ETV Bharat / sports

IPL 2023 PBKS vs DC: ଲିଭିଙ୍ଗଷ୍ଟୋନଙ୍କ ବିସ୍ଫୋରକ ପାଳି ସତ୍ତ୍ବେ ହାରିଲା ପଞ୍ଜାବ, 15 ରନରେ ଦିଲ୍ଲୀ ବିଜୟୀ

ଆଇପିଏଲ 2023ରେ ଆଜି ବିସ୍ଫରୋକ ବ୍ୟାଟିଂ ସତ୍ତ୍ବେ ପଞ୍ଜାବକୁ ଜିତାଇ ପାରିଲେନି ଲିଭିଙ୍ଗଷ୍ଟୋନ । 15 ରନରେ ବିଜୟ ହାସଲ କଲା ଦିଲ୍ଲୀ । ଅଧିକ ପଢ଼ନ୍ତୁ

author img

By

Published : May 18, 2023, 1:18 AM IST

IPL 2023 PBKS vs DC
IPL 2023 PBKS vs DC

ଧର୍ମଶାଳା: ବିସ୍ଫରୋକ ବ୍ୟାଟିଂ ସତ୍ତ୍ବେ ପଞ୍ଜାବକୁ ଜିତାଇ ପାରିଲେନି ଲିଭିଙ୍ଗଷ୍ଟୋନ । 15 ରନରେ ବିଜୟ ହାସଲ କଲା ଦିଲ୍ଲୀ । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ 213 ରନର ବିଶାଳ ସ୍କୋର କରିଥିଲା । ଜବାବରେ ପଞ୍ଜାବ କିଙ୍ଗସ ପକ୍ଷରୁ ବିସ୍ଫୋରକ ବ୍ୟାଟିଂ କରି ଦଳକୁ 198 ରନ ପର୍ଯ୍ୟନ୍ତ ହିଁ ପହଞ୍ଚାଇ ପାରିଥିଲେ ଲିଆମ ଲିଭିଙ୍ଗଷ୍ଟୋନ । ଫଳରେ ଏହି ମ୍ୟାଚ ହାରିବା ସହ ପଞ୍ଜାବର ପ୍ଲେ ଅଫ ଆଶା ଫିକା ପଡ଼ିଛି।

ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ଭଲ ଆରମ୍ଭ ପାଇଥିଲା ଦିଲ୍ଲୀ । ଆଉଟ୍ ଅଫ୍ ଫର୍ମ୍ ପୃଥ୍ବୀ ଶୋଙ୍କୁ ପୁଣିଥରେ ଚାନ୍ସ ଦେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମ ୱିକେଟ ପାଇଁ ୱାର୍ନର ଓ ପୃଥ୍ୱୀ ଶୋଙ୍କ ମଧ୍ୟରେ 94 ରନର ଭାଗିଦାରୀ ହୋଇଥିଲା । ତେବେ ପ୍ରଥମେ 31 ବଲରୁ 46 ରନ କରି ଅଧିନାୟକ ୱାର୍ନର ଆଉଟ ହୋଇଥିଲେ । ଏହାପରେ ରିଲେ ରୁଶୋଙ୍କ ସହ ଆଉ ଏକ ଅର୍ଦ୍ଧଶତକୀୟ ଭାଗିଦାରୀ ପରେ 38 ବଲରୁ 7 ଚୌକା ଓ ଗୋଟିଏ ଛକା ସହିତ 54 ରନ କରି ଆଉଟ ହୋଇଥିଲେ ପୃଥ୍ବୀ ଶୋ । ଏହାପରେ ମଧ୍ୟ ରିଲେ ରୁଶୋ ନିଜର ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ । ସେ 37 ବଲରୁ 6ଟି ଲେଖାଏଁ ଛକା ଓ ଚୌକା ସହିତ ଅପରାଜିତ 82 ରନ କରିଥିଲେ । ଅନ୍ୟପଟେ ଫିଲିପ ସଲ୍ଟ 14 ବଲରୁ 26 ରନ କରି ଅପରାଜିତ ରହିଥିଲେ । ଫଳରେ ଦଳ ନିର୍ଦ୍ଧାରିତ 20 ଓଭରରେ 2 ୱିକେଟ ବିନିମୟରେ 213 ରନର ବିଶାଳ ସ୍କୋର କରିଥିଲା ।

