ETV Bharat / sports

IPL 2023 RCB vs GT: ପୁଣି କୋହଲିଙ୍କୁ ନିରାଶ କଲେ ଆରସିବି ବୋଲର, 6 ୱିକେଟରେ ଜିତିଲା ଗୁଜରାଟ

author img

By

Published : May 22, 2023, 12:26 AM IST

ଗୁଜରାଟ ଠାରୁ 6 ୱିକେଟରେ ହାରି ପ୍ଲେ ଅଫରୁ ବଞ୍ଚିତ ହେଲା ଆରସିବି । ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲିଙ୍କ ଶତକ ବଳରେ 197 ରନ କରିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଶୁଭମନ ଗିଲଙ୍କ ଶତକ ବଳରେ 19.1 ଓଭରରେ ଏହି ମ୍ୟାଚ ଜିତି ନେଇଛି ଗୁଜରାଟ ଟାଇଟନ୍ସ । ଅଧିକ ପଢ଼ନ୍ତୁ

IPL 2023 RCB vs GT
IPL 2023 RCB vs GT

ବେଙ୍ଗାଲୁରୁ: ଗୁଜରାଟ ଠାରୁ 6 ୱିକେଟରେ ହାରି ପ୍ଲେ ଅଫରୁ ବଞ୍ଚିତ ହେଲା ଆରସିବି । ପୁଣିଥରେ ବିରାଟ କୋହଲିଙ୍କୁ ନିରାଶ କଲେ ଆରସିବି ବୋଲର । ଘରୋଇ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲିଙ୍କ ଶତକ ବଳରେ 197 ରନ କରିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ହେଲେ ଖରାପ ବୋଲିଂ ପ୍ରଦର୍ଶନ କାରଣରୁ ଏହି ମ୍ୟାଚକୁ ଗୁଜରାଟ ଠାରୁ 6 ୱିକେଟରେ ହାରିଛି ଆରସିବି । ଶୁଭମନ ଗିଲଙ୍କ ଶତକ ବଳରେ 19.1 ଓଭରରେ ଏହି ମ୍ୟାଚ ଜିତି ନେଇଛି ଗୁଜରାଟ ଟାଇଟନ୍ସ ।

ଘରୋଇ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ଭଲ ଆରମ୍ଭ କରିଥିଲା ବାଙ୍ଗାଲୋର । ପ୍ରଥମ ୱିକେଟ ପାଇଁ ଦଳୀୟ ଖାତାରେ ୬୭ ରନ ଯୋଡ଼ିଥିଲେ ଅଧିନାୟକ ଫାଫ ଡୁପ୍ଲେସିସ ଓ ବିରାଟ କୋହଲି । ତେବେ ୧୯ ବଲରୁ ୫ ଚୌକା ବଳରେ ୨୮ ରନ କରି ପ୍ରଥମେ ପାଭିଲିୟନ ଫେରିଥିଲେ ଡୁପ୍ଲେସିସ । ଏହାପରେ ମାତ୍ର ୧୧ ରନ କରି ମାକ୍ସେୱ ମଧ୍ୟ ଆଉଟ ହୋଇଯାଇଥିଲେ । ତେବେ ମିଚେଲ ବ୍ରେସୱେଲ ବିରାଟ କୋହଲିଙ୍କର ଭରପୁର ସାଥ ଦେଇଥିଲେ । ସେ ୧୬ ବଲରୁ ୫ ଚୌକା ବଳରେ ୨୬ ରନ କରି ଆଉଟ ହୋଇଥିଲେ । ହେଲେ ଅନ୍ୟପଟେ ବିରାଟ କୋହଲି ନିଜର ସୁପ୍ରିମ ଫର୍ମରେ ବ୍ୟାଟିଂ ଜାରି ରଖିଥିଲେ । ଅନୁଜ ରାୱତ ୧୫ ବଲରୁ ଅପରାଜିତ ୨୩ ରନ କରି କରିଥିବା ବେଳେ ୬୧ ବଲରୁ ୧୩ ଚୌକା ଓ ଗୋଟିଏ ଛକା ବଳରେ ଚଳିତ ସିଜିନର ଲଗାତାର ଦ୍ବିତୀୟ ଶତକ (୧୦୧) ହାସଲ କରିଥିଲେ କିଙ୍ଗ କୋହଲି । ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୯୭ ରନରେ ପହଞ୍ଚି ପାରିଥିଲା ।

