ETV Bharat / sports

IPL 2023: ଆଜି ବାଙ୍ଗାଲୋର-କୋଲକାତା ମୁକାବିଲା, ପ୍ରତିଶୋଧ ଲକ୍ଷ୍ୟରେ RCB

ଇଣ୍ଡିଆନ ପ୍ରିମିୟର ଲିଗରେ ଆଜି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ । ଘରୋଇ ଗ୍ରାଉଣ୍ଡରେ କୋଲକାତାକୁ ଭେଟିବ ବାଙ୍ଗାଲୋର । ଅଧିକ ପଢନ୍ତୁ

author img

By

Published : Apr 26, 2023, 11:41 AM IST

RCB VS KKR
ବାଙ୍ଗାଲୋର ବନାମ କୋଲକାତା

ନୂଆଦିଲ୍ଲୀ: ଫଟାଫଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲରେ ଆଜି 36ତମ ମ୍ୟାଚ ଖେଳାଯିବ । ଏଥିରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ ପରସ୍ପରକୁ ଭେଟିବେ । ଘରୋଇ ଗ୍ରାଉଣ୍ଡରେ ବିରାଟ କୋହଲିଙ୍କ ନେତୃତ୍ବରେ କୋଲକାତା ବିପକ୍ଷରେ ଲଢିବ ବାଙ୍ଗାଲୋର । କେକେଆରକୁ ହରାଇ ପୂର୍ବ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଆରସିବି । ସେହିପରି ବାଙ୍ଗାଲୋରକୁ ତାର ଘରୋଇ ମାଟିରେ ମାତ ଦେଇ ଚଳିତ ସିଜନରେ ତୃତୀୟ ବିଜୟ ଲକ୍ଷ୍ୟରେ ରହିଛି ନିତିଶ ରଣାଙ୍କ କୋଲକାତା ନାଇଟ ରାଇଡର୍ସ ।

RCB VS KKR: ଗତ 6 ତାରିଖରେ କୋଲକାତା ଓ ବାଙ୍ଗାଲୋର ପରସ୍ପରକୁ ଭେଟିଥିଲେ । ଇଡେନ ଗାର୍ଡନରେ କେକେଆର ଆରସିବିକୁ 81 ରନରେ ପରାସ୍ତ କରିଥିଲା । ଆଜି ବାଙ୍ଗାଲୋର ତାର ଘରୋଇ ମାଟିରେ କୋଲକାତାକୁ ପରାସ୍ତ କରି ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର 7ଟି ମ୍ୟାଚ ଖେଳି 4ଟି ବିଜୟ ହାସଲ କରିଛି । 8 ପଏଣ୍ଟ ସହ ଟେବୁଲର ପଞ୍ଚମ ସ୍ଥାନରେ ରହିଛି । ଆଜି କୋଲକାତା ବିପକ୍ଷରେ ବଡ ବିଜୟ ହାସଲ କରି ଟେବୁଲ ଉପରକୁ ଉଠିବା ଲକ୍ଷ୍ୟରେ ରହିଛି । ବିରାଟ କୋହଲିଙ୍କ ନେତୃତ୍ବରେ ଦଳ ଦୁଇଟି ମ୍ୟାଚରେ ବିଜୟ ହାସଲ କରିଛି । ଶେଷ ମ୍ୟାଚରେ ପଞ୍ଜାବ ବିପକ୍ଷରେ ବିଜୟ ହାସଲ କରିଥିଲା । ଦଳର ଫାଫ ଡୁପ୍ଲେସି, ବିରାଟ କୋହଲି ଓ ମାକ୍ସୱେଲ ଚମତ୍କାର ଫର୍ମରେ ରହିଛନ୍ତି । ଡୁ ପ୍ଲେସିଙ୍କ ପାଖରେ ଅରଞ୍ଜ କ୍ୟାପ ରହିଛି । ଆଜିର ମୁକାବିଲାରେ ଏମାନଙ୍କ ପାଖରୁ ସଫଳ ଇନିଂସ ଆଶା କରାଯାଉଛି ।

