ETV Bharat / sports

IPL 2023 RCB vs LSG: ବିଶାଳ ସ୍କୋର ସତ୍ତ୍ବେ ହାରିଲା ଆରସିବି, ଲକ୍ଷ୍ନୌର ରୋମାଞ୍ଚକ ବିଜୟ

author img

By

Published : Apr 11, 2023, 12:23 AM IST

ଆଇପିଏଲ 2023ର ରୋମାଞ୍ଚକର ମୁକାବିଲାରେ ଆଜି ଆରସିବିକୁ 1 ୱିକେଟରେ ହରାଇଛି ଲକ୍ଷ୍ନୌ । ପ୍ରଥମେ ବ୍ୟାଟିଂ କରି 212 ରନର ବିଶାଳ ସ୍କୋର କରିଥିଲେ ମଧ୍ୟ ଏହି ମ୍ୟାଚରେ ପରାଜୟର ସ୍ବାଦ ଚାଖିଛି ବାଙ୍ଗାଲୋର । ଅଧିକ ପଢ଼ନ୍ତୁ

IPL 2023 RCB vs LSG
IPL 2023 RCB vs LSG

ବାଙ୍ଗାଲୋର: ଚଳିତ ଆଇପିଏଲ 2023ରେ ଆଉ ଏକ ରୋମାଞ୍ଚକର ମ୍ୟାଚ ଖେଳାଯାଇଛି । ବାଙ୍ଗାଲୋରରେ ଖେଳାଯାଇଥିବା ଏହି ମ୍ୟାଚରେ ବିଶାଳ ସ୍କୋର କରିବା ସତ୍ତ୍ବେ ଲକ୍ଷ୍ନୌ ଠାରୁ 1 ୱିକେଟରେ ହାରିଛି ବାଙ୍ଗାଲୋର । ଲକ୍ଷ୍ନୌର ନିକୋଲାସ ପୁରନ ଧୂଆଁଧାର ପାଳି ପାଇଁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ଲଗାତାର ଦ୍ବିତୀୟ ମ୍ୟାଚରେ ପରାଜୟ ବରଣ କରିଛି ଆରସିବି ।

ପ୍ରଥମେ ବ୍ୟାଟିଂ କରିବାକୁ ଆସି ଆରସିବିର ପ୍ରାରମ୍ଭିକ ବ୍ୟାଟର ଦମଦାର ଖେଳ ପ୍ରଦର୍ଶନ କରିଥିଲେ । ବିରାଟ କୋହଲି ଓ ଫାଫ ଡୁପ୍ଲେସିସଙ୍କ ମଧ୍ୟରେ 96 ରନର ଭାଗିଦାରୀ ହୋଇଥିଲା । ଏହାପରେ ବିରାଟ କୋହଲି ଅମିତ ମିଶ୍ରାଙ୍କ ବଲରେ ଧରା ପଡ଼ିଥିଲେ । ସେ 44 ବଲରେ 61 ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ଫାଫ ଡୁପ୍ଲେସିସ ଓ ମାକ୍ସୱେଲଙ୍କ ମଧ୍ୟରେ ଏକ ଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା । ଉଭୟଙ୍କ ମଧ୍ୟରେ 115 ରନର ଭାଗିଦାରୀ ହୋଇଥିଲା । ମାକ୍ସୱେଲ 29ଟି ବଲରେ 6ଟି ଛକା ଓ 3ଟି ଚୌକା ବଳରେ 59 ରନ କରିଥିଲେ । ତେବେ ସେ ମାର୍କ ଉଡଙ୍କ ବଲରେ ବୋଲ୍ଡ ହୋଇଥିଲେ । ସେପଟେ ଫାଫ ଡୁପ୍ଲେସିସ 46 ବଲ ଖେଳି ଅପରାଜିତ 79 ରନ ସଂଗ୍ରହ କରିଥିଲେ । ନିର୍ଦ୍ଧାରିତ 20 ଓଭରରେ ମାତ୍ର 2 ୱିକେଟ ବିନିମୟରେ 212 ରନର ବିଶାଳ ସ୍କୋର କରିଥିଲା ଆରସିବି ।

ଏଭଳି ଏକ ବିଜୟ ଲକ୍ଷ୍ୟର ପିଛା କରିବାକୁ ଆସି ଲକ୍ଷ୍ନୌ ଦଳ ପ୍ରାରମ୍ଭରୁ ୱିକେଟ ହରାଇଥିଲା । କାୟଲ ମାୟର୍ସ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । 23 ରନ ମଧ୍ୟରେ 3ଟି ୱିକେଟ ହରାଇଥିଲା ଲକ୍ଷ୍ନୌ । ତେବେ ଏହାପରେ ମାର୍କସ ଷ୍ଟୋଇନିସ ପଡ଼ିଆକୁ ଓହ୍ଲାଇଥିଲେ । ସେ ଆଜି ଲକ୍ଷ୍ନୌର ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ । ସେ 30ଟି ବଲରେ 65 ରନ କରି ଆଉଟ ହୋଇଥିଲେ । ଏହାପରେ ଅଧିନାୟକ ରାହୁଲ ମଧ୍ୟ ତୁରନ୍ତ ପାଭିଲିୟନ ଫେରିଥିଲେ । କିନ୍ତୁ ନିକୋଲାସ ପୁରନ ଆଜି ତାଙ୍କର ସ୍ବଭାବିକ ଖେଳ ପ୍ରଦର୍ଶନ କରିଥିଲେ । ଆରସିବି ବୋଲରଙ୍କ ଉପରେ ପ୍ରହାର କରି ସେ 19ଟି ବଲରେ ଦୃତ 62 ରନ କରିଥିଲେ । ଯେଉଁଠାରୁ ଲକ୍ଷ୍ନୌ ବିଜୟ ରାସ୍ତା ସଫା ହୋଇଥିଲା । ଦଳୀୟ ସ୍କୋର 189 ବେଳେ ପୁରନ ମଧ୍ୟ ପାଭିଲିୟନ ଫେରିଥିଲେ । ଏହା ସତ୍ତ୍ବେ ଶେଷ ବଲ ପର୍ଯ୍ୟନ୍ତ ପିଚରେ ଛିଡ଼ା ହୋଇ ଆରସିବି ମୁଖରୁ ବିଜୟ ଛଡ଼ାଇ ଆଣିଥିଲେ ଲକ୍ଷ୍ନୌ ବ୍ୟାଟର ।

ଆରସିବି ପକ୍ଷରୁ ମହମ୍ମଦ ସିରାଜ ଓ ୱେନ ପାର୍ନେଲ 3ଟି ଲେଖାଏଁ ୱିକେଟ ନେଇଥିବା ବେଳେ ହର୍ଷଲ ପଟେଲ ଶେଷ ଓଭରରେ 2ଟି ୱିକେଟ ନେଇଛନ୍ତି । ସେପଟେ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳୁଥିବା କର୍ଣ୍ଣ ଶର୍ମା 3 ଓଭରରୁ 48 ରନ ବ୍ୟ କରି ଗୋଟିଏ ୱିକେଟ ନେଇଛନ୍ତି । କର୍ଣ୍ଣ ଶର୍ମାଙ୍କ ସହ ହର୍ଷଲ ପଟେଲ ଆଜି ସର୍ବାଧିକ ରନ ଖର୍ଚ୍ଚ କରି ଦଳକୁ ପରାଜୟ ମୁହଁକୁ ଠେଲି ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.