ETV Bharat / sports

IPL 2023 CSK vs PBKS: ଚେପକ୍‌ରେ ରୋମାଞ୍ଚକର ମ୍ୟାଚ୍‌, ଶେଷ ବଲ୍‌ରେ ଜିତିଲା PBKS

author img

By

Published : Apr 30, 2023, 8:25 PM IST

ଆଇପିଏଲ ୨୦୨୩ର ୪୧ ତମ ମ୍ୟାଚକୁ ରୋମାଞ୍ଚକର ଭାବେ ଶେଷ ବଲରେ ଜିତି ନେଇଛି ପଞ୍ଜାବ କିଙ୍ଗସ । ଘରୋଇ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରି ବିଶାଳ ୨୦୦ ରନ୍‌ କରିବା ସତ୍ତ୍ବେ ମ୍ୟାଚ୍‌ରେ ପରାଜୟର ସ୍ବାଦ ଚାଖିଛି ଚେନ୍ନାଇ ସୁପରକିଙ୍ଗସ । ଅଧିକ ପଢ଼ନ୍ତୁ

IPL 2023 CSK vs PBKS
IPL 2023 CSK vs PBKS

ଚେନ୍ନାଇ: ଆଜିର ରୋମାଞ୍ଚକର ମ୍ୟାଚ୍‌ରେ ଘରୋଇ ମୈଦାନରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଏମଏସ ଧୋନି । ତେବେ ପ୍ରଥମେ ବ୍ୟାଟିଂ କରି ଦଳ ନିର୍ଦ୍ଧାରିତ ୨୦ ଓଭରରେ ୨୦୦ ରନର ବିଶାଳ ସ୍କୋର କରିଥିଲା ଚେନ୍ନାଇ ସୁପରକିଙ୍ଗସ । କିନ୍ତୁ ୨୦୧ ରନର ବିଜୟ ଲକ୍ଷ୍ୟକୁ ରୋମାଞ୍ଚକ ଭାବେ ଶେଷ ବଲରେ ହାସଲ କରିଛି ପଞ୍ଜାବ କିଙ୍ଗ୍‌ସ୍‌ ।

ପ୍ରଥମରୁ ହିଁ ପଞ୍ଜାବ ବୋଲରଙ୍କୁ ଆକ୍ରାମକ ଭାବେ ଖେଳିଥିଲେ ଚେନ୍ନାଇର ପ୍ରାରମ୍ଭିକ ବ୍ୟାଟର । ପ୍ରଥମ ୱିକେଟ ପାଇଁ ଦଳୀୟ ଖାତାରେ ୮୬ ରନ୍‌ ଯୋଡ଼ିଥିଲେ ଋତୁରାଜ ଗାଏକୱାଡ ଓ ଡେଭନ କନୱେ । ତେବେ ୩୭ ରନ କରି ପ୍ରଥମେ ସିକନ୍ଦର ରାଜାଙ୍କ ଶିକାର ପାଲଟିଥିଲେ ଗାଏକୱାଡ । ଏହାପରେ ୧୭ ବଲରୁ ୨୮ ରନ୍‌ କରି ଶିବମ ଦୁବେ ଆଉଟ ହୋଇଥିଲେ । ମାତ୍ର ୧୦ ରନ କରି ମୋଇନ ଅଲ୍ଲୀ ପାଭିଲିୟନ ଫେରିଥିବା ବେଳେ ରବିନ୍ଦ୍ର ଜାଡେଜା ୧୨ ରନରେ ଆଉଟ ହୋଇଥିଲେ । ଦଳ ପକ୍ଷରୁ ଡେଭନ କନୱେ ଏକାକି ୫୨ ବଲରୁ ୯୨ ରନ ସଂଗ୍ରହ କରିଥିଲେ । ଏଥିରେ ୧୬ଟି ଚୌକା ଓ ଗୋଟିଏ ଛକା ଯୋଡ଼ିଥିଲେ କନୱେ । ଅନ୍ୟପଟେ ଶେଷ ଓଭରରେ ୪ଟି ବଲ୍‌ ଖେଳି ୨ଟି ଛକା ବଳରେ ଦଳୀୟ ସ୍କୋରକୁ ୨୦୦ ରମରେ ପହଞ୍ଚାଇଥିଲେ ଧୋନି ।