ସେପଟେ କୋଲକାତା ଚଳିତ ସିଜନରେ ଆରସିବି ବିପକ୍ଷରେ ବିଜୟ ହାସଲ କରିଥିଲା । ଆଜି ମଧ୍ୟ ଏହି ଧାରାକୁ ବଜାୟ ରଖିବାକୁ ଦଳ ଚେଷ୍ଟା କରିବ । ଫାଫ ଡୁପ୍ଲେସି, ବିରାଟ କୋହଲି ଓ ମାକ୍ସୱେଲଙ୍କ ବ୍ୟାଟକୁ ଅଟକାଇବାକୁ କେକେଆର ନୂଆ ରଣନୀତି ପ୍ରସ୍ତୁତ କରିଛି । ଦୁଇଦଳ ମଧ୍ୟରେ ଏକ ଜୋରଦାର ଲଢେଇ ହେବ । କେକେଆର ମୋଟି 7ଟି ମ୍ୟାଚ ଖେଳି 2ଟିରେ ବିଜୟ ହାସଲ କରିଛି । 4 ପଏଣ୍ଟ ପାଇ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି । ଆଜି ଆରସିବିକୁ ହରାଇ ତୃତୀୟ ବିଜୟ ପାଇଁ ପ୍ରୟାସ କରିବ । ଦୁଇ ଦଳ ମଧ୍ୟରେ ମୋଟ 31ଟି ମ୍ୟାଚ ଖେଳାଯାଇଛି । ସେଥିରୁ କେକେଆର 17ଟି ଜିତିଥିବାବେଳେ ଆରସିବି 14ଟି ଜିତିଛି । ରେକର୍ଡ ଦେଖିଲେ କୋଲକାତା ପଲ୍ଲା ଭାରି ରହିଛି । ମାତ୍ର ଘରୋଇ ମାଟିରେ ବିଜୟ ହାସଲ କରିବାକୁ ବାଙ୍ଗାଲୋର ସବୁ କଳବଳ କୌଶଳ ଲଗାଇବ ।

ଏହା ବି ପଢନ୍ତୁ...IPL 2023 GT vs MI: ବ୍ୟାଟିଂ ବିପର୍ଯ୍ୟୟ ପରେ ହାରିଲା ମୁମ୍ବାଇ, 55 ରନରେ ଗୁଜରାଟର ବଡ଼ ବିଜୟ

ଏହା ବି ପଢନ୍ତୁ...IPL 2023: ରୋହିତଙ୍କୁ ହରାଇଲେ ହାର୍ଦ୍ଦିକ, ଦେଖନ୍ତୁ ମ୍ୟାଚ ବେଳର କିଛି ଦୃଶ୍ୟ

RCB ସମ୍ଭାବ୍ୟ ଏକାଦଶ: ବିରାଟ କୋହଲି (ଅଧିନାୟକ), ଫାଫ ଡୁ ପ୍ଲେସି, ମହିପାଲ ଲୋମରର, ଗ୍ଲେନ ମ୍ୟାକ୍ସୱେଲ, ସୂୟଶ ପ୍ରଭୁଦେଶାଇ, ସାହବାଦ ଅହମ୍ମଦ, ଦିନେଶ କାର୍ତ୍ତିକ, ୱାନିଣ୍ଡୁ ହସରଙ୍ଗା, ହର୍ଷଲ ପଟେଲ, ଡେଭିଡ ୱିଲି, ମହମ୍ମଦ ସିରାଜ ।

KKR ସମ୍ଭାବ୍ୟ ଏକାଦଶ: ଜାସନ ରୟ, ନାରାୟଣ ଜଗଦୀଶନ, ନିତିଶ ରଣା (ଅଧିନାୟକ), ରିଙ୍କୁ ସିଂହ, ଆନ୍ଦ୍ରେ ରସଲେ, ସୁନିଲ ନାରାଏନ, ଲୋକି ଫର୍ଗୁସନ, ଉମେଶ ଯାଦବ, ବରୁଣ ଚର୍କ୍ରବର୍ତ୍ତୀ, ସୂୟାଶ ଶର୍ମା, ବୈଭବ ଆରୋରା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.