ETV Bharat / sports

IPL 2023 GT vs SRH: ପ୍ଲେ ଅଫରେ ପହଞ୍ଚିଲା ଗୁଜରାଟ, ରେସରୁ ହାଇଦ୍ରାବାଦ ଆଉଟ

ଆଜିର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଠାରୁ 34 ରନରେ ବିଜୟ ଲାଭ କରିଛି ଗୁଜରାଟ ଟାଇଟନ୍ସ । ତେବେ ଏହି ବିଜୟ ସହିତ ଆଇପିଏଲ 2023ରେ ପ୍ରଥମ ଟିମ ଭାବେ ପ୍ଲେ ଅଫରେ ପହଞ୍ଚିଲା ଗୁଜରାଟ । ସେପଟେ ଦିଲ୍ଲୀ କ୍ୟାପିଟାଲ୍ସ ପରେ ଦ୍ବିତୀୟ ଦଳ ଭାବେ ପ୍ଲେ ଅଫ ରେସରୁ ବାଦ ପଡ଼ିଛି ହାଇଦ୍ରାବାଦ । ଅଧିକ ପଢ଼ନ୍ତୁ

author img

By

Published : May 16, 2023, 1:15 AM IST

IPL 2023 GT vs SRH
IPL 2023 GT vs SRH

ଅହମ୍ମଦାବାଦ: ହାଇଦ୍ରାବାଦଠାରୁ 34 ରନରେ ବିଜୟ ସହିତ ଆଇପିଏଲ 2023ରେ ପ୍ରଥମ ଟିମ ଭାବେ ପ୍ଲେ ଅଫରେ ପହଞ୍ଚିଲା ଗୁଜରାଟ ଟାଇଟନ୍ସ । ଆଜି ଅହମ୍ମଦାବାଦରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଶୁଭମନ ଗିଲଙ୍କ ଦମଦାର ଶତକ ବଳରେ 188 ରନରେ ପହଞ୍ଚିଥିଲା ଗୁଜରାଟ ଟାଇନ୍ସ । ତେବେ ଏହି ବିଜୟଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ 20 ଓଭରରେ 154 ରନରେ ଅଟକି ଯାଇଥିଲା ସନରାଇଜର୍ସ ହାଇଦ୍ରାବାଦ । ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ପରେ ଦ୍ବିତୀୟ ଦଳ ଭାବେ ପ୍ଲେ ଅଫ ରେସରୁ ବାଦ ପଡ଼ିଛି ହାଇଦ୍ରାବାଦ ।

ପ୍ଲେ ଅଫ ଦୌଡ଼ରେ ଆଜି ମୁହାଁମୁହିଁ ହୋଇଥିଲେ ଗୁଜରାଟ ଟାଇଟନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଆସିଥିବା ଗୁଜରାଟ କିନ୍ତୁ ଭଲ ଆରମ୍ଭ ପାଇନଥିଲା । ପ୍ରଥମ ଓଭରରେ ହିଁ ଖାତା ଖୋଲିବା ପୂର୍ବରୁ ଭୁବନେଶ୍ବର କୁମାରଙ୍କ ବଲରେ ପାଭିଲିୟନ ଫେରିଯାଇଥିଲେ ରିଦ୍ଧିମାନ ଶାହା । ଏହାପରେ ଶୁଭମନ ଗିଲ ଓ ସାଇ ସୁଦର୍ଶନଙ୍କ ମଧ୍ୟରେ ଦୃଢ଼ ଭାଗିଦାରୀ ହୋଇଥିଲା । ଦ୍ବିତୀୟ ୱିକେଟ ପାଇଁ ଉଭୟ ଦଳୀୟ ଖାତାରେ 147 ରନ ଯୋଡ଼ିଥିଲେ । ତେବେ ସୁଦର୍ଶନ 36 ବଲରୁ 47 ରନର ମହତ୍ତ୍ବପୂର୍ଣ୍ଣ ପାଳି ଖେଳି ଆଉଟ ହୋଇଥିଲେ । ଅନ୍ୟପଟେ ଶୁଭମନ ଗିଲ 58 ବଲରୁ 13 ଚୌକା ଓ ଗୋଟିଏ ଛକା ବଳରେ 101 ରନର ଧୂଆଁଧାର ପାଳି ଖେଳିଥିଲେ । ତେବେ କୌଣସି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିପାରିନଥିଲେ । ଫଳରେ ଦଳ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ ହରାଇ 188 ରନ କରିପାରିଥିଲା ।

ସେପଟେ ହାଇଦ୍ରାବାଦ ପକ୍ଷରୁ ଷ୍ଟାର ବୋଲର ଭୁବନେଶ୍ବର କୁମାର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ସେ 4 ଓଭରରୁ 30 ରନ ବ୍ୟୟରେ 5 ୱିକେଟ ସଫଳତା ହାସଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାର୍କୋ ଜାନସେନ, ଫଜଲହକ୍ ଫାରୁକି ଓ ଟି ନଟରାଜନଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ପ୍ଲେ ଅଫ ଦୌଡ଼ରେ ସାମିଲ ରହିବା ପାଇଁ ହାଇଦ୍ରାବାଦ ଆଗରେ 189 ରନର ବଡ଼ ବିଜୟଲକ୍ଷ୍ୟ ରହିଥିଲା । ହେଲେ ଆରମ୍ଭରୁ ହିଁ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଅଧିନାୟକ ମାର୍କ୍ରମ ମଧ୍ୟ କେବଳ 10 ରନ କରି ପାଭିଲିୟନ ଫେରିଥିଲେ । ଗୋଟିଏ ପଟେ ବ୍ୟାଟିଂ ବିପର୍ଯ୍ୟୟ ଘଟିଚାଲିଥିବା ବେଳେ ଅନ୍ୟପଟେ କିନ୍ତୁ ପରିସ୍ଥିତି ସମ୍ଭାଳିଥିଲେ ହେନରିଚ କ୍ଲାସିନ । ସେ 44 ବଲରୁ 4 ଚୌକା ଓ 3 ଛକା ବଳରେ ଦଳ ପାଇଁ ସର୍ବାଧିକ 64 ରନ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର କୁମାର 27 ରନ କରି ଆଉଟ ହୋଇଥିବା ବେଳେ ମୟଙ୍କ ମାର୍କଣ୍ଡେ 9 ବଲରୁ ଦୃତ 18 ରନର ଅପରାଜିତ ପାଳି ଖେଳିଥିଲେ । ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର କରିପାରିନଥିଲେ । ଫଳରେ ଦଳ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ ହରାଇ 154 ରନରେ ଅଟକି ଯାଇଥିଲା ।

ସେପଟେ ଗୁଜରାଟ ପକ୍ଷରୁ ଉଭୟ ମହମ୍ମଦ ସାମି ଓ ମୋହିତ ଶର୍ମା ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଥିଲେ । ସାମି 4 ଓଭରରେ 20 ରନ ବ୍ୟୟ କରି 4 ୱିକେଟ ସଫଳତା ହାସଲ କରିଥିବା ବେଳେ ମୋହିତ ଶର୍ମା 28 ରନ ଖର୍ଚ୍ଚ କରି 4ଟି ୱିକେଟ ଅକ୍ତିଆର କରିଥିଲେ । ୟଶ ଦୟାଲ ମଧ୍ୟ ଗୋଟିଏ ସଫଳତା ପାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.