ETV Bharat / sports

IPL 2023: RCBର ଦ୍ବିତୀୟ ବିଜୟ, ପୁଣି ହାରିଲା ଦିଲ୍ଲୀ - ୨୩ ରନରେ ଜିତିଲା ବାଙ୍ଗାଲୋର

ଆଇପିଏଲ ୨୦୨୩ର ୨୦ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ହରାଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ୧୭୪ ରନ କରିଥିଲା ବେଳେ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୫୧ ରନରେ ସୀମିତ ରହିଯାଇଛି । ଅଧିକ ପଢ଼ନ୍ତୁ

IPL 2023 RCB vs DC
IPL 2023 RCB vs DC
author img

By

Published : Apr 15, 2023, 8:32 PM IST

ହାଇଦ୍ରାବାଦ: ଆଜି ଆଇପିଏଲ ୨୦୨୩ର ୨୦ ତମ ମୁକାବିଲା ଖେଳାଯାଇଥିଲା ବାଙ୍ଗାଲୋରର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ । ଏହି ମ୍ୟାଚ୍‌ରେ ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ ଦେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲିଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ୧୭୪ ରନ କରିଥିଲା ବାଙ୍ଗାଲୋର । ତେବେ ୧୭୫ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଦିଲ୍ଲୀ କେବଳ ୧୫୧ ରନରେ ଅଟକି ଯାଇଛି । ଫଳରେ ୨୩ ରନରେ ଚଳିତ ସଂସ୍କରଣର ଦ୍ବିତୀୟ ବିଜୟ ହାସଲ କରିଛି ବାଙ୍ଗାଲୋର ।

ଆଜିର ମ୍ୟାଚ୍‌ରେ ପ୍ରଥମେ ଟସ ଜିତି ବାଙ୍ଗାଲୋରକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ ଦିଲ୍ଲୀ ଅଧିନାୟକ ଡେଭିଡ ୱାର୍ନର । ଘରୋଇ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରିବାକୁ ଆସି ଭଲ ଆରମ୍ଭ କରିଥିଲେ ଆରସିବି ପ୍ରାରମ୍ଭିକ ବ୍ୟାଟର ଅଧିନାୟକ ଫାଫ ଡୁପ୍ଲେସିସ ଓ ବିରାଟ କୋହଲି । ଉଭୟ ଆରମ୍ଭରୁ ହିଁ ବଡ଼ ସଟ ଖେଳିବା ଆରମ୍ଭ କରିଥିଲେ । ତେବେ ଦଳୀୟ ସ୍କୋର ୪୨ ରନ ବେଳେ ୧୬ ବଲରୁ ୨୨ ରନ କରି ପାଭିଲିୟନ ଫେରି ଯାଇଥିଲୋ ଅଧିନାୟକ ଡୁପ୍ଲେସିସ । ଏହାପରେ ଅଲରାଉଣ୍ଡର ମହିପାଲ ଲୋମରୋର ଆସି ୧୮ ବଲରୁ ୨୬ ରନର ପାଳି ଖେଳି ମିଚେଲ ମାର୍ଶଙ୍କ ଶିକାର ହୋଇଥିଲେ । ଅନ୍ୟପଟେ ବଡ଼ ସଟ ଖେଳିବା ଜାରି ରଖିଥିବା ବିରାଟ କୋହଲି ୩୩ ବଲରୁ ଚଳିତ ସଂସ୍କରଣର କ୍ରମାଗତ ତୃତୀୟ ଅର୍ଦ୍ଧଶତକ ହାସଲ କରିଥିଲେ । ଏଥିରେ ଗୋଟିଏ ଚୌକା ଓ ୬ଟି ଚୌକା ମାରିଥିଲେ କୋହଲି । ତେବେ ଲଳିତ ଯାଦବଙ୍କ ବଲକୁ ବଡ଼ ସଟ ଖେଳିବାକୁ ଯାଇ ସେ ଆଉଟ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାକ୍ସୱେଲ ୧୪ ବଲରୁ ୨୪, ଶେହବାଜ ଅହମ୍ମଦ ୧୨ ବଲରୁ ୨୦ ଓ ଇମ୍ପାକ୍ଟ ପ୍ଲେୟାର ଭାବେ ଅନୁଜ ରାୱତ ୨୨ ବଲରୁ ୧୫ ରନ କରି ଦଳକୁ ୧୭୪ ରନରେ ପହଞ୍ଚାଇଥିଲେ ।

