ETV Bharat / sports

IPL 2023 PBKS vs RR: 4 ୱିକେଟରେ ଜିତିଲା ରାଜସ୍ଥାନ, ବିଦାୟ ନେଲା ପଞ୍ଜାବ

author img

By

Published : May 20, 2023, 1:23 AM IST

ଆଇପିଏଲ 2023ରେ ଆଜି ପ୍ରଥମେ ବ୍ୟାଟିଂ କରି 187 ରନ କରିଥିଲା ପଞ୍ଜାବ । ତେବେ ଏହି ବଡ଼ ବିଜୟଲକ୍ଷ୍ୟକୁ 19.4 ଓଭରରେ ହାସଲ କରି ପଞ୍ଜାବକୁ ଏଲିମିନେଟ କରିଛି ରାଜସ୍ଥାନ । ଅଧିକ ପଢ଼ନ୍ତୁ

IPL 2023 PBKS vs RR
IPL 2023 PBKS vs RR

ଧର୍ମଶାଳା: ରାଜସ୍ଥାନ ରୟାଲ୍ସ ଠାରୁ 4 ୱିକେଟରେ ହାରି ପ୍ଲେ ଅଫ ଦୌଡ଼ରୁ ବାଦ ପଡ଼ିଲା ପଞ୍ଜାବ କିଙ୍ଗସ । ଧର୍ମଶାଳାରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି 187 ରନ କରିଥିଲା ପଞ୍ଜାବ । ତେବେ ଏହି ବଡ଼ ବିଜୟଲକ୍ଷ୍ୟକୁ 19.4 ଓଭରରେ ହାସଲ କରି ପଞ୍ଜାବକୁ ଏଲିମିନେଟ କରିଛି ରାଜସ୍ଥାନ । ଲଢ଼ୁଆ ପ୍ରଦର୍ଶନ କରି ଦେବଦତ୍ତ ପାଡିକଲ ଆଜି ମ୍ୟାଚର ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଛନ୍ତି ।

ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପଞ୍ଜାବ ପ୍ରଥମ ଓଭରରେ ହିଁ ପ୍ରଭସିମ୍ରନ ସିଂହଙ୍କୁ ହରାଇଥିଲା । ତେବେ ଅଧିନାୟକ ଶିଖର ଧାୱନ ଓ ଅଥର୍ବ ତାଇଦେ ଦଳ ପାଇଁ ଭଲ ଆରମ୍ଭ କରିଥିଲେ ମଧ୍ୟ ଉଭୟ 12ଟି ଲେଖାଏଁ ବଲ ଖେଳି ଯଥାକ୍ରମେ 17 ଓ 19 ରନ ସ୍କୋର କରି ଆଉଟ ହୋଇଥିଲେ । ପୂର୍ବ ମ୍ୟାଚରେ ଧୂଆଁଧାର ପ୍ରଦର୍ଶନ କରିଥିବା ଲିଭିଙ୍ଗଷ୍ଟୋନ ଆଜି କୌଣସି କମାଲ କରିପାରିନଥିଲେ । ଜିତେଶ ଶର୍ମା 28 ବଲରୁ 44 ରନ କରି ପାଭିଲିୟନ ଫେରିବାପରେ ସାମ କରନଙ୍କ 31 ବଲରୁ 49 ଓ ଶାହାରୁଖ ଖାନଙ୍କ 23 ବଲରୁ 41 ରନର ଲଢ଼ୁଆ ପାଳି ବଳରେ ଦଳ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ ହରାଇ 187 ରନ କରିଥିଲା ।

ରାଜସ୍ଥାନ ପକ୍ଷରୁ ନବଦୀପ ସୈନିଙ୍କୁ 3ଟି ବହୁମୂଲ୍ୟ ୱିକେଟ ମିଳିଥିଲା । ତେବେ ସେ 4 ଓଭରରେ 40 ରନ ଖର୍ଚ୍ଚ ମଧ୍ୟ କରିଦେଇଥିଲେ । ଆଦାମ ଜାମ୍ପା 4 ଓଭରରେ 26 ରନ ଖର୍ଚ୍ଚ କରି ଗୋଟିଏ ସଫଳତା ପାଇଥିବା ବେଳେ 4 ଓଭରରେ 35 ରନ ଖର୍ଚ୍ଚ କରି ଗୋଟିଏ ୱିକେଟ ନେଇଥିଲେ ଟ୍ରେଣ୍ଟ ବୋଲ୍ଟ । ସନ୍ଦୀପ ଶର୍ମା ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ମଧ୍ୟ ସଫଳତା ପାଇନଥିବା ବେଳେ ଯଥାକ୍ରମେ 46 ଓ 40 ରନ ଖର୍ଚ୍ଚ କରି ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।

ଏହାପରେ ପ୍ଲେ ଅଫ ଆଶାକୁ ସାମାନ୍ୟ ଉଦ୍ଜୀବୀତ ରଖିବା ପାଇଁ ରାଜସ୍ଥାନ ଆଗରେ 188 ରନର ଲକ୍ଷ୍ୟ ରହିଥିଲା । ହେଲେ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଯାଇଥିଲେ ଜୋଶ ବଟଲର । ଏହାପରେ ଯଶସ୍ବୀ ଜୟସ୍ବାଲ ଓ ଦେବଦତ୍ତ ପାଡିକଲଙ୍କ ମଧ୍ୟରେ ଦୃଢ଼ ଭାଗିଦାରୀ ଗଢ଼ି ଉଠିଥିଲା । ଉଭୟ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଜୟସ୍ବାଲ 50 ଓ ପାଡିକଲ 51 ରନର ପାଳି ଖେଳି ଆଉଟ ହୋଇଥିଲେ । ଅଧିନାୟକ ସଞ୍ଜୁ ସାମସନ 2 ରନ କରି ଆଉଟ ହୋଇଥିଲେ । ରିୟାନ ପରାଗ 12 ବଲରୁ 20 ରନ କରି ଆଉଟ ହୋଇଥିବା ବେଳେ ହେଟମାୟରଙ୍କ 28 ବଲରୁ 46 ଓ ଧୃବ ଜୁରେଲଙ୍କ 4 ବଲରୁ 10 ରନର ପାଳି ବଳରେ ଦଳ ଲକ୍ଷ୍ୟ ହାସଲ କରିନେଇଥିଲା ।

ସେପଟେ ପଞ୍ଜାବ ପକ୍ଷରୁ କାଗିସୋ ରାବାଡାଙ୍କୁ ଯଦିଓ 2ଟି ସଫଳତା ମିଳିଥିଲା, ତେବେ ସେ 4 ଓଭରରେ 40 ରନ ଖର୍ଚ୍ଚ କରିଦେଇଥିଲେ । ସାମ କରନ, ଅର୍ଶଦୀପ ସିଂହ, ନାଥନ ଏଲିସ ଓ ରାହୁଲ ଚହରଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା । ଦଳ ପକ୍ଷରୁ ସର୍ବାଧିକ ରନ ବ୍ୟୟ କରି ସାମ କରନ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.