ଅନ୍ୟପଟେ ପଞ୍ଜାବ ପକ୍ଷରୁ କେବଳ ସାମ କରନଙ୍କୁ 2ଟି ୱିକେଟ ମିଳିଥିଲା । 4 ଓଭରରେ 36 ରନ ବ୍ୟୟ କରି ସେ ଦିଲ୍ଲୀର ଉଭୟ ପ୍ରାରମ୍ଭିକ ବ୍ୟାଟରଙ୍କୁ ଆଉଟ କରିଥିଲେ । ଅନ୍ୟ କୌଣସି ବୋଲରଙ୍କୁ ଆଜି ଆଶାନୁରୂପ ସଫଳତା ମିଳିନଥିବା ବେଳେ ପ୍ରାୟ ସମସ୍ତେ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।

ଏହାପରେ ପ୍ଲେ ଅଫ ଦୌଡ଼ରେ ଆଉ ପାଦେ ବଢ଼ିବା ପାଇଁ ପଞ୍ଜାବ ଆଗରେ 214 ରନର ବଡ଼ ଲକ୍ଷ୍ୟ ରହିଥିଲା । ହେଲେ ଖାତା ଖୋଲିବା ଆଗରୁ ଅଧିନାୟକ ଶିଖର ଧାୱନ ଆଉଟ ହେବା ଦଳକୁ ମହଙ୍ଗା ପଡ଼ିଥିଲା । 19 ବଲରୁ 22 ରନ କରି ପ୍ରଭସିମ୍ରନ ସିଂହ ଆଉଟ ହୋଇଥିବା ବେଳେ ଅଥର୍ବ ତାଇଦେ ଓ ଲିଆମ ଲିଭିଙ୍ଗଷ୍ଟୋନ ପରିସ୍ଥିତିକୁ ସମ୍ଭାଳିଥିଲେ । ହେଲେ 42 ବଲରୁ 55 ରନ କରିଥିବା ଅଥର୍ବ ଆହତ କାରଣରୁ ପାଭିଲିୟନ ଫେରିଯାଇଥିଲେ । ଏହାପରେ ଜିତେଶ ଶର୍ମା ଓ ଶାହାରୁଖ ଖାନ ମଧ୍ୟ କୌଣସି କମାଲ କରିପାରିନଥିଲେ । ତେବେ ଗୋଟିଏ ପଟେ ସାମ କରନ 5 ବଲରୁ 11 ରନ କରିଥିବା ବେଳେ ଅନ୍ୟପଟେ ଅବିଶ୍ବସନୀୟ ପାଳି ଖେଳିଥିଲେ ଲିଭିଙ୍ଗଷ୍ଟୋନ । ସେ ହଠାତ ଦିଲ୍ଲୀ ବୋଲରଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲେ । 48 ବଲରୁ 5 ଚୌକା ଓ 9 ଛକା ବଳରେ 94 କରିଥିବା ଲିଭିଙ୍ଗଷ୍ଟୋନ ଯଦିଓ ଦଳକୁ 198 ଯାଏଁ ପହଞ୍ଚାଇଥିଲେ, ହେଲେ ଦଳକୁ ବିଜୟୀ କରିବାରେ ଅସମର୍ଥ ରହିଥିଲେ ।

ସେପଟେ ଦିଲ୍ଲୀ ପକ୍ଷରୁ ଅନରିଚ ନୋର୍କିଆ 4 ଓଭରରେ 36 ରନ ବ୍ୟୟରେ 2ଟି ୱିକେଟ ହାସଲ କରିଥିବା ବେଳେ ଈଶାନ୍ତ ଶର୍ମା 3 ଓଭରରେ 36 ରନ ଖର୍ଚ୍ଚ କରି 2ଟି ୱିକେଟ ଅକ୍ତିଆର କରିଥିଲେ । ସେହିଭଳି ଖଲିଲ ଅହମ୍ମଦ ଓ ଅକ୍ଷର ପଟେଲଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭ ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.