ETV Bharat / sports

IPL 2023 MI vs SRH: ମୁମ୍ବାଇର ଉତ୍କଣ୍ଠାପୂର୍ଣ୍ଣ ବିଜୟ, ବିଦାୟ ନେଲା ହାଇଦ୍ରାବାଦ

author img

By

Published : May 21, 2023, 8:02 PM IST

ହାଇଦ୍ରାବାଦ ବିପକ୍ଷରେ ମୁମ୍ବାଇର ଉତ୍କଣ୍ଠାପୂର୍ଣ୍ଣ ବିଜୟ । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୨୦୦ ରନର ବିଶାଳ ସ୍କୋର କରିଥିଲା । କାମେରନ ଗ୍ରୀନ ଓ ରୋହିତ ଶର୍ମାଙ୍କ ଧୂଆଁଧାର ଇନିଂସ ବଳରେ ଏହି ବିଜୟଲକ୍ଷ୍ୟକୁ ୧୮ ଓଭରରେ ହାସଲ କରିନେଇଛି ମୁମ୍ବାଇ । ଅଧିକ ପଢ଼ନ୍ତୁ

IPL 2023 MI vs SRH
IPL 2023 MI vs SRH

ମୁମ୍ବାଇ: ୱାଙ୍ଖେଡେରେ ମୁମ୍ବାଇର ଉତ୍କଣ୍ଠାପୂର୍ଣ୍ଣ ବିଜୟ । ପ୍ଲେ ଅଫ ଆଶା ଉଜ୍ଜୀବିତ ରଖିବା ପାଇଁ ଆଜି ଘରୋଇ ମୈଦାନରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୨୦୦ ରନର ବିଶାଳ ସ୍କୋର କରିଥିଲା । ତେବେ କାମେରନ ଗ୍ରୀନ ଓ ରୋହିତ ଶର୍ମାଙ୍କ ଧୂଆଁଧାର ଇନିଂସ ବଳରେ ଏହି ବିଜୟଲକ୍ଷ୍ୟକୁ ୧୮ ଓଭରରେ ହାସଲ କରିନେଇଛି ମୁମ୍ବାଇ ଇଣ୍ଡିଆନ୍ସ ।

ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ଧୂଆଁଧାର ପାଳି ଆରମ୍ଭ କରିଥିଲା ହାଇଦ୍ରାବାଦ । ଉଭୟ ପ୍ରାରମ୍ଭିକ ବ୍ୟାଟର ବିବ୍ରାନ୍ତ ଶର୍ମା ଓ ମୟଙ୍କ ଅଗ୍ରୱାଲ ମୁମ୍ବାଇ ବୋଲରଙ୍କୁ ପ୍ରଥମରୁ ହିଁ ଆକ୍ରାମକ ଉପାୟରେ ଖେଳିଥିଲେ । ଦଳୀୟ ସ୍କୋର୍‌ ୪୦ ରନ ହୋଇଥିବା ବେଳେ ୪୭ ବଲରୁ ୯ ଚୌକା ଓ ୨ ଛକା ବଳରେ ୬୯ ରନ କରି ପ୍ରଥମେ ଆଉଟ ହୋଇଥିଲେ ବିବ୍ରାନ୍ତ ଶର୍ମା । ଏହାପରେ ୪୬ ବଲରୁ ୪ ଛକା ଓ ୮ ଚୌକା ବଳରେ ଦୃତ ୮୩ ରନ କରି ଆଉଟ ହୋଇଥିଲେ ମୟଙ୍କ ଅଗ୍ରୱାଲ । ଏହାପରେ କିନ୍ତୁ ଅନ୍ୟ କୌଣସି ବ୍ୟାଟର ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲେ । ଅଧିନାୟକ ମାର୍କ୍ରମଙ୍କ ୧୩ ଓ ହେନରିଚ କ୍ଲାସିନଙ୍କ ୧୮ ରନର ପାଳି ବଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୨୦୦ ରନରେ ଦଳକୁ ପହଞ୍ଚାଇଥିଲେ ।

