ETV Bharat / sports

IPL 2023 DC vs PBKS: ପ୍ଲେ ଅଫ ରେସରୁ ବାଦ ପଡ଼ିଲା ଦିଲ୍ଲୀ, 31 ରନରେ ଜିତିଲା ପଞ୍ଜାବ

author img

By

Published : May 14, 2023, 1:02 AM IST

ଆଇପିଏଲ 2023ରେ ପ୍ରଥମ ଟିମ ଭାବେ ପ୍ଲେ ଅଫ ରେସରୁ ବାଦ ପଡ଼ିଲା ଦିଲ୍ଲୀ । ରୋଇ ଗ୍ରାଉଣ୍ଡରେ ପଞ୍ଜାବ କିଙ୍ଗସ ନିକଟରୁ 31 ରନରେ ପରାଜୟ ବରଣ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଅଧିକ ପଢ଼ନ୍ତୁ

IPL 2023 DC vs PBKS
IPL 2023 DC vs PBKS

ନୂଆଦିଲ୍ଲୀ: ପଞ୍ଜାବ ବିପକ୍ଷରେ ମ୍ୟାଚ ହାରି ପ୍ରଥମ ଟିମ ଭାବେ ଆଇପିଏଲ 2023 ପ୍ଲେ ଅଫ ରେସରୁ ବାଦ ପଡ଼ିଲା ଦିଲ୍ଲୀ । ଆଜି ଘରୋଇ ଗ୍ରାଉଣ୍ଡରେ ପଞ୍ଜାବ କିଙ୍ଗସ ନିକଟରୁ 31 ରନରେ ପରାଜୟ ବରଣ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ବ୍ୟାଟିଂ କରି ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ପ୍ରଭସିମ୍ରନ ସିଂହଙ୍କ ଶତକୀୟ ପାଳି ବଳରେ ପଞ୍ଜାବ 167 ରନ କରିଥିଲା । ତେବେ ଏହି ବିଜୟ ଲକ୍ଷ୍ୟର ପିଛା କରି 136 ରନରେ ଅଟକି ଯାଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ ।

ପ୍ରଥମେ ବ୍ୟାଟିଂ କରିବାକୁ ଆସି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ପଞ୍ଜାବ କିଙ୍ଗସ । ଅଧିନାୟକ ଶିଖର ଧାୱନ (7) ଓ ଲିଭିଙ୍ଗଷ୍ଟୋନ (4)ଙ୍କୁ ପାଭିଲିୟନ ଫେରାଇଦେିଥିଲେ ଈଶାନ୍ତ ଶର୍ମା । ଜିତେଶ ଶର୍ମା ମଧ୍ୟ କେବଳ 5 ରନ ହିଁ କରିପାରିଥିଲେ । ତେବେ ଦଳ ପକ୍ଷରୁ ସାମ କରନ 20 ଓ ସିକନ୍ଦର ରାଜା 11 ରନ କରିଥିଲେ । ତେବେ ପଞ୍ଜାବ କରିଥିବା 167 ରନରୁ ଏକାକୀ 103 ରନ କରିଥିଲେ ପ୍ରାରମ୍ଭିକ ବ୍ୟାଟର ପ୍ରଭସିମ୍ରନ ସିଂହ । ଗୋଟିଏ ପଟେ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟି ଚାଲିଥିବା ବେଳେ ଅନ୍ୟପଟେ ସେ ପାଳି ସମ୍ଭାଳି ଦଳକୁ ଏକ ମଜବୁତ ସ୍ଥିତିକୁ ନେଇ ନିଜ ଆଇପିଏଲ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ ।

ସେପଟେ ଦିଲ୍ଲୀ ପକ୍ଷରୁ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ମିଚେଲ ମାର୍ଶଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବୋଲର ଦେଖିଚାହିଁ ବୋଲିଂ କରିଥିଲେ । ଈଶାନ୍ତ ଶର୍ମାଙ୍କୁ ସର୍ବାଧିକ 2ଟି ୱିକେଟ ମିଳିଥିଲା । ସେ 3 ଓଭରରେ 27 ରନ ଖର୍ଚ୍ଚ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅକ୍ଷର ପଟେଲ, ପ୍ରବୀଣ ଦୁବେ, କୁଲଦୀପ ଯାଦବ ଓ ମୁକେଶ କୁମାର ଗୋଟିଏ ଲେଖାଏଁ ସଫଳତା ହାତେଇଥିଲେ ।

ଏହାପରେ 168 ରନର ଟାର୍ଗେଟ ନେଇ ଧୂଆଁଧାର ପାଳି ଆରମ୍ଭ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ପାୱାର ପ୍ଲେରେ 60 ରନରୁ ଅଧିକ ସ୍କୋର ଯୋଡ଼ିଥିଲେ ପ୍ରାରମ୍ଭିକ ଯୋଡ଼ି । ତେବେ ଫିଲିପ ସଲ୍ଟ କେବଳ 21 ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ଗୋଟିଏ ପଟେ ଡେଭିଡ ୱାର୍ନର ଧୂଆଧାର ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟେ ୱିକେଟ ପତନ ଘଟି ଚାଲିଲା । ଏହାରି ମଧ୍ୟରେ ୱାର୍ନର ମଧ୍ୟ ଆଉଟ ହୋଇଯାଇଥିଲେ । ସେ 27 ବଲରୁ 10 ଚୌକା ଓ ଗୋଟିଏ ଛକା ବଳରେ ଦୃତ 54 ରନ କରି ଆଉଟ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅମନ ହାକିମ ଖାନ ଓ ପ୍ରବୀଣ ଦୁବେ 16 ରନ ଲେଖାଏଁ ସ୍କୋର କରି ଆଉଟ ହୋଇଥିଲେ । 17 ବଲରୁ 10 ରନ କରି କୁଲଦୀପ ଯାଦବ ଓ 7 ବଲରୁ 6 ରନ କରି ମୁକେଶ କୁମାର ଅପରାଜିତ ରହିଥିଲେ ମଧ୍ୟ ଦଳକୁ ବିଜୟ ଦେଇ ପାରିନଥିଲେ ।

ସେହିପରି ପଞ୍ଜାବ ପକ୍ଷରୁ ହରପ୍ରୀତ ବ୍ରାର ଆକର୍ଷଣୀୟ ବୋଲିଂ ପ୍ରଦର୍ଶନ କରିଥିଲେ । ସେ 4 ଓଭର ବୋଲିଂ କରି 30 ରନ ବ୍ୟୟରେ ସର୍ବାଧିକ 4 ୱିକେଟ ସଫଳତା ପାଇଥିଲେ । ନାଥନ ଏଲିସ ଓ ରାହୁଲ ଚହର 2ଟି ଲେଖାଏଁ ୱିକେଟ ପାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.