ETV Bharat / sports

IPL 2023 CSK vs RR: ଚେପକରେ ହାରିଲା ଚେନ୍ନାଇ, 4 ରନରେ ଜିତିଲା ରାଜସ୍ଥାନ

ଆଇପିଏଲ 2023ର 17 ତମ ମୁକାବିଲାକୁ 4 ର଼ନରେ ହାତେଇଛି ରାଜସ୍ଥାନ ରୟାଲ୍ସ । ଏହି ରୋମାଞ୍ଚପୂର୍ଣ୍ଣ ମ୍ୟାଚରେ ଶେଷ ବଲରେ 5 ରନ ଆବଶ୍ୟକ ହେଉଥିବା ବେଳେ ବଡ଼ ସଟ ଖେଲିପାରିନଥିଲେ ଧୋନି । ଫଳରେ ଚେନ୍ନାଇ ଏହି ମ୍ୟାଚରେ ପରାଜୟ ବରଣ କରିଛି । ଅଧିକ ପଢ଼ନ୍ତୁ

author img

By

Published : Apr 13, 2023, 12:22 AM IST

IPL 2023 CSK vs RR
IPL 2023 CSK vs RR

ଚେନ୍ନାଇ: ଆଇପିଏଲ ୨୦୨୩ରେ ଜାରି ରହିଛି ରୋମାଞ୍ଚକର ଫାଇଟ । ଆଜି ଏହି ହାଇ ପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟର ୧୭ ତମ ମୁକାବିଲା ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ବେଳେ ଏଥିରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପରକିଙ୍ଗସ ଓ ରାଜସ୍ଥାନ ରୟାଲ୍ସ । ତେବେ ଆଜିର ମ୍ୟାଚ ମଧ୍ୟ ରୋମାଞ୍ଚକ ରହିଥିଲା । ଶେଷ ବଲ ପର୍ଯ୍ୟନ୍ତ କେଉଁ ଟିମ ମ୍ୟାଚ ହାତେଇବ, ତାହା ସ୍ପଷ୍ଟ ହୋଇପାରି ନଥିଲା । 176 ରନ ବିଜୟ ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇ ମାତ୍ର 4 ରନରେ ପରାଜୟ ବରଣ କରିଛି ଚେନ୍ନାଇ ।

ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ରାଜସ୍ଥାନ ରୟାଲ୍ସର ଆରମ୍ଭ ସେତେ ଭଲ ହୋଇନଥିଲା । ଦଳୀୟ ସ୍କୋର ୧୧ ରନ ହୋଇଥିବା ବେଳେ ପାଭିଲିୟନ ମୁହାଁ ହୋଇଥିଲେ ୟଶଶ୍ବୀ ଜୟସ୍ବାଲ । ସେ କେବଳ ୧୦ ରନ କରି ତୁଷାର ଦେଶପାଣ୍ଡେଙ୍କ ବଲରେ ଶିବମ ଦୁବେଙ୍କ ହାତରେ ଧରା ପଡ଼ିଥିଲେ । ତେବେ ଏହାପରେ ଦଳର ଅନ୍ୟତମ ପ୍ରାରମ୍ଭିକ ବ୍ୟାଟର ଜୋଶ ବଟଲର ଏବଂ ଦେବଦତ୍ତ ପାଡିକଲଙ୍କ ମଧ୍ୟରେ ଏକ ଆଖିଦୃଶିଆ ଭାଗିଦାରୀ ଦେଖିବାକୁ ମିଳିଥିଲା । ଉଭୟ ଦ୍ରୁତ ଗତିରେ ଦଳୀୟ ଖାତାରେ ରନ ଯୋଡ଼ି ଚାଲିଥିଲା ବେଳେ ରବିନ୍ଦ୍ର ଜାଡେଜାଙ୍କ ବଲର ଶିକାର ହୋଇଥିଲେ ପାଡିକଲ । ସେ ୨୬ ବଲରୁ ୩୮ ରନ କରି ପାଭିଲିୟନ ଫେରିଥିଲେ । ସେହି ଓଭରରେ ଅଧିନାୟକ ସଞ୍ଜୁ ସାମସନ ବ୍ୟାଟିଂ କରିବାକୁ ଆସି ଖାତା ଖୋଲିବା ପୂର୍ବରୁ ଆଉଟ ହୋଇ ଚାଲିଯାଇଥିଲେ । ଅଶ୍ବିନ ଓ ହେଟମେୟର ଉଭୟ 30 ଲେଖାଏଁ ରନ କରିଛନ୍ତି । ହେଟମେୟର ନଟ ଆଉଟ ରହିଥିବା ବେଳେ ବଟଲର ଅର୍ଦ୍ଧଶତକ କରି ପାଭିଲିୟନ ଫେରିଥିଲେ । ଯାହା ଫଳରେ ଦଳୀୟ ସ୍କୋର 8 ୱିକେଟ ବନିମୟରେ 175ରେ ପହଞ୍ଚିଥିଲା ।

