ETV Bharat / sports

IPL 2023 KKR vs LSG: କୋଲକାତାରେ ରିଙ୍କୁ ସିଂହ ଧମାକା, 1 ରନରେ ଜିତିଲା ଲକ୍ଷ୍ନୌ

author img

By

Published : May 21, 2023, 1:23 AM IST

Updated : May 21, 2023, 6:41 AM IST

ଆଇପିଏଲ 2023ରେ ଆଜି ପ୍ଲେ ଅଫରେ ସାମିଲ ହେବାକୁ କୋଲକାତା ସହ ମୁହାଁମୁହିଁ ହୋଇଥିଲା ଲକ୍ଷ୍ନୌ । ତେବେ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ 176 ରନ କରିଥିବା ବେଳେ ରିଙ୍କୁ ସିଂହଙ୍କ ଅବିଶ୍ବସନୀୟ ପାଳି ବଳରେ କୋଲକାତା 175 ରନ ଯାଏଁ ହିଁ ପହଞ୍ଚିପାରିଛି । ଅଧିକ ପଢ଼ନ୍ତୁ

KKR vs LSG
KKR vs LSG

କୋଲକାତା: ପୁଣି କୋଲକାତାର ଇଡେନ ଗାର୍ଡେନରେ ରିଙ୍କୁ ସିଂହଙ୍କ ଧମାକା । ରୋମାଞ୍ଚକର ଭାବେ ମାତ୍ର 1 ରନରେ ଜିତି ପ୍ଲେ ଅଫକୁ ଗଲା ଲକ୍ଷ୍ନୌ । ପ୍ରଥମେ ବ୍ୟାଟିଂ କରି ନିକୋଲସ ପୁରନଙ୍କ ଅର୍ଦ୍ଧଶତକ ବଳରେ 176 ରନ କରିଥିଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍ । ତେବେ ଏହାକୁ ପିଛା କରି ରିଙ୍କୁ ସିଂହଙ୍କ ଅବିଶ୍ବସନୀୟ ବ୍ୟାଟିଂ ବଳରେ 175 ରନ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା କୋଲକାତା ନାଇଟ ରାଇଡର୍ସ । ଫଳରେ ମାତ୍ର 1 ରନରେ ବିଜୟ ହାସଲ କରି ପ୍ଲେ ଅଫରେ ପାଦ ଥାପିଛି ଲକ୍ଷ୍ନୌ ।

ପ୍ଲେ ଅଫକୁ ଯିବା ଆଶାରେ ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ପ୍ରଥମରୁ କରନ ଶର୍ମାଙ୍କୁ ହରାଇଥିଲା । ଏହାପରେ କ୍ବିଣ୍ଟନ ଡିକକ୍ ଓ ପ୍ରେରକ ମଙ୍କଡ ଭଲ ଆରମ୍ଭ କରିଥିଲେ । ତେବେ ଡିକକ୍ 27 ବଲରୁ 28 ରନ କରି ଆଉଟ ହୋଇଥିବା ବେଳେ ପ୍ରେରକ 26 ରନ କରି ଆଉଟ ହୋଇଥିଲ । ଅନ୍ୟପଟେ ଗୋଟିଏ ପ୍ରକାରର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ଏହି ସମୟରେ ପରିସ୍ଥିତିକୁ ସମ୍ଭାଳିଥିଲେ ଆୟୁଷ ବାଦୋନି ଓ ନିକୋଲସ ପୁରନ । ବାଦୋନି 25 ରନ କରି ଆଉଟ ହୋଇଥିବା ବେଳେ ପୁରନ 30 ବଲରୁ 5 ଛକା ଓ 4 ଚୌକା ବଳରେ ଦୃତ 58 ରନ କରି ଆଉଟ ହୋଇଥିଲେ । ଶେଷରେ କ୍ରିଷ୍ଣାପା ଗୌତମ 4 ବଲରୁ 11 ରନ କରି ଦଳକୁ 176 ରନରେ ପହଞ୍ଚାଇଥିଲେ ।

କୋକାତା ପକ୍ଷରୁ ବୈଭବ ଆରୋରା, ଶାର୍ଦ୍ଦୁଲ ଠାକୁର ଓ ସୁନୀଲ ନାରାୟଣଙ୍କୁ 2ଟି ଲେଖାଏଁ ସଫଳତା ମିଳିଥିଲା । ହର୍ଷିତ ରାଣା ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ । ତେବେ କେବଳ 2 ଓଭରରୁ 27 ରନ ଖର୍ଚ୍ଚ କରିଥିବା ଶାର୍ଦ୍ଦୁଲ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।

ଏହାପରେ ସମ୍ମାନ ରକ୍ଷା ପାଇଁ କୋଲକାତାକୁ 177 ରନର ଆବଶ୍ୟକତା ରହିଥିଲା । ଆରମ୍ଭରୁ ହିଁ ଦଳର ଦୁଇ ଓପନର ଆକ୍ରାମକ ଖେଳ ଖେଳିଥିଲେ । ହେଲେ ପ୍ରଥମେ 15 ବଲରୁ 24 ରନ କରି ଭେଙ୍କଟେଶ ଆୟର ପାଭିଲିୟନ ଫେରିଥିଲେ । ଅଧିନାୟକ ନୀତିଶ ରାଣା କେବଳ 8 ରନ କରି ଆଉଟ ହୋଇଥିଲେ । ଏହାପରେ ଅନ୍ୟପଟେ ଧୂଆଁଧାର ବ୍ୟାଟିଂ ଜାରି ରଖିଥିବା ଜାରି ରଖିଥିବା ଜେଶନ ରଏ 28 ବଲରୁ 7 ଚୌକା ଓ ଗୋଟିଏ ଛକା ବଳରେ 45 ରନ କରି ଆଉଟ ହୋଇଥିଲେ । ଏହି ସମୟରେ ପରିସ୍ଥିତି ସମ୍ଭାଳି ବ୍ୟାଟିଂ କରିଥିଲେ ରିଙ୍କୁ ସିଂହ । ଗୋଟିଏ ପଟେ ୱିକେଟ ପତନ ଘଟିଚାଲିଥିବା ବେଳେ ଅନ୍ୟପଟେ ଅବିଶ୍ବସନୀୟ ବ୍ୟାଟିଂ କରି ମ୍ୟାଚକୁ ଶେଷ ବଲ ପର୍ଯ୍ୟନ୍ତ ନେଇଥିଲେ ରିଙ୍କୁ । ସେ ମାତ୍ର 33 ବଲରୁ 4 ଛକା ଓ 6 ଚୌକା ବଳରେ 67 ରନ କରି ଦଳକୁ 175 ରନ ପର୍ଯ୍ୟନ୍ତ ପହଞ୍ଚାଇ ପାରିଥିଲେ । ତେବେ ବିଜୟଠାରୁ ମାତ୍ର 2 ରନ ପଛରେ ରହିଯାଇଥିଲା କୋଲକାତା ।

ସେପଟେ ଲକ୍ଷ୍ନୌ ପକ୍ଷରୁ ରବି ବିଷ୍ଣୋଇ 4 ଓଭରରୁ 23 ରନ ବ୍ୟୟରେ 2ଟି ୱିକେଟ ତେଇଥିବା ବେଳେ 3 ଓଭରରେ 31 ରନ ଖର୍ଚ୍ଚ କରି 2ଟି ୱିକେଟ ନେଇଥିଲେ ୟଶ ଠାକୁର । ଅଧିନାୟକ କୃଣାଲ ପାଣ୍ଡ୍ୟା ଓ କ୍ରିଷ୍ଣାପା ଗୌତମଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 21, 2023, 6:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.