ଗୁଜରାଟ ପକ୍ଷରୁ ନୁର ଅହମ୍ମଦ ୪ ଓଭରରେ ୩୯ ରନ ଖର୍ଚ୍ଚ କରି ସର୍ବାଧିକ ୨ଟି ୱିକେଟ ଅକ୍ତିଆର କରିଥିଲେ । ୪ ଓଭରରୁ ୩୯ ରନ ଲେଖାଏଁ ବ୍ୟୟ କରି ମହମ୍ମଦ ସାମି ଓ ୟଶ ଦୟାଲ ଗୋଟିଏ ଲେଖାଏଁ ସଫଳତା ପାଇଥିବା ବେଳେ ରସିଦ ଖାନ ୪ ଓଭରରେ ୨୪ ରନ ଖର୍ଚ୍ଚ କରି ଗୋଟିଏ ୱିକେଟ ନେଇଥିଲେ ରସିଦ ଖାନ । ମୋହିତ ଶର୍ମା ୫୪ ରନ ବ୍ୟୟ କରି ଦଳ ପାଇଁ ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ ।

ଏହାପରେ 198 ରନର ବିଜୟଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଗୁଜରାଟ । ପ୍ରଥମେ କେବଳ 12 ରନ କରି ମହମ୍ମଦ ସିରାଜଙ୍କ ଶିକାର ପାଲଟିଥିଲେ ରିଦ୍ଧିମାନ ଶାହା । ଏହାପରେ ଶୁଭମନ ଗିଲ ଓ ବିଜୟ ଶଙ୍କର ଆରସିବି ବୋଲରଙ୍କୁ ପ୍ରହାର କରିଥିଲେ । 35 ବଲରୁ 53 ରନ କରି ବିଜୟ ଶଙ୍କର ଆଉଟ ହୋଇଥିବା ବେଳେ 52 ବଲରୁ ଚଳିତ ସଂସ୍କରଣର ଦ୍ବିତୀୟ ଶତକ (104) ହାସଲ କରି ଦଳକୁ ବିଜୟ ଦେଇଥିଲେ ଗିଲ । ଶୁଭମନ ଗିଲଙ୍କ ଆଜିର ପାଳିରେ 5 ଚୌକା ଓ 8 ଛକା ସାମିଲ ଥିଲା ।

ଆରସିବି ପକ୍ଷରୁ ଆଜି ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ବାରମ୍ବାର ଖରାପ ବୋଲିଂ ପ୍ରଦର୍ଶନ ପାଇଁ ପ୍ଲେ ଅଫରୁ ବଞ୍ଚିତ ହେଉଥିବା ଆରସିବି ଚଳିତ ବର୍ଷ ମଧ୍ୟ ଖରାପ ବୋଲିଂ ପ୍ରଦର୍ଶନ କାରଣରୁ ପ୍ଲେ ଅଫରୁ ବଞ୍ଚିତ ହୋଇଛି । ଦଳ ପକ୍ଷରୁ ମହମ୍ମଦ ସିରାଜ 4 ଓଭରରେ 32 ରନ ଖର୍ଚ୍ଚ କରି 2ଟି ୱିକେଟ ଅକ୍ତିଆର କରିଥିବା ବେଳେ ବିଜୟକୁମାର ବୈଶକ ଓ ହର୍ଷଲ ପଟେଲ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.