ETV Bharat / sports

IPL 2023: ରୋହିତଙ୍କୁ ଆଇପିଏଲରୁ ବିରତି ଦରକାର କହିଲେ ଗାଭାସ୍କର - ଗୁଜୁରାଟ ବନାମ ମୁମ୍ବାଇ

ପୂର୍ବ ବର୍ଷ ପରି ଚଳିତ ଆଇପିଏଲ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଭଲ ନାହିଁ । 7ଟି ମ୍ୟାଚ ଖେଳି 3ଟିରେ ବିଜୟ ହାସଲ କରିଛି ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ । ଏନେଇ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ରୋହିତଙ୍କୁ ନେଇ କିଛି ଏପରି କହିଛନ୍ତି ଯାହାକୁ ନେଇ ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ

sunil gavaskar after gujarat defeat mumbai
IPL 2023
author img

By

Published : Apr 27, 2023, 1:54 PM IST

ନୂଆଦିଲ୍ଲୀ: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ପୂର୍ବତନ ଭାରତୀୟ କ୍ରିକେଟ ସୁନୀଲ ଗାଭାସ୍କର ଦେଇଥିବା ମନ୍ତବ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରୋହିତଙ୍କୁ ଖେଳରୁ ବ୍ରେକ ନେବା ଉଚିତ ବୋଲି କହିଛନ୍ତି ସୁନୀଲ ଗାଭାସ୍କର । 5ଥର ଆଇପିଏଲ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଫର୍ମରେ ନାହାନ୍ତି । ଆଗକୁ ଅଷ୍ଟ୍ରେଲିଆ ବିପକ୍ଷରେ ରୋହତିଙ୍କ ନେତୃତ୍ବରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଖେଳିବ ଭାରତ । ଏହା ପୂର୍ବରୁ ରୋହିତଙ୍କୁ ଫର୍ମକୁ ଫେରିବାକୁ ପଡିବ । ତେଣୁ ସେ କିଛି ସମୟ ଖେଳକୁ ବିରତି ନେଇ ମାନସିକ ଓ ଶାରିରୀକ ସ୍ତରରେ ସୁସ୍ଥ ରହିବା ଉଚିତ ବୋଲି କହିଛନ୍ତି ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର । ଫର୍ମକୁ ଫେରିବାକୁ ସଂଘର୍ଷ କରୁଥିବା ରୋହିତ ଶର୍ମାଙ୍କୁ ବିଶ୍ରାମ ନେବାକୁ କହିଛନ୍ତି ଗାଭାସ୍କର ।

ସେ କହିଛନ୍ତି, ''ରୋହିତ ଚିନ୍ତାମୁକ୍ତ ରହିବା ଦରକାର । ଲିଗ ପର୍ଯ୍ୟାୟ ଶେଷ ହେବାର 3/4ଟି ମ୍ୟାଚ ପୂର୍ବରୁ ସେ ଦଳକୁ ଫେରନ୍ତୁ । ଏବେଠୁ ବିଶ୍ରାମ ନେଲେ ମାନସିକ କ୍ଲାନ୍ତି ଦୂର ହେବ । ବିଶ୍ବ ଟେଷ୍ଟ ଚାମ୍ପିଅନସିପରେ ତାଙ୍କୁ ଲୟକୁ ଫେରିବାକୁ ହେବ । ଉଭୟ ମାନସିକ ଓ ଶାରିରୀକ ଭାବେ ସୁସ୍ଥ ରହିଲେ ସେ ଭାରତୀୟ ଦଳର ନେତୃତ୍ବ ନେଇ ପାରିବେ । ଚାପରେ ରହିଥିବା ଖେଳାଳି ତ୍ରୁଟି କରିବା ସ୍ବାଭାବିକ ମାତ୍ର ସେ ଫର୍ମକୁ ଫେରିବା ବି ଦରକାର । ଏବେଠୁ ସେ ଡବ୍ଲ୍ୟଟିଏସ ଫାଇନ ପାଇଁ ଚିନ୍ତାରେ ପଡି ଯାଇଥିବା ଅନୁମାନ କରୁଛି । ତେଣୁ ସେ ଟିକେ ବିଶ୍ରାମ ନିଅନ୍ତୁ । ବିଶ୍ରାମ ନେଲେ ସେ ଫର୍ମକୁ ଫେରିବା ସହଜ ହେବ ।''

ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ମଧ୍ୟ ରୋହିତଙ୍କର ପ୍ରଦର୍ଶନ ଭଲ ନଥିଲା । ଦୁଇଟି ଦିନିକିଆରେ ମାତ୍ର 43 ରନ କରିଥିଲେ । ଆଇପିଏଲରେ7ଟି ମ୍ୟାଚ ଖେଳି ମାତ୍ର 181 ରନ କରିଛନ୍ତି । ରୋହିତଙ୍କ ପରି ଜଣେ ବ୍ୟାଟରଙ୍କ ଲାଗି ଏହା ଗୁରୁତ୍ବପୂର୍ଣ୍ଣ ନୁହେଁ । ଜୁନ 7ରୁ 11 ଆଇସିସି WTC ଫାଇନାଲ ଖେଳାଯିବ । ଏହା ପୂର୍ବରୁ ରୋହିତ ଫର୍ମରୁ ଫେରିବା ନିହାତି ଜରୁରୀ ବୋଲି କହିଛନ୍ତି ସୁନୀଲ ଗାଭାସ୍କର ।

ଏହା ବି ପଢନ୍ତୁ....IPL 2023: ଘରୋଇ ମାଟିରେ ହାରିଲା ବାଙ୍ଗାଲୋର, 21 ରନରେ ଜିତିଲା କୋଲକାତା

ପ୍ରକାଶଥାଉ କି, ଆଇପିଏଲ 35ତମ ମୁକାବିଲାରେ ରୋହିତଙ୍କ ନେତୃତ୍ବାଧୀନ ମୁମ୍ବାଇ ଗୁଜୁରାଟଠୁ 55ରନରେ ପରାସ୍ତ ହୋଇଥିଲା । ରୋହିତ ଶର୍ମା ମଧ୍ୟ ଫର୍ମ ହରାଇଛନ୍ତି । ଆଇପିଏଲର ସବୁଠୁ ସଫଳ ଦଳ ମୁମ୍ବାଇର ପୂର୍ବ ବର୍ଷ ପରି ଏ ବର୍ଷ ମଧ୍ୟ ନୈରାଶଜନକ ପ୍ରଦର୍ଶନ ରହିଛି । ଦଳ ଏଯାବଦ୍‌ 7ଟି ମ୍ୟାଚ ଖେଳି ମାତ୍ର 3ଟିରେ ବିଜୟ ହାସଲ କରିଛି । 6 ପଏଣ୍ଟ ପାଇଁ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି । ଆସନ୍ତା 30 ତାରିଖରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳିବ ମୁମ୍ବାଇ ଇଣ୍ଡିଆନ୍ସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.