ପଞ୍ଜାବ ପକ୍ଷରୁ ବୋଲର ମାନେ ଯଦିଓ ଜଗି ରଖି ବୋଲିଂ କରିଥିଲେ, ତେବେ ୪ ଓଭରରୁ ୪୬ ରନ ବ୍ୟୟ କରି ମହଙ୍ଗା ସାବ୍ୟସ୍ତ ହୋଇଥିଲେ ସାମ୍‌ କରନ । ତେବେ ସେ ଗୋଟିଏ ସଫଳତା ମଧ୍ୟ ହାତେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅର୍ଶଦୀପ ସିଂହ, ରାହୁଲ ଚହର ଓ ସିକନ୍ଦର ରାଜା ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

ଏହାପରେ ବିଜୟ ପାଇଁ ୨୦୧ ରନର ଲକ୍ଷ୍ୟ ସହ ମୈଦାନକୁ ଓହ୍ଲାଇଥିଲା ପଞ୍ଜାବ । ଦଳୀୟ ସ୍କୋର ୫୦ ରନ ହୋଇଥିବା ବେଳେ ୧୫ ବଲରୁ ୨୮ ରନ କରି ଆଉଟ ହୋଇଥିଲେ ଅଧିନାୟକ ଶିଖର ଧାୱନ । ଏହାପରେ ୨୪ ବଲରୁ ଦୃତ ୪୨ ରନ କରି ଜାଡେଜାଙ୍କ ବଲରେ ଧୋନିଙ୍କ ଚତୁର ଷ୍ଟମ୍ପିଂର ଶିକାର ପାଲଟିଥିଲେ ପ୍ରଭସିମ୍ରନ ସିଂହ । ଅଥର୍ବ ତାଇଦେ କେବଳ ୧୩ ରନ୍‌ କରି ଆଉଟ ହୋଇଥିଲେ । ତେବେ ଲିଭିଙ୍ଗଷ୍ଟୋନ ଓ ସାମ କରନ ସ୍କୋରବୋର୍ଡକୁ ଗତି ଦେଇଥିଲେ । ଲିଭିଙ୍ଗଷ୍ଟୋନ ୨୪ ବଲରୁ ଗୋଟିଏ ଚୌକା ଓ ୪ଟି ଛକା ବଳରେ ୪୦ ରନ୍‌ ଓ ସାମ କରନ ୨୦ ବଲରୁ ୨୯ ରନ କରି ଦଳକୁ ବିଜୟଲକ୍ଷ୍ୟର ନିକଟତର କରିଥିଲେ । ଜିତେଶ ଶର୍ମା ୧୦ ବଲରୁ ୨୧ ରନର ଗୁରୁତ୍ବପୂର୍ଣ୍ଣ ପାଳି ଖେଳି ଆଉଟ ହୋଇଥିଲେ । ତେବେ ୭ ବଲରୁ ୧୩ ରନ କରି ଶେଷ ବଲରେ ଟାନକୀୟ ଢଙ୍ଗରେ ଦଳକୁ ବିଜୟ ଦେଇଥିଲେ ସିକନ୍ଦର ରାଜା ।

ଅନ୍ୟପଟେ ଚେନ୍ନାଇ ପକ୍ଷରୁ ତୁଷାର ଦେଶପାଣ୍ଡେ ୪ ଓଭରରୁ ସର୍ବାଧିକ ୪୯ ରନ ଖର୍ଚ୍ଚ କରି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ତେବେ ସେ ହିଁ ସର୍ବାଧିକ ୩ଟି ୱିକେଟ ପାଇଥିଲେ । ରବିନ୍ଦ୍ର ଜାଡେଜା ୪ ଓଭରରୁ ୩୨ ରନ ଖର୍ଚ୍ଚ କରି ୨ଟି ୱିକେଟ ପାଇଥିବା ବେଳେ ମଥିଶା ପଥିରାନା ୪ ଓଭରରୁ ୩୨ ରନ ବ୍ୟୟରେ ଗୋଟିଏ ସଫଳତା ପାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.