ETV Bharat / sports

IPL 2023: ପୁଣି ଦଣ୍ଡିତ KKR କ୍ୟାପ୍ଟେନ, ଗଣିବେ 24 ଲକ୍ଷ ଫାଇନ

କୋଲକାତା ନାଇଟରାଇଡର୍ସ ଅଧିନାୟକ ନୀତିଶ ରାଣା ପୁଣି ଦଣ୍ଡିତ ହୋଇଛନ୍ତି । ଧିମା ବୋଲିଂ ପାଇ 24 ଲକ୍ଷ ଟଙ୍କା ଜରିମାନା ଗଣିବେ କେକେଆର କ୍ୟାପ୍ଟେନ । ଅଧିକ ପଢନ୍ତୁ

IPL 2023
ପୁଣି ଦଣ୍ଡିତ KKR କ୍ୟାପ୍ଟେନ
author img

By

Published : May 16, 2023, 8:12 AM IST

ନୂଆଦିଲ୍ଲୀ: ଆଇପିଏଲ ମ୍ୟାଚ ଜିତୁଛି କୋଲକାତା ମାତ୍ର ପରେ ଦଳ ପାଇଁ ଟେନସନ ବଢୁଛି । କେକେଆର କ୍ୟାପ୍ଟେନ ନୀତିଶ ରାଣାଙ୍କୁ ଦଳର ମନ୍ଥର ବୋଲିଂ ମହଙ୍ଗା ପଡିଛି । ପୁଣି ଦଣ୍ଡିତ ହୋଇଛନ୍ତି କୋଲକାତା ଅଧିନାୟକ ନୀତିଶ । ଆଇପିଏଲ 61ତମ ଚେନ୍ନାଇ ବିପକ୍ଷ ମ୍ୟାଚରେ ଧିମା ଓଭର ବୋଲିଂ ପାଇଁ 24ଲକ୍ଷ ଟଙ୍କା ଜରିମାନା ହୋଇଛି । ଏହା ପୂର୍ବରୁ ମଧ୍ୟ ଦଣ୍ଡିତ ହୋଇଥିଲେ ନୀତିଶ ।

ଏହା ବି ପଢନ୍ତୁ...IPL 2023 GT vs SRH: ପ୍ଲେ ଅଫରେ ପହଞ୍ଚିଲା ଗୁଜରାଟ, ରେସରୁ ହାଇଦ୍ରାବାଦ ଆଉଟ

ଚେନ୍ନାଇ ବିପକ୍ଷ ମ୍ୟାଚରେ କୋଲକାତା ନିର୍ଦ୍ଧାରିତ ସମୟଠୁ ବିଳମ୍ବରେ ବୋଲିଂ ଶେଷ କରିଥିଲା । ଚଳିତ ଆଇପିଏଲ ସିଜନରେ ଏହା ନାଇଟ ରାଇଡର୍ସର ଦ୍ବିତୀୟ ମନ୍ଥର ବୋଲିଂ ଅଭିଯୋଗ । ତେଣୁ ଅଧିନାୟକ ଭାବେ ନୀତିଶ ରାଣାଙ୍କୁ 24 ଲକ୍ଷ ଟଙ୍କା ଜରିମାନା କରାଯାଇଛି । ଏହା ସହିତ ଇମ୍ପାକ୍ଟ ଖେଳାଳିଙ୍କ ସମେତ ଚୂଡାନ୍ତ ଏକାଦଶରେ ସାମିଲ ଥିଲା ଖେଳାଳିମାନଙ୍କ ମ୍ୟାଚ ଫିରୁ 25 ପ୍ରତିଶତ (6ଲକ୍ଷ) ଟଙ୍କା କାଟ କରାଯାଇଛି । ଏହା ପୂର୍ବରୁ ମଧ୍ୟ କୋଲକାତା ଅଧିନାୟକ ନୀତିଶ ମନ୍ଥର ବୋଲିଂ ପାଇଁ ଦଣ୍ଡିତ ହୋଇଥିଲେ । ଆଇପିଏଲ 53ତମ ମ୍ୟାଚରେ ପଞ୍ଜାବ ବିପକ୍ଷରେ ଧିମା ବୋଲିଂ ପାଇଁ ରାଣାଙ୍କୁ 12ଲକ୍ଷ ଟଙ୍କା ଫାଇନ ଗଣିବାକୁ ପଡିଥିଲା । ଉକ୍ତ ମ୍ୟାଚରେ ପଞ୍ଜାବ ବିପକ୍ଷରେ 5ୱିକେଟରେ ବିଜୟ ହାସଲ କରିଥିଲା ଦଳ ।