ଦିଲ୍ଲୀ ପକ୍ଷରୁ ମିଚେଲ ମାର୍ଶ କେବଳ ୨ ଓଭର ବୋଲିଂ କରି ୧୮ ରନ ବ୍ୟୟରେ ୨ଟି ୱିକେଟ ହାସଲ କରିଥିବା ବେଳେ କୁଲଦୀପ ଯାଦବ ୪ ଓଭରରେ ୨୩ ରନ ଖର୍ଚ୍ଚ କରି ୨ଟି ୱିକେଟ ପାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅକ୍ଷର ପଟେଲ ଓ ଲଳିତ ଯାଦବ ଯଥାକ୍ରମେ ୨୫ ଓ ୨୯ ରନ ଖର୍ଚ୍ଚ କରି ଗୋଟିଏ ଲେଖାଏଁ ୱିକେଟ ହାତେଇଥିଲେ । ତେବେ ଦଳର ଷ୍ଟାର ବୋଲର ଅନରିଚ ନୋର୍ଖିଆ ଓ ମୁସ୍ତାଫିଜୁର ରେହମାନଙ୍କୁ ଆଜି କୌଣସି ସଫଳତା ମିଳିନଥିଲା ।

ଚଳିତ ସଂସ୍କରଣରେ ପ୍ରଥମ ବିଜୟ ଖୋଜୁଥିବା ଦିଲ୍ଲୀ କ୍ୟାପିଟାଲ୍ସ ୧୭୫ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା । ତେବେ ଇମ୍ପାକ୍ଟ ପ୍ଲେୟାର ଭାବେ ମୈଦାନକୁ ଓହ୍ଲାଇ ସବୁଦିନ ଭଳି ଆଜି ବି ଅସଫଳ ରହିଥିଲେ ପୃଥ୍ବୀ ଶୋ' । ସେ ପ୍ରଥମ ଓଭରରେ ରନ ଆଉଟ ହୋଇ ପାଭିଲିୟନ ଫେରିଥିଲେ । ଏହାପରେ ମିଚେଲ ମାର୍ଶ ମଧ୍ୟ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ସେହିଭଳି ମାତ୍ର ଗୋଟିଏ ରନ କରି ସିରାଜଙ୍କ ଶିକାର ପାଲଟିଥିଲେ ୟଶ ଧୁଲ । ଅନ୍ୟପଟେ ବଡ଼ ସଟ ଖେଳିବା ଜାରି ରଖିଥିବା ଅଧିନାୟକ ୱାର୍ନର ଆଜି ବିଶେଷ କମାଲ କରିପାରିନଥିଲେ । ସେ କେବଳ ୧୯ ରନ କରିଥିବା ବେଳେ ଆରସିବି ପକ୍ଷରୁ ନବାଗତ ବୋଲର ବିଜୟ କୁମାର ବୈଶକଙ୍କ ଶିକାର ପାଲଟିଥିଲେ । ତେବେ ଦଳର ପରିସ୍ଥିତି ସମ୍ଭାଳି ୩୮ ବଲରୁ ୫ ଚୌକା ଓ ଗୋଟିଏ ଛକା ବଳରେ ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିଲେ ମନୀଶ ପାଣ୍ଡେ । ଅନ୍ୟମାନଙ୍କ ମଧ୍ୟରେ ଅକ୍ଷର ପଚେଲ ୨୧, ଅମନ ହାକିମ ଖାନ ୧୮ ଓ ନୋର୍ଖିଆଙ୍କ ୨୩ ରନର ପାଳିକୁ ଛାଡ଼ିଦେଲେ ଅନ୍ୟ କୌଣସି ଦିଲ୍ଲୀ ବ୍ୟାଟର ଆଜି ଦୁଇ ଅଙ୍କ ବିଶିଷ୍ଟ ସ୍କୋର ଛୁଇଁବାକୁ ସକ୍ଷମ ହୋଇନଥିଲେ । ଫଳରେ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ଦଳ କେବଳ ୧୫୧ ରନରେ ପହଞ୍ଚି ପାରିଥିଲା ।

ଅନ୍ୟପଟେ ଆରସିବି ପକ୍ଷରୁ ଆଜି ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ମହମ୍ମଦ ସିରାଜ ଆଜି ମଧ୍ୟ ଦମଦାର ବୋଲିଂ ପ୍ରଦର୍ଶନ କରିଥିଲେ । ସେ ୪ ଓଭରରୁ ୨୩ ରନ ବ୍ୟୟରେ ୨ଟି ୱିକେଟ ହାସଲ କରିଥିଲେ । ସବୁଠାରୁ ବଡ଼କଥା ହେଲା ଆରସିବି ପକ୍ଷରୁ ଆଜି ଆଇପିଏଲ ଡେବ୍ୟୁ କରିଥିବା ବିଜୟ କୁମାର ବୈଶକ ସବୁଠାରୁ ଆକର୍ଷଣୀୟ ବୋଲିଂ କରିଥିଲେ । ସେ ୪ ଓଭର ବୋଲିଂ କରି ମାତ୍ର ୨୦ ରନ ଖର୍ଚ୍ଚ କରିଥିବା ବେଳେ ଦଳ ପାଇଁ ସର୍ବାଧିକ ୩ଟି ୱିକେଟ ହାସଲ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ୱାଇନ ପାର୍ନେଲ, ୱାନିନ୍ଦୁ ହସରଙ୍ଗା ଓ ହର୍ଷଲ ପଟେଲ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.