ETV Bharat / sports

IPL 2023: ବର୍ଷା ପାଇଁ ବଦଳିଲା ଫାଇନାଲ ମ୍ୟାଚ ଦିନ, ଆଜି ଚେନ୍ନାଇ-ଗୁଜୁରାଟ ମହାମୁକାବିଲା - ଆଇପିଏଲ 2023 ଫାଇନାଲ

ଗତକାଲି (ରବିବାର) ହେବାକୁ ଥିବା ଆଇପିଏଲ ମେଗା ମୁକାବିଲା ବର୍ଷା ପାଇଁ ସ୍ଥଗିତ ରହିଥିଲା । ରିଜର୍ଭ ଡେ ଅର୍ଥାତ ଆଜି (ସୋମବାର) ଫାଇନାଲ ଫାଇଟ ଅନୁଷ୍ଠିତ ହେବ । ଚେନ୍ନାଇ ସୁପର କିଙ୍ଗସ ଓ ଗୁଜୁରାଟ ଟାଇଟନ୍ସ ଟ୍ରଫି ଟକ୍କର ପାଇଁ ମୈଦାନକୁ ଓହ୍ଲାଇବେ । ଅଧିକ ପଢନ୍ତୁ

chennai super kings and gujarat titans
ipl 2023 grand final
author img

By

Published : May 29, 2023, 11:00 AM IST

ନୂଆଦିଲ୍ଲୀ: ସବୁ କିଛି ପ୍ରସ୍ତୁତ ସରିଥିଲା । ଖଚାଖଚ ସମର୍ଥକଙ୍କ ଭିଡରେ ଭର୍ତ୍ତି ହୋଇଯାଇଥିବା ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ । ପିଚ୍‌ ସହ ପ୍ଲେୟାର ମଧ୍ୟ ପ୍ରସ୍ତୁତ ଥିଲେ । ଫାଇନାଲ ମକାବିଲା ପୂର୍ବରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଥିଲେ ଦର୍ଶକ । କେବଳ ଟସ୍‌ ପଡିବାକୁ ଅପେକ୍ଷା ଥିଲା । ମାତ୍ର ବର୍ଷା ସବୁ କିଛି ବିଗାଡି ଦେଲା । ମ୍ୟାଚ ସରି ଚଳିତ ଆଇପିଏଲ ଚମ୍ପିଆନ ଦଳ ବିଜୟର ମନାଉଥାନ୍ତା ମାତ୍ର ବର୍ଷା ପାଇଁ ଫାଇନାଲ ମ୍ୟାଚ ଖେଳାଯାଇପାରି ନଥିଲା । ଅହମ୍ମଦାବାଦରେ ବର୍ଷା ଛାଡିବାର ନାଁ ନେଉନଥିଲା । ଲଗାତାର ବର୍ଷା ଯୋଗୁଁ ଚେନ୍ନାଇ ସୁପର କିଙ୍ଗସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ରବିବାର ହେବାକୁ ଥିବା ଆଇପିଏଲ ଫାଇନାଲ ମ୍ୟାଚ ସ୍ଥଗିତ କରାଯାଇ ରିଜର୍ଭ ଡେରେ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ସେହି କ୍ରମରେ ଆଜି (ସୋମବାର) ଫାଇନାଲ ମ୍ୟାଚ ଖେଳାଯିବ ।

  • The #Final of the #TATAIPL 2023 has been moved to the reserve day on 29th May - 7:30 PM IST at the Narendra Modi Stadium, Ahmedabad.

    Physical tickets for today will be valid tomorrow. We request you to keep the tickets safe & intact. #CSKvGT pic.twitter.com/d3DrPVrIVD

    — IndianPremierLeague (@IPL) May 28, 2023 " class="align-text-top noRightClick twitterSection" data=" ">

ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରିଜର୍ଭ ଡେ ଅର୍ଥାତ ଆଜି ଖେଳାଯିବ ଆଇପିଏଲ 16ତମ ସଂସ୍କରଣ ଫାଇନାଲ ମ୍ୟାଚ । ଫାଇନାଲ ଫାଇଟ ଟ୍ରଫି ଟକ୍କରରେ ମୁହାଁମୁହିଁ ହେବେ 4ଥର ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗସ ଓ ଡିଫେଣ୍ଡି ଚମ୍ପିଆନ ଗୁଜୁରାଟ ଟାଇଟନ୍ସ । ଆଇପିଏଲ ଇତିହାସରେ ଗତ 15 ସଂସ୍କରଣରେ ପ୍ରଥମ ଥର ପାଇଁ ବର୍ଷା ଯୋଗୁଁ ଫାଇନାଲ ମୁକାବିଲାକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ହୋଇଥିଲା । ଅହମ୍ମଦାବାଦ ଆଇପିଏଲ ମ୍ୟାଚ ପୂର୍ବରୁ ପ୍ରବଳ ବର୍ଷା ହୋଇଥିଲା । ରାତି ପ୍ରାୟ 10ଟା 30 ଯାଏ ଅପେକ୍ଷା କରାଯାଇଥିଲା ମାତ୍ର ବର୍ଷା କମିବାର ନାଁ ନେଇନଥିଲା । ଶେଷରେ ବାଧ୍ୟ ହୋଇ ମ୍ୟାଚକୁ ରିଜର୍ଭ ଡେରେ ଆୟୋଜନ କରିବାକୁ ସ୍ଥିର ହୋଇଥିଲା । ଯଦି ଆଜି କିଛି ପାଣିପାଗ ସମସ୍ୟା ଦେଖାଦିଏ କିମ୍ବା ବର୍ଷା ହୁଏ ଆଉ ମ୍ୟାଚ ହୋଇନପାରେ ତେବେ ଗୁଜୁରାଟ ଟାଇଟାନ୍ସକୁ ଚମ୍ପିଆନ ଘୋଷଣା କରାଯିବ । ଲିଗ ପର୍ଯ୍ୟାୟରେ ପଏଣ୍ଟ ଟେବୁଲ ଟପରେ ଗୁଜୁରାଟ ରହିଛି ତେଣୁ ଗୁଜୁରାଟ ବିଜୟ ମୁକୁଟ ପିନ୍ଧିବ ।