ଏହା ବି ପଢନ୍ତୁ...New Cricket Rules: ହାଇରିସ୍କ ପୋଜିସନରେ ହେଲମେଟ ବାଧ୍ୟତାମୂଳକ, ହଟିଲା ଅମ୍ପାୟାରଙ୍କ ସଫ୍ଟ ସିଗ୍‌ନାଲ

କଣ ସ୍ଲୋ ଓଭର ବୋଲିଂ: ନିୟମ ଅନୁସାରେ ଆଇପିଏଲ ପ୍ରତି ମ୍ୟାଚ 3 ଘଣ୍ଟା 20 ମିନିଟରେ ଶେଷ ହେବା କଥା । କୌଣସି ମ୍ୟାଚ ଏହି ସମୟରୁ ଅଧିକ ହେବ ନାହିଁ । ଯଦି କୌଣସି ଦଳ ଅଧିନାୟକ ସ୍ଲୋ ଓଭର କରାନ୍ତି ତେବେ ତାଙ୍କୁ ଦଣ୍ଡିତ କରାଯାଏ । ଯଦି ଗୋଟିଏ ଦଳ ଦୁଇ ଥର ସ୍ଲୋ ଓଭର ବୋଲିଂ କରେ ତେବେ ପୁରା ଟମକୁ ଜରିମାନା ଭରିବାକୁ ପଡିଥାଏ ।

ପ୍ରକାଶ ଥାଉ କି, ଚେପକରେ ଚେନ୍ନାଇ ବିପକ୍ଷ ମ୍ୟାଚରେ 6 ୱିକେଟରେ ବିଜୟ ହାସଲ କରିଥିଲା କୋଲକାତା । ଚଳିତ ଆଇପିଏଲ ସିଜନରେ କୋଲକାତା ମୋଟ 12ଟି ମ୍ୟାଚ ଖେଳି 6ଟିରେ ବିଜୟ ହାସଲ କରିଛି । 12 ପଏଣ୍ଟ ସହ ଟେବୁଲର ସପ୍ତମ ସ୍ଥାନରେ ରହିଛି । ପରବର୍ତ୍ତୀ ମ୍ୟାଚରେ ଆସନ୍ତା ମେ 20 ତାରିଖରେ ଲକ୍ଷ୍ନୌ ସୁପରଜାଏଣ୍ଟସକୁ ଭେଟିବ କୋଲକାତା ।

ଚଳିତ ଆଇପିଏଲରେ କେବଳ ନୀତିଶ ରଣା ଦଣ୍ଡିତ ହୋଇନାହାନ୍ତି । ମନ୍ଥର ବୋଲିଂ ପାଇଁ ଅନ୍ୟ ଦଳର ଅଧିନାୟକ ମଧ୍ୟଦଣ୍ଡିତ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରେ ଆରସିବି ଅଧିନାୟକ ଫାଫ ଡୁପ୍ଲେସି, ରାଜସ୍ଥାନ କ୍ୟାପ୍ଟେନ ସଞ୍ଜୁ ସାମସନ, ଗୁଜୁରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ଅଧିନାୟକ କେଏଲ ରାହୁଲ ଫାଇନ ଗଣିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.