ମୁମ୍ବାଇ ପକ୍ଷରୁ ଆକାଶ ମାଢୱାଲ ସର୍ବାଧିକ ୪ ୱିକେଟ ସଫଳତା ହାସଲ କରିଥିଲେ । ତେବେ ସେ ୪ ଓଭରରୁ ୩୭ ରନ ବ୍ୟୟ କରିଥିଲେ । କ୍ରିସ ଜୋର୍ଦାନ ୪ ଓଭରରେ ୪୨ ରନ ଖର୍ଚ୍ଚ କରିଥିଲେ ମଧ୍ୟ ଗୋଟିଏ ସଫଳତା ପାଇଥିଲେ । ଅନ୍ୟ କୌଣସି ବୋଲର ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲେ । କ୍ୟାମେରନ ଗ୍ରୀନଙ୍କ ବ୍ୟତୀତ ପ୍ରାୟ ସମସ୍ତ ବୋଲର ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।

ଏହାପରେ ପ୍ଲେ ଅଫ ଆଶା ଉଦ୍‌ଜୀବିତ ରଖିବା ପାଇଁ ମୁମ୍ବାଇକୁ ୨୦୧ ରନର ଆବଶ୍ୟକତା ରହିଥିଲା । ଯଦିଓ ଆରମ୍ଭରୁ ଦଳକୁ ଭଲ ଆରମ୍ଭ ମିଳିଥିଲା, ହେଲେ ମାତ୍ର ୧୪ ରନ କରି ପ୍ରଥମେ ପାଭିଲିୟନ ଫେରିଯାଇଥିଲେ ଈଶାନ କିଶାନ । ଏହାପରେ ରୋହିତ ଶର୍ମା ଓ କାମେରନ ଗ୍ରୀନ ମୋର୍ଚ୍ଚା ସମ୍ଭାଳିଥିଲେ । ୩୭ ବଲରୁ ୮ ଚୌକା ଓ ଗୋଟିଏ ଛକା ବଳରେ ୫୬ ରନ କରି ଆଉଟ ହୋଇଥିଲେ ଅଧିନାୟକ ରୋହିତ ଶର୍ମା । ଏହାପରେ ମଧ୍ୟ ନିଜର ଆକ୍ରାମକ ଖେଳ ଜାରି ରଖିଥିଲେ ଗ୍ରୀନ । ସୂର୍ଯ୍ୟକୁମାର ଯାଦବ ୧୬ ବଲରୁ ୨୫ ରନ କରିଥିବା ବେଳେ ମାତ୍ର ୪୭ ବଲରୁ ୮ଟି ଲେଖାଏଁ ଚୌକା ଓ ଛକା ବଳରେ ବ୍ୟକ୍ତିଗତ ଶତକ ହାସଲ କରିବା ସହ ଦଳକୁ ବିଜୟ ଦେଇଥିଲେ କାମେରନ ଗ୍ରୀନ ।

ସେପଟେ ହାଇଦ୍ରାବାଦ ପକ୍ଷରୁ ବୋଲର ମାନଙ୍କର ପ୍ରଦର୍ଶନ ଅତି ଶୋଚନୀୟ ଥିଲା । କେବଳ ଭୁବନେଶ୍ବର କୁମାର ଓ ମୟଙ୍କ ଡଗରଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା । ହେଲେ ଅନ୍ୟ ସମସ୍ତ ବୋଲର ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ୪ଟି ନୋ-ବଲ ସହିତ ସମୁଦାୟ ଅତିରିକ୍ତ ୬ ରନ ବ୍ୟୟ କରିଥିଲା ହାଇଦ୍ରାବାଦ । ଫଳରେ ଶେଷ ମ୍ୟାଚରେ ମଧ୍ୟ ସମ୍ମାନ ରକ୍ଷା କରିପାରିନି ଦଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.