ETV Bharat / sports

IPL 2023 RCB vs RR: ରୋମାଞ୍ଚକର ମ୍ୟାଚ୍‌ରେ ହାରିଲା ରାଜସ୍ଥାନ, ୭ ରନରେ ବିଜୟୀ RCB - ବିରାଟ କୋହଲି

ରାଜସ୍ଥାନ ରୟାଲ୍ସକୁ ୭ ରନରେ ହରାଇଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ୧୯୦ ରନର ବଡ଼ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ରାଜସ୍ଥାନ ୧୮୨ ରନ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା । ଅଧିକ ପଢ଼ନ୍ତୁ

IPL 2023 RCB vs RR
IPL 2023 RCB vs RR
author img

By

Published : Apr 23, 2023, 8:35 PM IST

ବେଙ୍ଗାଲୁରୁ: ଆଇପିଏଲ ୨୦୨୩ର ୩୨ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିଲା । ଚଳିତ ସଂସ୍କରଣରେ କ୍ରମାଗତ ଦ୍ବିତୀୟ ଥର ପାଇଁ ଆଜି ଆରସିବିର କମାଣ ସମ୍ଭାଳିଥିଲେ ବିରାଟ କୋହଲି । ତେବେ ଏହି ମ୍ୟାଚ୍‌ରେ ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୮୯ ରନ କରିଥିବା ବେଳେ ୧୮୨ ରନ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା ରାଜସ୍ଥାନ । ଫଳରେ ୭ ରନରେ ଏହି ମୁକାବିଲାକୁ ଜିତି ନେଇଛି RCB ।

ବାଙ୍ଗାଲୋରର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିଲେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ । ତେବେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା RCBକୁ ପ୍ରଥମ ବଲରୁ ହିଁ ଝଟକା ଲାଗିଥିଲା । ଅଧିନାୟକ ବିରାଟ କୋହଲି ଟ୍ରେଣ୍ଟ ବୋଲ୍ଟଙ୍କ ବଲ୍‌ରେ ଏଲବି ଆଉଟ ହୋଇ ପାଭିଲିୟନ ଫେରିଥିଲେ । ଏହାପରେ ତୁରନ୍ତ ଶେହବାଜ ଅହମ୍ମଦ ମଧ୍ୟ ଆଉଟ ହୋଇଯାଇଥିଲେ । ତେବେ ଡୁପ୍ଲେସିସ ଓ ମାକ୍ସୱେଲଙ୍କ ମଧ୍ୟରେ ହୋଇଥିବା ଶତକୀୟ ଭାଗିଦାରୀ ଦଳକୁ ସଞ୍ଜିବନୀ ସଦୃଶ ଥିଲା । ୩୯ ବଲରୁ ୮ ଚୌକା ଓ ୨ ଛକା ବଳରେ ୬୨ ରନ ସଂଗ୍ରହ କରିଥିଲେ ଫାଫ । ସେହିଭଳି ଗ୍ଲେନ ମାକ୍ସୱେଲ ୪୪ ବଲରୁ ୬ ଚୌକା ଓ ୪ ଛକା ସହାଯ୍ୟରେ ଦୃତ ୭୭ ରନ କରି ପାଭିଲିୟନ ଫେରିଥିଲେ । ଦିନେଶ କାର୍ତ୍ତିକ ୧୩ ବଲରୁ ୧୬ ରନ କରି ପାଭିଲିୟନ ଫେରିଥିବା ବେଳେ ଦଳର ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିପାରିନଥିଲେ । ଫଳରେ ଗୋଟିଏ ସମୟରେ ୨୦୦ରୁ ଊର୍ଦ୍ଧ୍ବ ରନ ସ୍କୋର କରିବାକୁ ଅନୁମାନ କରାଯାଉଥିବା ଆରସିବି ୧୮୯ରେ ଅଟକି ଯାଇଥିଲା ।

