ETV Bharat / sports

IPL 2023: ଶକ୍ତିଶାଳୀ ଗୁଜୁରାଟକୁ ଭେଟିବ ଦିଲ୍ଲୀ - ଜିଟି ବନାମ ଡିସି

ଇଣ୍ଡିଆନ ପ୍ରିମିୟର ଲିଗରେ ଆଜି ଡିଫେଣ୍ଡି ଚାମ୍ପିଅନ ଗୁଜୁରାଟ ଟାଇଟନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ । ଗୁଜୁରାଟ ତାର ଘରୋଇ ଗ୍ରାଉଣ୍ଡରେ ଖେଳିବ ମ୍ୟାଚ । ଅଧିକ ପଢନ୍ତୁ

Gujarat Titans and delhi capitals
IPL 2023
author img

By

Published : May 2, 2023, 11:13 AM IST

ନୂଆଦିଲ୍ଲୀ: ରୋମାଞ୍ଚ ଭରା ରହିଛି ଚଳିତ ଆଇପିଏଲ ସଂସ୍କରଣ । ଆଜି ଇଣ୍ଡିଆନ ପ୍ରିମିୟର ଲିଗ୍‌ ଚଳିତ ସିଜନର 44ତମ ମ୍ୟାଚ ଖେଳାଯିବ । ଏଥିରେ ପଏଣ୍ଟ ଟେବୁଲ ଶୀର୍ଷରେ ଓ ଶେଷରେ ଥିବା ଦୁଇ ଦଳ ମଧ୍ୟରେ ମୁକାବିଲା ଖେଳାଯିବ । ଅର୍ଥାତ ଡିଫେଣ୍ଡିଂ ଚମ୍ପିଆନ ଗୁଜୁରାଟ ଟାଇଟନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବେ । ଶକ୍ତିଶାଳୀ ଗୁଜୁରାଟ ଟାଇଟନ୍ସ ତାର ଘରୋଇ ଗ୍ରାଉଣ୍ଡରେ ମ୍ୟାଚ୍‌ ଖେଳିବ ।

GT vs DC: ଡିଫେଣ୍ଡିଂ ଚମ୍ପିଆନ୍‌ ଗୁଜୁରାଟ ଚଳିତ ସିଜନରେ ମଧ୍ୟ ତାର ଆଧିପତ୍ୟ ବିସ୍ତାର କରିଛି । ଏଯାବତ ଦଳ 8ଟି ମ୍ୟାଚ ଖେଳି 6ଟି ବିଜୟ ହାସଲ କରିଛି । 12 ପଏଣ୍ଟ ସହ ଟେବୁଲ ଶୀର୍ଷରେ ରହିଛି । ଆଜି ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀକୁ ଭେଟିବ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଗୁଜୁରାଟ ଟାଇଟାନ୍ସ । ଦିଲ୍ଲୀ ଚଳିତ ସିଜନର ଏଯାବତ ବିଫଳ ଦଳ ସାବ୍ୟସ୍ତ ହୋଇଛି । ମୋଟ 8ଟି ମ୍ୟାଚ ଖେଳି 2ଟି ବିଜୟ ହାସଲ କରି ପଏଣ୍ଟ ଟେବୁଲ ଶେଷରେ ରହିଛି । ଆଜି ଶୀର୍ଷ ବନାମ ଶେଷ ଦଳ ମଧ୍ୟରେ ଟକ୍କର ହେବ । ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଥିବା ଗୁଜୁରାଟକୁ ହରାଇ ଇତିହାସ ଲେଖିବା ଲକ୍ଷ୍ୟରେ ରହିଛି ଡେଭିଡ ୱାର୍ଣ୍ଣରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ । ସେହିପରି ଦିଲ୍ଲୀକୁ ପରାସ୍ତ କରି ଶୀର୍ଷ ସ୍ଥାନ ବଜାୟ ଲକ୍ଷ୍ୟରେ ରହିଛି ଗୁଜୁରାଟ ଟାଇଟନ୍ସ ।

ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଗୁଜୁରାଟ ବିପକ୍ଷ ମ୍ୟାଚ୍‌ ଅଗ୍ନି ପରୀକ୍ଷା ସଦୃଶ ହେବ । ଆଜିର ମୁକାବିଲା ଜିତିବାକୁ ହେଲେ ଦିଲ୍ଲୀକୁ କିଛି ଯାଦୁ କରିବାକୁ ପଡିବ । ଚଳିତ ସିଜନରେ ଦିଲ୍ଲୀ 5ମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା । ଏଥର ଏବେ ଯାଏଁ ଶେଷରେ ରହିଛି । ଟାଇଟାନ୍ସ ତାର ଶେଷ ମୁକାବିଲାରେ କେକେଆରକୁ ପରାସ୍ତ କରିଥିଲା । ବିଜୟ ଶଙ୍କର ଧୂଆଁଧାର ପାଳି ଖେଳିଥିଲେ । 7 ୱିକେଟରେ କୋଲକାତାକୁ ପରାସ୍ତ କରିଥିଲା ଗୁଜୁରାଟ । ଦିଲ୍ଲୀ ତାର ଶେଷ ମୁକାବିଲାରେ 9ରନରେ ହାଇଦ୍ରାବାଦଠୁ ପରାସ୍ତ ହୋଇଥିଲା । ଲଗାତାର ପଞ୍ଚମ ପରାଜୟ ପରେ ବିଜୟ ସ୍ବାଦ ଚାଖିଥିଲା ଦିଲ୍ଲୀ । ଦିଲ୍ଲୀ ଓ ଗୁୁଜୁରାଟ ମଧ୍ୟରେ 2ଟି ମ୍ୟାଚ ଖେଳାଯାଇଛି ଗୁଜୁରାଟ ଦୁଇଟି ମ୍ୟାଚରେ ବିଜୟୀ ହୋଇଛି । ପ୍ରଦର୍ଶନକୁ ଦେଖିଲେ ଗୁଜୁରାଟ ପଲ୍ଲା ଭାରି ରହିିଛି ।

ଏହା ବି ପଢନ୍ତୁ...IPL 2023: ମ୍ୟାଚ ପରେ କୋହଲି-ଗମ୍ଭୀର ମୁହାଁମୁହିଁ, ଉଭୟଙ୍କର କଟିଲା 100% ମ୍ୟାଚ୍‌ ଫି'

ଏହା ବି ପଢନ୍ତୁ...IPL 2023: ପ୍ରତିଶୋଧ ନେଲା ବାଙ୍ଗାଲୋର, 18ରନରେ ହାରିଲା ଲକ୍ଷ୍ନୌ

GT ସମ୍ଭାବ୍ୟ ଏକାଦଶ: ଶୁଭମନ ଗିଲ, ରିଦ୍ଧିମାନ ଶାହ, ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରାସିଦ ଖାନ, ବିଜୟ ଶଙ୍କର, ଡେଭିଡ ମିଲର, ରାହୁଲ ତେୱାତିଆ, ଅଲଜାରି ଯୋଶେଫ, ମହମ୍ମଦ ସାମି, ଆର ସାଇ କିଶୋର ।

DC ସମ୍ଭାବ୍ୟ ଏକାଦଶ: ଡେଭିଡ ୱାର୍ଣ୍ଣର, ପୃଥ୍ବୀ ଶ', ମିଚେଲ ମାର୍ଶ, ୟଶ ଧୂଲ, ମନୀଷ ପାଣ୍ଡେ, ଲଳିତ ଯାଦବ, ଈଶାନ୍ତ ଶର୍ମା, ଅକ୍ଷର ପଟେଲ, ଅମନ ଖାନ, ଏନରିକ ନୋର୍କିଆ, କୁଲଦୀପ ଯାଦବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.