ଚେନ୍ନାଇ ପକ୍ଷରୁ ଆକାଶ ସିଂହ, ତୁଷାର ଦେଶପାଣ୍ଡେ ଓ ରବିନ୍ଦ୍ର ଜାଡେଜା 2ଟି ଲେଖାଏଁ ୱିକେଟ ନେଇଥିବା ବେଳେ ମୋଇନ ଅଲ୍ଲୀ ଗୋଟିଏ ୱିକେଟ ନେଇଛନ୍ତି । ଦଳ ପାଇଁ ମହିଶ ତିକ୍ଷାଣା ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ । ସେ 4 ଓଭରରେ 42 ରନ ଖର୍ଚ୍ଚ କରିଛନ୍ତି ।

ଏହାପରେ 176 ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ଚେନ୍ନାଇ ଓପନର । ଦଳୀୟ ସ୍କୋର 10 ରନ ବେଳେ ଆକ୍ରାମକ ବ୍ୟାଟର ଋତୁରାଜଙ୍କ ୱିକେଟ ହରାଇଥିଲା ଚେନ୍ନାଇ । ଏହାପରେ ରାହାଣେ ଓ କନୱେଙ୍କ ମଧ୍ୟରେ ଏକ ଅର୍ଦ୍ଧଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା । ଆଜିଙ୍କ୍ୟ ରାହାଣେ ଆଜି 31 ରନ କରି ଅଶ୍ବିନଙ୍କ ଶିକାର ପାଲଟିଥିଲେ । ସେପଟେ କନୱେ ରକ୍ଷଣାତ୍ମକ ବ୍ୟାଟିଂ ଶୈଳୀ ଆପଣାଇଥିଲେ । ଏହାରି ମଧ୍ୟରେ ଶିବମ ଦୁବେ ଓ ମୋଇନ ଅଲ୍ଲୀ ଖୁବଶୀଘ୍ର ନିଜ ୱିକେଟ ହରାଇ ପାଭିଲିୟନ ଫେରିଥିଲେ । ଅମ୍ବାତି ରାୟୁଡୁ ମଧ୍ୟ ଆଜି କୌଣସି କମାଲ କରିପାରି ନାହାନ୍ତି । ଶେଷ ବେଳକୁ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ରବିନ୍ଦ୍ର ଜାଡେଜା ବଡ଼ ସଟ ଖେଳି ମ୍ୟାଚ ହାତେଇବାକୁ ଭରପୁର ପ୍ରୟାସ କରିଥିଲେ । ରବିନ୍ଦ୍ର ଜାଡେଜା 15 ବଲରୁ 25 ରନ କରିଥିବା ବେଳେ ଧୋନି 17 ବଲରୁ ଦୃତ 32 ରନ କରିଥିଲେ । ଶେଷ ବଲରେ ଚେନ୍ନାଇକୁ ବିଜୟ ପାଇଁ 5 ରନର ଆବଶ୍ୟକତା ଥିଲା । ଯାହା ହାସଲ କରିବାରେ ଅସମର୍ଥ ହୋଇ ଚେନ୍ନାଇ 4 ରନରେ ପରାଜୟ ବରଣ କରିଛି ।

ରାଜସ୍ଥାନ ପକ୍ଷରୁ ଅଶ୍ବିନ ଓ ଚହଲ 2ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଆଦାମ ଜାମ୍ପା ଓ ସନ୍ଦୀପ ଶର୍ମା ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ମ୍ୟାଚରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରବିଚନ୍ଦ୍ରନ ଅଶ୍ବିନ ଆଜି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.