ରାଜସ୍ଥାନ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୪ ଓଭରରୁ ୪୧ ରନ ବ୍ୟୟରେ ୨ ୱିକେଟ ଓ ସନ୍ଦୀପ ଶର୍ମା ୪ ଓଭରରୁ ୪୯ ରନ ବ୍ୟୟରେ ୨ଟି ୱିକେଟ ହାସଲ କରିଥିଲେ । ରବିଚନ୍ଦ୍ରନ ଅଶ୍ବିନ ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ । ଉଭୟ ଯଥାକ୍ରମେ ୩୬ ଓ ୨୮ ରନ ବ୍ୟୟ କରିଥିଲେ ।

ଏହାପରେ ୧୯୦ ରନର ବଡ଼ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ରାଜସ୍ଥାନ । ତେବେ ମହମ୍ମଦ ସିରାଜଙ୍କ ବଲରେ ପ୍ରଥମ ଓଭରରେ ହିଁ ଖାତା ଖୋଲିବା ପୂର୍ବରୁ କ୍ଲିନ ବୋଲ୍ଡ ହୋଇଥିଲେ ଜୋଶ ବଟଲର । ଏହାପରେ ଯଶସ୍ବୀ ଜୟସ୍ବାଲ ଓ ଦେବଦତ୍ତ ପାଦ୍ଦିକଲ ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ । ଦ୍ବିତୀୟ ୱିକେଟ ପାଇଁ ଉଭୟ ଦଳୀୟ ଖାତାରେ ୯୯ ରନ ଯୋଡ଼ିଥିଲେ । ଏହାପରେ ୩୪ ବଲରୁ ୫୨ ରନ କରି ଆଉଟ ହୋଇଥିଲେ ପାଦ୍ଦିକଲ । ସେହିଭଳି ୩୭ ବଲରୁ ୪୭ ରନ କରି ଜୟସ୍ବାଲ ମଧ୍ୟ ହର୍ଷଲ ପଟେଲଙ୍କ ଶିକାର ହୋଇଥିଲେ । ଅଧିନାୟକ ସଞ୍ଜୁ ସାମସନ ୧୫ ବଲରୁ ୨୨ ରନ କରି ଆଉଟ ହେବାପରେ ଦଳୀୟ ସଙ୍କଟ ବଢ଼ିଥିଲା । ଧୃବ ଜୁରେଲ ୧୬ ବଲରୁ ଦୃତ ୩୪ ରନ କରିଥିଲେ ମଧ୍ୟ ଦଳକୁ ବିଜୟ ଦେଇପାରିନଥିଲେ । ରବିଚନ୍ଦ୍ରନ ଅଶ୍ବିନ ୬ ବଲରୁ ୧୨ ରନ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟର ଆଜି କମାଲ କରିପାରିନଥିଲେ । ଫଳରେ ୧୮୨ ରନରେ ଦଳ ଅଟକି ଯାଇଥିଲା ।

ଆରସିବି ପକ୍ଷରୁ ଷ୍ଟାର ବୋଲର ସିରାଜ ଆଜି ୪ ଓଭରରେ ସର୍ବାଧିକ ୩୯ ରନ ବ୍ୟୟ କରିଥିଲେ । ତେବେ ସେ ଗୋଟିଏ ସଫଳତା ମଧ୍ୟ ପାଇଥିଲେ । ଡେଭିଡ ୱିଲି ମଧ୍ୟ ୪ ଓଭରରୁ ୨୬ ରନ ଖର୍ଚ୍ଚ କରି ଗୋଟିଏ ସଫଳତା ପାଇଥିଲେ । ତେବେ ହର୍ଷଲ ପଟେଲ ୪ ଓଭରରୁ ୩୨ ରନ ବ୍ୟୟ କରି ସର୍ବାଧିକ ୩ଟି ସଫଳତା ପାଇଥିଲେ । ଅନ୍ୟ କୌଣସି ଆରସିବି ବୋଲରଙ୍କୁ ଆଜି ସଫଳତା ମିଳିନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.