ଆଇପିଏଲ ପୁରସ୍କାର ରାଶି: ଚଳିତ ଆଇପିଏଲ ସଂସ୍କରଣରେ ମୋଟ 46.5 କୋଟି ପୁରସ୍କାର ରାଶି ରହିଛି । ଚମ୍ପିଆନ ଦଳକୁ 20 କୋଟି, ଉପବିଜେତା ବା ଦ୍ବିତୀୟ ସ୍ଥାନରେ ରହିଥିବା ଦଳକୁ 13 କୋଟି ଓ ତୃତୀୟ ସ୍ଥାନରେ ରହିଥିବା ଦଳକୁ (ମୁମ୍ବାଇ ଇଣ୍ଡିଆନ୍ସ) 7 କୋଟି ଟଙ୍କା ପୁରସ୍କାର ରାଶି ମିଳିବ । ସେହିପରି ଚତୁର୍ଥ ସ୍ଥାନରେ ରହିଥିବା ଦଳ (ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ)କୁ 6.5 କୋଟି ଟଙ୍କା ପୁରସ୍କାର ରାଶି ମିଳିବ । ଉନ୍ନତ ପ୍ରଦର୍ଶନ ପାଇଁ ଅରେଞ୍ଜ କ୍ୟାପ ପାଇଥିବା ପ୍ଲେୟାରକୁ 15 ଲକ୍ଷ, ପର୍ପଲ କ୍ୟାପ ପାଇଥିବା ଖେଳାଳିଙ୍କୁ 15 ଲକ୍ଷ, ଏଲାର୍ଜିଂ ପ୍ଲେୟାରଙ୍କୁ 20 ଲକ୍ଷ ଓ ମୋଷ୍ଟ ଭେଲ୍ୟୁଏବୁଲ ପ୍ଲେୟାରଙ୍କୁ 12 ଲକ୍ଷ ମିଳିବାକୁ ଥିବାବେଳେ ଗେମ ଚେଞ୍ଜର ଅଫ ଦି ସିଜନ ଓ ଷ୍ଟ୍ରାଇକର ଅଫ ଦି ସିଜନକୁ 12 ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ମିଳିବ ।

ଏହା ବି ପଢନ୍ତୁ...IPL 2023: ଆଇପିଏଲରୁ ଅବସର ଘୋଷଣା କଲେ ଅମ୍ବାତି ରାୟୁଡୁ, କହିଲେ ଆଉ ଫେରିବିନି

CSK ସମ୍ଭାବ୍ୟ ଏକାଦଶ:ଡେଭନ କନ୍‌ୱେ, ଋତୁରାଜ ଗାଏକ୍ବାଡ, ଆଜିଙ୍କ୍ୟ ରାହାଣେ, ଶିବମ ଦୁବେ, ମୋଇନ ଅଲି, ଅମ୍ବାତି ରାୟୁଡୁ, ରବିନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂହ ଧୋନୀ (ଅଧିନାୟକ),ଦୀପକ ଚହର, ମହୀଷ ତୀକ୍ଷାଣା, ତୁଷାର ଦେଶପାଣ୍ଡେ । ମଥିଶା ପତିରଣା । (ଇମ୍ପାକ୍ଟ ପ୍ଲେୟାର)

GT ସମ୍ଭାବ୍ୟ ଏକାଦଶ: ଶୁଭମନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ରିଦ୍ଧିମାନ ଶାହା, ବିଜୟ ଶଙ୍କର, ଡେଭିଡ ମିଲର, ଦାସୁନ ଶନକା, ରାହୁଲ ତେୱାତିଆ, ରସିଦ ଖାନ, ଯଶ ଦୟାଲ, ମହମ୍ମଦ ସାମି, ନୁର ଅହମ୍ମଦ । ମୋହିତ ଶର୍ମା (ଇମ୍ପାକ୍ଟ ପ୍ଲେୟାର)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.