଏକୱାଡ । ଆଜିଙ୍କ୍ୟ ରାହାଣେ କେବଳ 15 ରନ କରି ଆଉଟ ହୋଇଥିବା ବେଳେ ଅମ୍ବାତି ରାୟୁଡ଼ୁ ଖାତା ଖୋଲି ପାରିନଥିଲେ । ମୋଇନ ଅଲ୍ଲୀ 12 ବଲରୁ 2ଟି ଲେଖାଏଁ ଛକା ଓ ଚୌକା ବଳରେ 23 ରନ କରି ଆଉଟ ହେବା ପରେ ଚେନ୍ନାଇର ସଂକଟ ବଢ଼ିଥିଲା । ଅନ୍ୟପଟେ ଧୂଆଧାର ବ୍ୟାଟିଂ ଜାରି ରଖିଥିବା ଶିବମ ଦୁବେ 33 ବଲରୁ ଅପରାଜିତ 52 ରନ କରିଥିଲେ । ରବିନ୍ଦ୍ର ଜାଡେଜା 15 ବଲରୁ 23 ରନ କରି ଅପରାଜିତ ରହିଥିଲେ । ତେବେ ଦଳ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ 170 ରନ ହିଁ କରିପାରିଥିଲା ।

ସେପଟେ ରାଜସ୍ଥାନ ପକ୍ଷରୁ ଆଦାମ ଜାମ୍ପା 3 ଓଭରରୁ 22 ରନ ବ୍ୟୟରେ ସର୍ବାଧିକ 3ଟି ୱିକେଟ ହାସଲ କରିଥିଲେ । ସେହିଭଳି ରବିଚନ୍ଦ୍ରନ ଅଶ୍ବିନ 4 ଓଭରରୁ 35 ରନ ଖର୍ଚ୍ଚ କରି 2ଟି ୱିକେଟ ପାଇଥିଲେ । କୁଲଦୀପ ଯାଦବଙ୍କୁ ଗୋଟିଏ ସଫଳତା ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.