ETV Bharat / sports

IPL 2023 GT vs LSG: କୃଣାଲଙ୍କୁ ହରାଇଲେ ହାର୍ଦ୍ଦିକ, ୫୬ ରନରେ ଗୁଜରାଟର ବଡ଼ ବିଜୟ

author img

By

Published : May 7, 2023, 8:31 PM IST

ଆଇପିଏଲ ୨୦୨୩ରେ ଆଜି ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ । ତେବେ ଏକ ହାଇ ସ୍କୋରିଂ ମ୍ୟାଚ୍‌ରେ ୫୬ ରନରେ ଲକ୍ଷ୍ନୌକୁ ମାତ୍‌ ଦେଇଛି ଗୁଜରାଟ । ଅଧିକ ପଢ଼ନ୍ତୁ

IPL 2023 GT vs LSG
IPL 2023 GT vs LSG

ଅହମ୍ମଦାବାଦ: ଆଜି ଗୁଜରାଟର ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏକ ହାଇ ସ୍କୋରିଂ ମ୍ୟାଚ ଦେଖିବାକୁ ମିଳିଥିଲା । ଘରୋଇ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ କେବଳ ୨ ୱିକେଟ୍‌ ହରାଇ ବିଶାଳ ୨୨୭ ରନ୍‌ ସ୍କୋର୍‌ କରିଥିଲା ଗୁଜରାଟ ଟାଇଟନ୍ସ । ତେବେ ଏକ ବଡ଼ ବିଜୟ ଲକ୍ଷ୍ୟର ପିଛା କରି କେବଳ ୧୭୧ ରନରେ ଅଟକି ଯାଇଛି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ । ଫଳରେ ଏହି ମ୍ୟାଚ୍‌କୁ ୫୬ ରନ୍‌ରେ ଜିତି ନେଇଛି ଗୁଜରାଟ ।

  • 𝐏𝐎𝐖𝐄𝐑𝐅𝐔𝐋 performance with the bat! ✅
    𝐂𝐋𝐈𝐍𝐈𝐂𝐀𝐋 show with the ball! ✅

    Records galore at our home 🏟️ as Titans wrap up a perfect day at the office! 💥#GTvLSG | #AavaDe | #TATAIPL 2023 pic.twitter.com/ExDqViD4U9

    — Gujarat Titans (@gujarat_titans) May 7, 2023 " class="align-text-top noRightClick twitterSection" data=" ">

କେଏଲ ରାହୁଲଙ୍କ ଅନୁପସ୍ଥିତିରେ ଲକ୍ଷ୍ନୌର କମାଣ ସମ୍ଭାଳୁଥିବା କୃଣାଲ ପାଣ୍ଡ୍ୟା ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ବ୍ୟାଟିଂ ଆମନ୍ତ୍ରଣ ପାଇ ପ୍ରଥମରୁ ପ୍ରତିପକ୍ଷ ବୋଲରଙ୍କୁ ଜୋରଦାର ପ୍ରହାର କରିଥିଲେ ଗୁଜରାଟର ପ୍ରାରମ୍ଭିକ ବ୍ୟାଟର । ରିଦ୍ଧିମାନ ଶାହା ଓ ଶୁଭମନ ଗିଲ ପ୍ରଥମରୁ ଆକ୍ରାମକ ଭାବେ ଖେଳି ପ୍ରଥମ ୱିକେଟ ପାଇଁ ଦଳୀୟ ଖାତାରେ ୧୪୨ ରନ୍‌ ଯୋଡ଼ିଥିଲେ । ତେବେ ୪୩ ବଲ୍‌ରୁ ୪ ଛକା ଓ ୧୦ ଚୌକା ବଳରେ ଦୃତ ୮୧ ରନର ପାଳି ଖେଳି ଆଉଟ ହୋଇଥିଲେ ରିଦ୍ଧିମାନ ଶାହା । ଏହାପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୫ ବଲରୁ ୨୫ ରନର ପାଳି ଖେଳି ଆଉଟ ହୋଇଥିଲେ । ଅନ୍ୟପଟେ କିନ୍ତୁ ଦମଦାର ବ୍ୟାଟିଂ ଜାରି ରଖିଥିଲେ ଗିଲ୍‌ । ସେ ୫୧ ବଲରୁ ୨ ଚୌକା ଓ ୭ ଛକା ବଳରେ ଅପରାଜିତ ୯୪ ରନ କରିଥିବା ବେଳେ ଡେଭିଡ ମିଲର ୧୨ ବଲରୁ ୨୧ ରନର ଧୂଆଁଧାର ପାଳି ଖେଳି ଦଳର ସ୍କୋରକୁ ନିର୍ଦ୍ଧାରିତ ଓଭରରେ ୨୨୭ ରନ୍‌ରେ ପହଞ୍ଚାଇଥିଲେ ।

ଲକ୍ଷ୍ନୌର ଆଜି ପ୍ରାୟ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । କେବଳ ମୋହସିନ ଖାନ ଓ ଅଭେଶ ଖାନଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା । ଅଧିନାୟକ କୃଣାଲ ପାଣ୍ଡ୍ୟା ୪ ଓଭରରେ ୩୮ ରନ ଖର୍ଚ୍ଚ କରିଥିଲେ ମଧ୍ୟ କୌଣସି ସଫଳତା ପାଇନଥିଲେ । ମୋହସିନ ଖାନ ୩ ଓଭରରୁ ୪୨ ଓ ୟଶ ଠାକୁର ୪ ଓଭରରୁ ୪୮ ରନ ଖର୍ଚ୍ଚ କରିଥିବା ବେଳେ ଗୋଟିଏ ଓଭର ବୋଲିଂ କରି ୨୦ ରନ ବ୍ୟୟ କରିଥିଲେ ଷ୍ଟୋଇନିସ । ଅନ୍ୟ ବୋଲର ମାନେ ମଧ୍ୟ ଆଜି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।

ଏହାପରେ ବଡ଼ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଲକ୍ଷ୍ନୌକୁ ମଧ୍ୟ ଭଲ ଆରମ୍ଭ ଦେଇଥିଲେ ଏହାର ପ୍ରାରମ୍ଭିକ ବ୍ୟାଟର । ପ୍ରଥମ ୮ ଓଭରରେ ଦଳୀୟ ଖାତାରେ ୮୦ରୁ ଊର୍ଦ୍ଧ୍ବ ରନ୍‌ ଯୋଡ଼ି ସାରିଥିଲେ କାୟଲ ମାୟର୍ସ ଓ କ୍ବିଣ୍ଟନ ଡି' କକ୍‌ । ୩୨ ବଲରୁ ୪୮ ରନର ପାଳି ଖେଳି କାୟଲ ମାୟର୍ସ ଆଉଟ ହେବାପରେ ଦୀପକ ହୁଡ୍ଡା କେବଳ ୧୧ ରନ୍‌ କରି ଆଉଟ ହୋଇଥିଲେ । ଏହାପରେ ଦଳର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଥିବା ବେଳେ ୪୧ ବଲ୍‌ରୁ ଦୃତ ଗତିରେ ୭୦ ରନ ସଂଗ୍ରହ କରିଥିବା ଡି' କକ୍‌ ମଧ୍ୟ ଆଉଟ ହୋଇଯାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆୟୁଷ ବାଦୋନି ୧୧ ବଲରୁ ୨୧ ରନର ପାଳି ଖେଳି ପାଭିଲିୟନ ଫେରିଥିଲେ । ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ସକ୍ଷମ ହୋଇପାରିନଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୭୧ ରନ ହିଁ କରିପାରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.